Putin Arrives in New Delhi: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ କିଛି ସମୟ ପୂର୍ବରୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ।
ରାଷ୍ଟ୍ରପତି ପୁଟିନ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ। ଉଭୟ ନେତା ପାରସ୍ପରିକ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗରେ ମତ ବିନିମୟ କରିବେ। ବାଣିଜ୍ୟ, ଅର୍ଥନୀତି, ସ୍ୱାସ୍ଥ୍ୟସେବା, ଶିକ୍ଷା, ସଂସ୍କୃତି ଏବଂ ଗଣମାଧ୍ୟମ ସହିତ ଜଡିତ କ୍ଷେତ୍ର ସମେତ ଅନେକ ଚୁକ୍ତି ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ସମ୍ମାନରେ ଏକ ଭୋଜି ଆୟୋଜନ କରିବେ।


