ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ସମୟରେ ହୋଇଥିବା କ୍ଷତି ବିଷୟରେ ପାକିସ୍ତାନ ସତ୍ୟକୁ ଲୁଚାଇ ଆସୁଛି। କିନ୍ତୁ ସମ୍ପ୍ରତି ଜୈଶ-ଏ-ମହମ୍ମଦ କମାଣ୍ଡର ଇଲିଆସ୍ କାଶ୍ମୀର ସତ୍ୟ ପ୍ରକାଶ କରିଛନ୍ତି। ଏବେ ଲସ୍କର-ଏ-ତୈୟବା ଆତଙ୍କବାଦୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ମୁରିଦକେରେ ହୋଇଥିବା କ୍ଷତି ବିଷୟରେ ବର୍ଣ୍ଣନା କରାଯାଇଛି। ଭାରତୀୟ ସେନା ମୁରିଦକେରେ ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଦେଇଛି। ବର୍ତ୍ତମାନ ସେହି ସ୍ଥାନଟି ପୁନଃନିର୍ମାଣ କରାଯାଉଛି।