Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପ୍ରଳୟଙ୍କରୀ ବନ୍ୟା ପରେ ଜଳବାୟୁ କ୍ଷତିପୂରଣ ଦାବି କଲା ନେପାଳ
ଅନ୍ତରାଷ୍ଟ୍ରୀୟ

ପ୍ରଳୟଙ୍କରୀ ବନ୍ୟା ପରେ ଜଳବାୟୁ କ୍ଷତିପୂରଣ ଦାବି କଲା ନେପାଳ

September 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କାଠମାଣ୍ଡୁ: ନେପାଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧,୦୦୦ ଅତିକ୍ରମ କରିଥିବା ବେଳେ ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି। ଏହି ମହାବିପତ୍ତି ପରେ ନେପାଳ ସରକାର ବିଶ୍ୱର ପ୍ରମୁଖ ପ୍ରଦୂଷଣକାରୀ ଦେଶ ଭାରତ, ଚୀନ୍‌ ଏବଂ ଆମେରିକା ନିକଟରୁ ଜଳବାୟୁ କ୍ଷତିପୂରଣ ଦାବି କରିଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟ ପରବର୍ତ୍ତୀ ସ୍ଥିତିର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ପାଇଁ ମିଳୁଥିବା ସହାୟତାକୁ ଦାନ କିମ୍ବା ଦୟା ଭାବେ ନଦେଖି ବିଶ୍ୱ ସମୁଦାୟର “ନୈତିକ ଦାୟିତ୍ୱ” ଭାବେ ବିଚାର କରାଯିବା ଉଚିତ୍‌ ବୋଲି ନେପାଳ ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ୍‌ ସ୍ପଷ୍ଟ ପ୍ରକାଶ କରିଛନ୍ତି।

ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ୍‌ କହିଛନ୍ତି ଯେ, ନିର୍ଗତ ହେଉଥିବା ମୋଟ ଗ୍ରୀନ୍‌ହାଉସ୍ ଗ୍ୟାସ୍‌ରେ ନେପାଳର ଯୋଗଦାନ ନଗଣ୍ୟ। ତଥାପି ବିଶ୍ୱ ଉତ୍ତାପ ବୃଦ୍ଧି ବା ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ ନେପାଳକୁ ସବୁଠାରୁ ଅଧିକ ଭୋଗିବାକୁ ପଡ଼ୁଛି। ନିଜେ ସୃଷ୍ଟି କରିନଥିବା ଏକ ବିଶ୍ୱସ୍ତରୀୟ ସଙ୍କଟ ପାଇଁ ନେପାଳ ଆଜି ସର୍ବୋଚ୍ଚ ମୂଲ୍ୟ ଦେଉଛି। ହିମାଳୟ ଅଞ୍ଚଳରେ ବରଫଚଟାଣ ଶୀଘ୍ର ତରଳିବା ଏବଂ ଏହିପରି ଭୟଙ୍କର ପାର୍ବତ୍ୟ ବନ୍ୟା ବିଶ୍ୱ ଜଳବାୟୁ ପରିବର୍ତ୍ତନର ସାଂଘାତିକ ପରିଣାମ ଅଟେ। ନୁୱାକୋଟ ଜିଲ୍ଲାର ଭୋଟେକୋଶୀ ନଦୀରେ ବରଫ ହ୍ରଦ ବିସ୍ଫୋରଣ ଯୋଗୁଁ ଆସିଥିବା କାଦୁଅ ମିଶ୍ରିତ ତୀବ୍ର ଜଳପ୍ରବାହ ଦେବୀଘାଟ ଆଦି ଅଞ୍ଚଳକୁ ସମ୍ପୂର୍ଣ୍ଣ ଧ୍ୱଂସସ୍ତୂପରେ ପରିଣତ କରିଦେଇଛି। ନେପାଳର ଏହି କ୍ଷତିପୂରଣ ଦାବି ବିଶ୍ୱ ଜଳବାୟୁ ଆଲୋଚନାରେ ଏକ ନୂତନ ମୋଡ଼ ଆଣିଦେଇଛି। ଉନ୍ନତ ଓ ଶିଳ୍ପସମୃଦ୍ଧ ରାଷ୍ଟ୍ରଗୁଡ଼ିକର ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ଯୋଗୁଁ ବିକାଶଶୀଳ ଓ ପାର୍ବତ୍ୟ ଦେଶଗୁଡ଼ିକ ଯେଉଁ ଅପୂରଣୀୟ କ୍ଷତି ସହିଛନ୍ତି, ତାହାର ଭରଣପୋଷଣ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଉଚିତ ସହାୟତା ଯୋଗାଇଦେବାକୁ ନେପାଳ ଜୋରଦାର ଆହ୍ୱାନ ଦେଇଛି।

ଜଳବାୟୁ ପରିବର୍ତ୍ତନ ନେପାଳବନ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ନେପାଳ ବନ୍ୟା: ୩୫୦ ଜଣଙ୍କ ଜୀବନ ବଞ୍ଚାଇଲେ ପୁଲିସ ଅଫିସର ଏ. କେ. ବୈଠା

September 2, 2026

ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ‘ଆୟୁଷ୍ମାନ ଭାରତ’ରେ ମିଶିବନି ‘ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା’

September 2, 2026

ଏସପି ପାହ୍ୟାକୁ ପଦୋନ୍ନତି ପାଇଲେ ୧୫ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ

September 2, 2026

‘ଶକ୍ତି ସମ୍ମିଳନୀ’: ଏକାଠି ହେଲେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ

September 2, 2026
Latest News

ପ୍ରଳୟଙ୍କରୀ ବନ୍ୟା ପରେ ଜଳବାୟୁ କ୍ଷତିପୂରଣ ଦାବି କଲା ନେପାଳ

September 2, 2026

ଜାଲିଆତି ଟୋଲ୍ ଆଦାୟ ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ୭ଟି ରାଜ୍ୟରେ ଚଢାଉ

September 2, 2026

ନେପାଳ ବନ୍ୟା: ୩୫୦ ଜଣଙ୍କ ଜୀବନ ବଞ୍ଚାଇଲେ ପୁଲିସ ଅଫିସର ଏ. କେ. ବୈଠା

September 2, 2026

ଟିମ୍ ଇଣ୍ଡିଆରେ ହଠାତ୍ ୮ ପରିବର୍ତ୍ତନ: ଅଧାରୁ ଅଧିକ ଖେଳାଳିଙ୍କୁ ବଦଳାଇଲା ବିସିସିଆଇ

September 2, 2026

ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ‘ଆୟୁଷ୍ମାନ ଭାରତ’ରେ ମିଶିବନି ‘ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା’

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.