Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଏବେ ବୁନ୍ଦାଏ ପାଣି ପାଇଁ ଛଟପଟ ହେବ ପାକିସ୍ତାନ: ସିନ୍ଧୁ ଜଳ ଚୁକ୍ତି ସମାପ୍ତ କରିବାକୁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ
ଅନ୍ତରାଷ୍ଟ୍ରୀୟ

ଏବେ ବୁନ୍ଦାଏ ପାଣି ପାଇଁ ଛଟପଟ ହେବ ପାକିସ୍ତାନ: ସିନ୍ଧୁ ଜଳ ଚୁକ୍ତି ସମାପ୍ତ କରିବାକୁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ

April 26, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ
ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଶୁକ୍ରବାର ଦିନ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତାଦେଶ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କ ମଧ୍ୟରେ ୪୫ ମିନିଟର ଦୀର୍ଘ ଆଲୋଚନାରେ ପାକିସ୍ତାନ ଯାଉଥିବା ଜଳକୁ ରୋକିବା ପାଇଁ ଉପାୟ ଉପରେ ଆଲୋଚନା କରାଯାଇଥିଲା।

ସୂଚନାନୁସାରେ, ଏହି ବୈଠକରେ ତୁରନ୍ତ, ମଧ୍ୟମ ଏବଂ ଦୀର୍ଘକାଳୀନ ତିନୋଟି ପ୍ରମୁଖ ବିକଳ୍ପ ଉପରେ ବିଚାର କରାଯାଇଥିଲା। ସରକାରଙ୍କ ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି ଏକ ବୁନ୍ଦା ପାଣି ମଧ୍ୟ ପାକିସ୍ତାନ ଯିବାକୁ ଦିଆଯାଉ ନାହିଁ। ବୈଠକ ପରେ ନିଷ୍ପତ୍ତି ନିଆଗଲା ଯେ, ଜଳ ବନ୍ଦ କରିବା ପାଇଁ ପ୍ରତ୍ୟେକ ସମ୍ଭାବ୍ୟ ପଦ୍ଧତିରେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ। ଏହି ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହାପୂର୍ବରୁ ଜଲ ଶକ୍ତି ମନ୍ତ୍ରଣାଳୟର ସଚିବ ଦେବଶ୍ରୀ ମୁଖାର୍ଜୀ ପାକିସ୍ତାନ ଜଳ ସମ୍ପଦ ମନ୍ତ୍ରଣାଳୟର ସଚିବ ସୟଦ ଅଲି ମୁର୍ତାଜାଙ୍କୁ ଚିଠି ଲେଖିଥିଲେ। ଏହି ଚିଠି ମାଧ୍ୟମରେ ସେ ତୁରନ୍ତ ପାକିସ୍ତାନକୁ ସିଧା ସଳଖ ଜଳ ଚୁକ୍ତି ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି।

ଏହି ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ଭାରତ ସରକାର ପୁଙ୍ଖାନୁପୁଙ୍ଖ ବିଚାର ପରେ ଗ୍ରହଣ କରିଛନ୍ତି ବୋଲି ଦେବଶ୍ରୀ ମୁଖାର୍ଜୀ ଚିଠିରେ ସ୍ପଷ୍ଟ କରିଛନ୍ତି। ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ତୁରନ୍ତ ପ୍ରଭାବ ସହିତ ସିନ୍ଧୁ ଜଳ ଚୁକ୍ତି ୧୯୬୦ ସ୍ଥଗିତ ରହିବ। ସୂଚନାଯୋଗ୍ୟ ଯେ, ବିଶ୍ଵ ବ୍ୟାଙ୍କର ମଧ୍ୟସ୍ଥତା ଅଧୀନରେ ୧୯୬୦ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିନ୍ଦୁ ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ଯେଉଁଥିରେ ଭାରତ ତିନିଟି ପୂର୍ବ ନଦୀର ଜଳ ବ୍ୟବହାର କରିବାର ଅଧିକାର ଥିବାବେଳେ ପାକିସ୍ତାନକୁ ତିନି ପାଶ୍ଚାତ୍ୟ ନଦୀର ପ୍ରବାହ ଦିଆଯାଇଥିଲା।

amit shah Indus Water Treaty Pahalgam Terror Attack pakistan
Share. Facebook Twitter LinkedIn Email WhatsApp Copy Link

Related Posts

ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“ଭାରତ ମାତା କି ଜୟ” ସ୍ଲୋଗାନରେ ପ୍ରତିଧ୍ୱନିତ ହେଲା ଇସଲାମାବାଦ

August 15, 2026

MMDR ସଂଶୋଧନ ବିଲ ବାତିଲ ପାଇଁ ସିପିଆଇ (ଏମଏଲ) ର ଆହ୍ୱାନ

August 15, 2026
Latest News

ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ

August 15, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“ଭାରତ ମାତା କି ଜୟ” ସ୍ଲୋଗାନରେ ପ୍ରତିଧ୍ୱନିତ ହେଲା ଇସଲାମାବାଦ

August 15, 2026

MMDR ସଂଶୋଧନ ବିଲ ବାତିଲ ପାଇଁ ସିପିଆଇ (ଏମଏଲ) ର ଆହ୍ୱାନ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.