Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହେଲା “ମରାଠା ସାମରିକ ଦୃଶ୍ୟପଟ୍ଟ”: ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଅନ୍ତରାଷ୍ଟ୍ରୀୟ

ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହେଲା “ମରାଠା ସାମରିକ ଦୃଶ୍ୟପଟ୍ଟ”: ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ମରାଠା ସାମରିକ ଦୃଶ୍ୟପଟ୍ଟ ପ୍ରତିଷ୍ଠିତ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହେବା ଉପରେ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦ ପ୍ରକାଶ କରିଛନ୍ତି।

ଏହି ଖୋଦିତ ଐତିହ୍ୟରେ ୧୨ଟି ରାଜକୀୟ ଦୁର୍ଗ ରହିଛି, ସେଥିମଧ୍ୟରେ ୧୧ଟି ମହାରାଷ୍ଟ୍ରରେ ଏବଂ ଗୋଟିଏ ତାମିଲନାଡୁରେ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ମରାଠା ସାମ୍ରାଜ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ, “ଯେତେବେଳେ ଆମେ ଗୌରବମୟ ମରାଠା ସାମ୍ରାଜ୍ୟ ବିଷୟରେ କହୁ, ଆମେ ଏହାକୁ ସୁଶାସନ, ସାମରିକ ଶକ୍ତି, ସାଂସ୍କୃତିକ ଗର୍ବ ଏବଂ ସାମାଜିକ କଲ୍ୟାଣ ଉପରେ ଗୁରୁତ୍ୱ ସହିତ ଜଡିତ କରୁ। ମହାନ ଶାସକମାନେ କୌଣସି ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରତ୍ୟାଖାନ କରି ଆମକୁ ଅନୁପାଣିତ କରନ୍ତି।”

ସେ ନାଗରିକମାନଙ୍କୁ ମରାଠା ସାମ୍ରାଜ୍ୟର ସମୃଦ୍ଧ ଇତିହାସ ବିଷୟରେ ଜାଣିବା ପାଇଁ ଏହି ଦୁର୍ଗଗୁଡିକୁ ପରିଦର୍ଶନ କରିବାକୁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ୨୦୧୪ରେ ରାୟଗଡ ଦୁର୍ଗକୁ ତାଙ୍କର ଯାତ୍ରା ସମୟର କିଛି ସ୍ମରଣୀୟ ସ୍ମୃତି ମଧ୍ୟ ଶେୟାର କରିଥିଲେ, ଯେଉଁଥିରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ଏକ ଫଟୋ ମଧ୍ୟ ଅନ୍ତର୍ଭୁକ୍ତ ଥିଲା।

ଉପରୋକ୍ତ ମାନ୍ୟତା ବିଷୟରେ ୟୁନେସ୍କୋର ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ପ୍ରତ୍ୟେକ ଭାରତୀୟ ଏହି ମାନ୍ୟତାରେ ଉତ୍ସାହିତ।

ଏହି ‘ମରାଠା ସାମରିକ ଦୃଶ୍ୟପଟ୍ଟ’ରେ ୧୨ଟି ରାଜକୀୟ ଦୁର୍ଗ ଅନ୍ତର୍ଭୁକ୍ତ, ଯାହା ମଧ୍ୟରୁ ୧୧ଟି ମହାରାଷ୍ଟ୍ରରେ ଏବଂ ଗୋଟିଏ ତାମିଲନାଡୁରେ ରହିଛି।

ଯେତେବେଳେ ଆମେ ଗୌରବମୟ ମରାଠା ସାମ୍ରାଜ୍ୟ ବିଷୟରେ କହୁ, ଆମେ ଏହାକୁ ସୁଶାସନ, ସାମରିକ ଶକ୍ତି, ସାଂସ୍କୃତିକ ଗର୍ବ ଏବଂ ସାମାଜିକ କଲ୍ୟାଣ ଉପରେ ଗୁରୁତ୍ୱ ସହିତ ଜଡିତ କରୁ। ଏହି ମହାନ ଶାସକମାନେ କୌଣସି ଅନ୍ୟାୟ ଆଗରେ ମୁଣ୍ଡ ତଳକୁ ନକରି ନିଜର ଅଦମ୍ୟ ସାହସର ପ୍ରମାଣ ଦେଇ ଆମକୁ ଅନୁପ୍ରାଣିତ କରିଥାନ୍ତି।

ମୁଁ ସମସ୍ତଙ୍କୁ ଏହି ଦୁଗଗୁଡିକୁ ପରିଦର୍ଶନ କରିବାକୁ ଏବଂ ମରାଠା ସାମ୍ରାଜ୍ୟର ସମୃଦ୍ଧ ଇତିହାସ ବିଷୟରେ ଜାଣିବାକୁ ଆହ୍ୱାନ କରୁଛି।”

“ଏଠାରେ ୨୦୧୪ ମସିହାରେ ରାୟଗଡ ଦୁର୍ଗକୁ ମୋର ଗସ୍ତର କିଛି ଫଟୋ ରହିଛି। ମୋତେ ଛତ୍ରପତି ଶିବାଜୀ ମହାରାଜଙ୍କୁ ପ୍ରଣାମ କରିବାର ସୁଯୋଗ ମିଳିଥିଲା। ସେହି ପରିଦର୍ଶନକୁ ସର୍ବଦା ମନେ ରଖିବି।”

ବିଶ୍ୱ ଐତିହ୍ୟ ତାଲିକା ୟୁନେସ୍କୋ
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚାୟତ-ପୌର ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି, ଅକ୍ଟୋବର ୨୬ରୁ ସର୍ଭେ

September 11, 2026

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜଶାସ୍ତ୍ର ବିଭାଗର ପ୍ରବେଶୋତ୍ସବ ଅନୁଷ୍ଠିତ

September 11, 2026

ବ୍ରିକ୍ସ ସମ୍ମିଳନୀ ଅବସରରେ ଷୋଡ଼ଶ ରୁଷ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 11, 2026

ଟଙ୍କା ଫେରସ୍ତ ହେବା ସତ୍ତ୍ୱେ ବିଜୟ ମାଲ୍ୟାଙ୍କ ମାମଲା ବନ୍ଦ ହେବ ନାହିଁ?: କୋର୍ଟରେ ଇଡି ର ଗୁହାରୀ

September 11, 2026
Latest News

ପଞ୍ଚାୟତ-ପୌର ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି, ଅକ୍ଟୋବର ୨୬ରୁ ସର୍ଭେ

September 11, 2026

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜଶାସ୍ତ୍ର ବିଭାଗର ପ୍ରବେଶୋତ୍ସବ ଅନୁଷ୍ଠିତ

September 11, 2026

ବ୍ରିକ୍ସ ସମ୍ମିଳନୀ ଅବସରରେ ଷୋଡ଼ଶ ରୁଷ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 11, 2026

ଟଙ୍କା ଫେରସ୍ତ ହେବା ସତ୍ତ୍ୱେ ବିଜୟ ମାଲ୍ୟାଙ୍କ ମାମଲା ବନ୍ଦ ହେବ ନାହିଁ?: କୋର୍ଟରେ ଇଡି ର ଗୁହାରୀ

September 11, 2026

ଭିତରକନିକାରେ ଶେଷ ହେଲା ଦେଶୀୟ ପକ୍ଷୀ ଗଣନା: ୧ ଲକ୍ଷ ୩୨ ହଜାର ୨୭୯ ପକ୍ଷୀ ଚିହ୍ନଟ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.