India-UK Free Trade: ଗତ ବର୍ଷ ଜୁଲାଇରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ 2026 ରେ କାର୍ଯ୍ୟକାରୀ ହେବାର ସମ୍ଭାବନା ଅଛି। ଏ ସଂପର୍କରେ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି।
ଭାରତ ଏବଂ ୟୁକେ, ଜୁଲାଇ 24, 2025 ରେ, ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା (CETA) ସ୍ୱାକ୍ଷର କରିଥିଲେ। ଏହା ଅଧୀନରେ 99 ପ୍ରତିଶତ ଭାରତୀୟ ରପ୍ତାନି ଶୂନ୍ୟ ଶୁଳ୍କରେ ବ୍ରିଟିଶ ବଜାରରେ ପ୍ରବେଶ କରିବ।ଫଳରେ ଭାରତରେ କାର ଏବଂ ହ୍ୱିସ୍କି ଭଳି ବ୍ରିଟିଶ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ହେବ ବା ଶସ୍ତା ହେବ।
ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବା ପୂର୍ବରୁ ୟୁକେ ସଂସଦର ଅନୁମୋଦନ ଆବଶ୍ୟକ। ସେହିପରି ଭାରତରେ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ଏପରି ଚୁକ୍ତିନାମାକୁ ଅନୁମୋଦନ କରିବ। ବ୍ରିଟିଶ ସଂସଦ ଦ୍ୱାରା ଅନୁମୋଦନ ପାଇବା ପରେ, ଏହା ପରସ୍ପର ସହମତ ଅନୁସାରେ ଏକ ତାରିଖରେ କାର୍ଯ୍ୟକାରୀ ହେବ।


