Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପାକିସ୍ତାନର ବଲୁଚିସ୍ତାନରେ ଭୟଙ୍କର ଆତ୍ମଘାତୀ ଆକ୍ରମଣ
ଅନ୍ତରାଷ୍ଟ୍ରୀୟ

ପାକିସ୍ତାନର ବଲୁଚିସ୍ତାନରେ ଭୟଙ୍କର ଆତ୍ମଘାତୀ ଆକ୍ରମଣ

July 4, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଇସଲାମାବାଦ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ଗ୍ୱାଦର ଅଞ୍ଚଳରେ ଏକ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ହୋଇଛି। ବିଚ୍ଛିନ୍ନତାବାଦୀ ସଶସ୍ତ୍ର ସଂଗଠନ ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି।

ବିଏଲଏର ବିବୃତି ଅନୁସାରେ, ଗ୍ୱାଦରର ଜିୱାନି ସ୍ଥିତ ପାକିସ୍ତାନ ତଟରକ୍ଷୀ ବାହିନୀର ଶିବିରକୁ ଲକ୍ଷ୍ୟ କରି ବିସ୍ଫୋରକ ଭର୍ତ୍ତି ଏକ ଟ୍ରକ୍ ଧକ୍କା ଦିଆଯାଇଥିଲା। ସଂଗଠନର ଦାବି ମୁତାବକ, ଏହି ବିସ୍ଫୋରଣରେ ୩୦ରୁ ଅଧିକ ପାକିସ୍ତାନୀ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଭଙ୍ଗା କୋଠା ତଳେ ଅନେକ ଲୋକ ଫସି ରହିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ମଧ୍ୟ ବିଏଲଏ ଦାବି କରିଛି।

ବିଏଲଏର ମୁଖପାତ୍ର ଜିଆନ୍ଦ ବଲୁଚଙ୍କ କହିବା ଅନୁସାରେ, ଆତାଉଲ୍ଲା ବଲୁଚ୍ ଓରଫ ଅଜମଲ ନାମକ ଜଣେ ଆତ୍ମଘାତୀ ଆକ୍ରମଣକାରୀ ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ ବିସ୍ଫୋରକ ଭର୍ତ୍ତି ଏକ ମାଜଦା ଟ୍ରକ୍‌କୁ ତଟରକ୍ଷୀ ଶିବିର ଭିତରକୁ ଧସାଇ ଦେଇ ବିସ୍ଫୋରଣ ଘଟାଇଥିଲେ। ସଂଗଠନର ଦାବି ଅନୁଯାୟୀ, ଏହି ଅଭିଯାନକୁ ବିଏଲଏର ‘ମାଜିଦ୍ ବ୍ରିଗେଡ୍’ କାର୍ଯ୍ୟକାରୀ କରିଥିଲା।

ଏହି ଘଟଣା ପରେ ବିଏଲଏର ମିଡିଆ ୱିଙ୍ଗ ‘ହକ୍କାଲ’ ପକ୍ଷରୁ ଦୁଇଟି ଭିଡିଓ ଜାରି କରାଯାଇଛି। ପ୍ରଥମ ଭିଡିଓରେ ବିସ୍ଫୋରକ ଭର୍ତ୍ତି ଟ୍ରକ୍ ଶିବିର ଭିତରକୁ ପ୍ରବେଶ କରିବା ପରେ ବିସ୍ଫୋରଣ ଘଟୁଥିବା ଦେଖାଯାଇଥିବା ବେଳେ, ଦ୍ୱିତୀୟ ଭିଡିଓରେ ଶିବିରର ବଡ଼ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଦୃଶ୍ୟ ଥିବା ଦାବି କରାଯାଇଛି।

ତେବେ ପାକିସ୍ତାନୀ ଅଧିକାରୀମାନେ BLAର ମୃତାହତଙ୍କ ଦାବିକୁ ତୁରନ୍ତ ନିଶ୍ଚିତ କରିନାହାଁନ୍ତି କିମ୍ବା ଘଟଣା ଉପରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି।

Baloch Liberation Army (BLA) Pakistan Coast Guards suicide attack
Share. Facebook Twitter LinkedIn Email WhatsApp Copy Link

Related Posts

ପଦକ ବିନା ଫେରିବେ ମନୁ ଭାକର: ବିଶ୍ୱ ରେକର୍ଡଧାରୀ ଇଶା ସିଂହ ଜିତିଲେ ରୌପ୍ୟ

September 28, 2026

UPI ମାମଲା: RBI ଏବଂ କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

September 28, 2026

ସେମିଫାଇନାଲରେ ମୁହାଁମୁହିଁ ହେବେ କି ଭାରତ ଏବଂ ପାକିସ୍ତାନ?: ଫାଇନାଲ୍ ପୂର୍ବରୁ ଜାଣନ୍ତୁ କାର୍ଯ୍ୟସୂଚୀ

September 28, 2026

ଷଷ୍ଠ ପିଢ଼ିର ଲଢ଼ୁଆ ବିମାନ ବିକଶିତ କରୁଛି ଭାରତ: ଆଶ୍ଚର୍ଯ୍ୟ କରିବ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ

September 28, 2026
Latest News

ପଦକ ବିନା ଫେରିବେ ମନୁ ଭାକର: ବିଶ୍ୱ ରେକର୍ଡଧାରୀ ଇଶା ସିଂହ ଜିତିଲେ ରୌପ୍ୟ

September 28, 2026

ଗେଷ୍ଟହାଉସରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୪ ଅଭିଯୁକ୍ତ ଗିରଫ

September 28, 2026

Maa Tara Tarini Temple: ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ

September 28, 2026

UPI ମାମଲା: RBI ଏବଂ କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

September 28, 2026

ସେମିଫାଇନାଲରେ ମୁହାଁମୁହିଁ ହେବେ କି ଭାରତ ଏବଂ ପାକିସ୍ତାନ?: ଫାଇନାଲ୍ ପୂର୍ବରୁ ଜାଣନ୍ତୁ କାର୍ଯ୍ୟସୂଚୀ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.