Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଶ୍ରୀଲଙ୍କା ପାଇଁ ଭାରତର ଟେଷ୍ଟ ଦଳ ଘୋଷଣା: ଫେରିଲେ ଜାଡେଜା
ଅନ୍ତରାଷ୍ଟ୍ରୀୟ

ଶ୍ରୀଲଙ୍କା ପାଇଁ ଭାରତର ଟେଷ୍ଟ ଦଳ ଘୋଷଣା: ଫେରିଲେ ଜାଡେଜା

July 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟିମ୍ ଇଣ୍ଡିଆ
ଶ୍ରୀଲଙ୍କା ପାଇଁ ଭାରତର ଟେଷ୍ଟ ଦଳ ଘୋଷଣା: ଫେରିଲେ ଜାଡେଜା

ନୂଆଦିଲ୍ଲୀ: ଭାରତୀୟ ଦଳ ଅଗଷ୍ଟରେ ଦୁଇଟି ଟେଷ୍ଟ ସିରିଜ ପାଇଁ ଶ୍ରୀଲଙ୍କା ଗସ୍ତ କରିବ, ଯାହା ପାଇଁ ବିସିସିଆଇ ଆଜି ଭାରତୀୟ ଦଳ ଘୋଷଣା କରିଛି। ବୋର୍ଡ କହିଛି ଯେ, ୱାଶିଂଟନ ସୁନ୍ଦର ପ୍ରଥମ ଟେଷ୍ଟରେ ଉପଲବ୍ଧ ନାହାନ୍ତି। ଶୁଭମନ ଗିଲଙ୍କ ନେତୃତ୍ଵରେ ୧୫ ଜଣିଆ ଦଳ ଚୟନ କରାଯାଇଛି, ଯେଉଁଠାରେ ଦୁଇ ଖେଳାଳିଙ୍କ ଖେଳିବା ସେମାନଙ୍କ ଫିଟନେସ୍ ରିପୋର୍ଟ ଉପରେ ନିର୍ଭର କରିବ। କେଏଲ ରାହୁଲ ଉପ-ଅଧିନାୟକ ଏବଂ ରିଷଭ ପନ୍ତ ଏବଂ ଧ୍ରୁବ ଜୁରେଲଙ୍କୁ ୱିକେଟକିପର ଭାବରେ ସାମିଲ କରାଯାଇଛି।

ଦ୍ରୁତ ବୋଲର ଗୁରନୁର ବ୍ରାର, ଯିଏକି ସମ୍ପ୍ରତି ତାଙ୍କର ଏକଦିବସୀୟ ଡେବ୍ୟୁ କରିଥିଲେ, ତାଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ଟେଷ୍ଟ ଦଳରେ ସାମିଲ ହୋଇଥିବା ଅନ୍ୟ ଖେଳାଳି ହେଉଛନ୍ତି ସାରାଂଶ ଜୈନ। ମଧ୍ୟପ୍ରଦେଶର ବାସିନ୍ଦା ସାରାଂଶ ଜଣେ ଅଲରାଉଣ୍ଡର, ଅଫ୍-ସ୍ପିନର ଏବଂ ବାମହାତୀ ବ୍ୟାଟସମ୍ୟାନ।

ବିସିସିଆଇ ଏକ ବିବୃତ୍ତିରେ କହିଛି ଯେ, ସାଇ ସୁଦର୍ଶନ ଏବଂ ଜସପ୍ରିତ ବୁମରାହଙ୍କ ଉପଲବ୍ଧତା CoE (ସେଣ୍ଟର ଅଫ୍ ଏକ୍ସଲେନ୍ସ) ରୁ ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ। ପ୍ରଥମ ଟେଷ୍ଟ ପାଇଁ ୱାଶିଂଟନ ସୁନ୍ଦର ଉପଲବ୍ଧ ନାହାନ୍ତି।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ

ଶୁଭମାନ ଗିଲ (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, ଋଷଭ ପନ୍ତ (ୱିକେଟ୍ ରକ୍ଷକ), ଧ୍ରୁଭ ଜୁରେଲ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୂତାର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଗୁରୁନୁର ବ୍ରାର, ଦେବଦତ୍ତ ପାଡିକ୍କଲ, ସାରାଂଶ ଜୈନ, ଜସପ୍ରିତ ବୁମରା (ଫିଟନେସ୍ କ୍ଲିୟରାନ୍ସକୁ ଅପେକ୍ଷା), ସାଇ ସୁଦର୍ଶନ (ଫିଟନେସ୍ କ୍ଲିୟରାନ୍ସକୁ ଅପେକ୍ଷା)।

ଭାରତ ବନାମ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ କାର୍ଯ୍ୟସୂଚୀ:

ପ୍ରଥମ ଟେଷ୍ଟ: ଅଗଷ୍ଟ ୧୫ରୁ ୧୯ ତାରିଖ- ଗଲେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍
ଦ୍ୱିତୀୟ ଟେଷ୍ଟ: ଅଗଷ୍ଟ ୨୩ ରୁ ୨୭ ତାରିଖ – ସିଂହଳୀ ସ୍ପୋର୍ଟସ୍ କ୍ଲବ୍ କ୍ରିକେଟ୍ ଗ୍ରାଉଣ୍ଡ।

IND Vs SL Test India Test Squad India Vs Sri Lanka Test Series ravindra jadeja Shubman Gill
Share. Facebook Twitter LinkedIn Email WhatsApp Copy Link

Related Posts

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୧୨ ମୃତ, ୩୦ ଗୁରୁତର

September 27, 2026
Latest News

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026

କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.