Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»WTC ଫାଇନାଲରେ ଅଷ୍ଟ୍ରେଲିଆର ସ୍ଵପ୍ନ ଧୂଳିସାତ: ୨୭ ବର୍ଷ ପରେ ICC ଟ୍ରଫି ଜିତିଲା ଦକ୍ଷିଣ ଆଫ୍ରିକା
ଅନ୍ତରାଷ୍ଟ୍ରୀୟ

WTC ଫାଇନାଲରେ ଅଷ୍ଟ୍ରେଲିଆର ସ୍ଵପ୍ନ ଧୂଳିସାତ: ୨୭ ବର୍ଷ ପରେ ICC ଟ୍ରଫି ଜିତିଲା ଦକ୍ଷିଣ ଆଫ୍ରିକା

June 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଏବେ ICC ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ନୂତନ ଚାମ୍ପିଅନ। ୨୦୨୫ WTC ଫାଇନାଲରେ, ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ 5 ୱିକେଟରେ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ WTC ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟର ନାୟକ ଥିଲେ ଏଡେନ୍ ମାର୍କରାମ। ୨୮୨ ରନର ଟାର୍ଗେଟ ପିଛା କରି, ମାର୍କରାମ ଏକ ମ୍ୟାଚ୍ ବିଜୟୀ ଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ୨୭ ବର୍ଷ ପରେ ICC ଟ୍ରଫି ଜିତିଛି। ଏହା ପୂର୍ବରୁ ୧୯୯୮ ରେ ଦକ୍ଷିଣ ଆଫ୍ରିକା ICC ଚାମ୍ପିଅନସି ଟ୍ରଫି ଜିତିଥିଲା।

୨୦୨୫ WTC ଫାଇନାଲରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୨୮୨ ରନର ଟାର୍ଗେଟ ଦେଇଥିଲା, ଯାହାକୁ ଟେମ୍ବା ବାଭୁମାଙ୍କ ଦଳ କେବଳ ୫ ୱିକେଟ ହରାଇ ସହଜରେ ହାସଲ କରିଥିଲା। ଦକ୍ଷିଣ ଆଫ୍ରିକା ପାଇଁ ଏଡେନ୍ ମାର୍କରାମ ୨୦୭ ବଲ୍ ରେ ୧୩୬ ରନର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଏହା ବ୍ୟତୀତ ଅଧିନାୟକ ଟେମ୍ବା ବାଭୁମା ୧୩୪ ବଲ୍ ରେ ୬୬ ରନ୍ କରିଥିଲେ।

ଟାଇଟଲ୍ ମ୍ୟାଚ୍ ରେ ୨୮୨ ରନ୍ ର ଲକ୍ଷ୍ୟ ପିଛା କରିବା ପାଇଁ ଦକ୍ଷିଣ ଆଫ୍ରିକାର ଆରମ୍ଭ ଭଲ ନଥିଲା। ଓପନର ରିଆନ୍ ରିକେଲଟନ୍ ମାତ୍ର ୦୬ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ୱାଇଆନ୍ ମୁଲଡର ମଧ୍ୟ ୫୦ ବଲ୍ ରେ ୫ ଚୌକା ସାହାଯ୍ୟରେ ୨୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ୭୦ ରନ୍ ରେ ଦୁଇଟି ୱିକେଟ୍ ପଡ଼ିବା ପରେ, ଏଡେନ୍ ମାର୍କରାମ ଏବଂ ଟେମ୍ବା ବାଭୁମା କାନ୍ଥ ପରି ଛିଡା ହୋଇଥିଲେ। ଉଭୟ ତୃତୀୟ ୱିକେଟ୍ ପାଇଁ ୧୪୭ ରନ୍ ର ଭାଗୀଦାରି କରିଥିଲେ। ୧୩୪ ବଲ୍ ରେ ୫ ଚୌକା ସାହାଯ୍ୟରେ ୬୬ ରନ୍ କରି ବାଭୁମା ଆଉଟ୍ ହୋଇଥିଲେ। କିନ୍ତୁ ମାର୍କରାମ ଦୃଢ଼ ଭାବରେ ଠିଆ ହୋଇଥିଲେ।

ତାଙ୍କ ଦଳର ବିଜୟ ସୁନିଶ୍ଚିତ କରିବା ପରେ ମାର୍କରାମ ଆଉଟ୍ ହୋଇଥିଲେ। ସେ ୨୦୨୭ ବଲ୍ ରେ ୧୩୬ ରନ୍ ର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଏହି ସମୟରେ ତାଙ୍କ ବ୍ୟାଟ୍ ରୁ ୧୪ ଚୌକା ବାହାରିଥିଲା। ମାର୍କରାମ ଆଉଟ୍ ହେବା ପରେ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ କେବଳ ଛଅ ରନ୍ ଆବଶ୍ୟକ ଥିଲା।

Aiden Markram Pat Cummins south africa WTC Final
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ଆଇଏଏସ୍‌ରେ ମାଣ୍ଡିଆ ଦିବସ ପାଳିତ

November 11, 2025

ନଭେମ୍ବର ୧୭ରୁ ୩୦ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ

November 11, 2025

ପ୍ରଥମାଷ୍ଟମୀରେ ପ୍ରଭୃ ଜଗନ୍ନାଥ ମଧ୍ୟ ହେବେ ପୋଢୁଆଁ, ତେବେ ତାଙ୍କ ମାମୁଁ ଘର କେଉଁଠି? ଭାରରେ କଣ ଆସେ

November 11, 2025

Modi in Bhutan: ଦିଲ୍ଲୀ ବ୍ଲାଷ୍ଟ ଷଢଯନ୍ତ୍ରକାରୀଙ୍କୁ ଛଡାଯିବ ନାହିଁ, ଭୁଟାନରେ କହିଲେ ପ୍ରଧାନମନ୍ତ୍ରୀ

November 11, 2025
Latest News

ସୋଆ ଆଇଏଏସ୍‌ରେ ମାଣ୍ଡିଆ ଦିବସ ପାଳିତ

November 11, 2025

ଏଭଳି ଟଙ୍କାବଣ୍ଟା ନିର୍ବାଚନ କେବେ ଦେଖି ନଥିଲି, ନୂଆପଡା ଉପନିର୍ବାଚନ ନେଇ କହିଲେ ଶ୍ରୀକାନ୍ତ ଜେନା

November 11, 2025

ନଭେମ୍ବର ୧୭ରୁ ୩୦ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ

November 11, 2025

CBI Inquiry: ପୋଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି, ସିବିଆଇ ତଦନ୍ତ ପାଇଁ କେନ୍ଦ୍ରର ଅନୁମତି

November 11, 2025

ପ୍ରଥମାଷ୍ଟମୀରେ ପ୍ରଭୃ ଜଗନ୍ନାଥ ମଧ୍ୟ ହେବେ ପୋଢୁଆଁ, ତେବେ ତାଙ୍କ ମାମୁଁ ଘର କେଉଁଠି? ଭାରରେ କଣ ଆସେ

November 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.