Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପାକିସ୍ତାନରେ ଶତାବ୍ଦୀ ପୁରୁଣା ମନ୍ଦିର ଭାଙ୍ଗିବା ଘଟଣା: କଡ଼ା ନିନ୍ଦା କଲା ଭାରତ
ଅନ୍ତରାଷ୍ଟ୍ରୀୟ

ପାକିସ୍ତାନରେ ଶତାବ୍ଦୀ ପୁରୁଣା ମନ୍ଦିର ଭାଙ୍ଗିବା ଘଟଣା: କଡ଼ା ନିନ୍ଦା କଲା ଭାରତ

September 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରଣଧୀର ଜୟସ୍ଵାଲ
ଏସ୍‌ଆଇଆର୍ ନେଇ ଆମେରିକା ସାଂସଦ ପ୍ରମିଳା ଜୟପାଳଙ୍କ ବୟାନକୁ ଭାରତର କଡା ନିନ୍ଦା

ନୂଆଦିଲ୍ଲୀ: ପାକିସ୍ତାନରେ ପ୍ରାୟ ଶତାବ୍ଦୀ ପୁରୁଣା ମନ୍ଦିର ଭାଙ୍ଗିବା ଖବର ଉପରେ ଭାରତ ସରକାର କଡ଼ା ଆପତ୍ତି ଉଠାଇଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି ଯେ, ଏହି ଘଟଣା ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ବର୍ବରତାକୁ ଦର୍ଶାଉଛି। ମନ୍ତ୍ରଣାଳୟ ଦାବି କରିଛି ଯେ, ପାକିସ୍ତାନ ସରକାର ଏହି ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

MEA ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି ଯେ, “ପାକିସ୍ତାନର ନାରୋୱାଲ ଜିଲ୍ଲାର ସିରାଜ ଗାଁରେ ଏକ ଐତିହାସିକ ହିନ୍ଦୁ ମନ୍ଦିର ଭାଙ୍ଗିବା ଘଟଣାରେ ଆମେ ଗଭୀର ଚିନ୍ତିତ। ଆମେ ଏକ ଶତାବ୍ଦୀ ପୁରୁଣା ସଂଖ୍ୟାଲଘୁ ପୂଜାସ୍ଥଳ ବିରୁଦ୍ଧରେ ଏହି ନିନ୍ଦନୀୟ ଭଙ୍ଗାରୁଜା କାର୍ଯ୍ୟକୁ ଦୃଢ଼ ନିନ୍ଦା କରୁଛୁ।” ସେ ଆହୁରି କହିଛନ୍ତି ଯେ, ପଡ଼ୋଶୀ ଦେଶର କର୍ତ୍ତୃପକ୍ଷଙ୍କ ଉଦାସୀନତା ଏବଂ ଏହି ପ୍ରାଚୀନ ମନ୍ଦିରକୁ ସୁରକ୍ଷା ଦେବାରେ ସେମାନଙ୍କର ବିଫଳତା ଚିନ୍ତାଜନକ।

ପାକିସ୍ତାନକୁ ନିନ୍ଦା କଲା MEA

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଜେଆର, “ଏପରି ଘଟଣା ଦର୍ଶାଏ ଯେ ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟ କେତେ ଦୁର୍ବଳ, ଏବଂ ସେମାନଙ୍କର ଧର୍ମ ସ୍ୱାଧୀନତା ଏବଂ ପୂଜାସ୍ଥଳଗୁଡ଼ିକୁ ନିରନ୍ତର ଟାର୍ଗେଟ କରାଯାଉଛି।” ଜୟସ୍ଵାଲ ଦାବି କରିଛନ୍ତି ଯେ, ପାକିସ୍ତାନ ସରକାର ଯଥାଶୀଘ୍ର ଘଟଣାର ସ୍ୱଚ୍ଛ ତଦନ୍ତ କରନ୍ତୁ ଏବଂ ଦୋଷୀମାନଙ୍କୁ ଜବାବ ମାଗନ୍ତୁ। ସେ କ୍ଷତିଗ୍ରସ୍ତ ମନ୍ଦିରର ମରାମତି ଏବଂ ଦେଶରେ ରହୁଥିବା ସମସ୍ତ ସଂଖ୍ୟାଲଘୁ ଏବଂ ସେମାନଙ୍କ ଧାର୍ମିକ ସ୍ଥଳର ସୁରକ୍ଷା ପାଇଁ ସରକାର ତାଙ୍କର ଦାୟିତ୍ୱ ପୂରଣ କରିବାକୁ ମଧ୍ୟ ଦାବି କରିଛନ୍ତି।

ମନ୍ଦିର ଭାଙ୍ଗିଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

୧୦୦ ରୁ ୧୨୫ ବର୍ଷ ପୁରୁଣା ମନ୍ଦିରଟି ଲାହୋରରୁ ପ୍ରାୟ ୧୩୦ କିଲୋମିଟର ଦୂରରେ ପଞ୍ଜାବ ପ୍ରଦେଶର ନାରୋୱାଲ ଜିଲ୍ଲାର ସିରାଜ ଗାଁରେ ଅବସ୍ଥିତ। ସ୍ଥାନୀୟ ବାସିନ୍ଦା, ସଂଖ୍ୟାଲଘୁ ସଂଗଠନ ଏବଂ ଏକ ରାଜନୈତିକ ଦଳ ଅଭିଯୋଗ କରିଛନ୍ତି ଯେ, ଧାର୍ମିକ ଉଗ୍ରବାଦୀମାନେ ମନ୍ଦିରର ଜମିକୁ ନିକଟସ୍ଥ ଏକ ମଦ୍ରାସା ସହିତ ମିଶ୍ରଣ କରିବା ପାଇଁ ଏହାକୁ ଭାଙ୍ଗି ଦେଇଥିଲେ। ତଥାପି ସରକାର ଦାବି କରିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁଁ ପୁରୁଣା ମନ୍ଦିରଟି ଆପେ ଆପେ ଭାଙ୍ଗି ପଡ଼ିଛି। ପାକିସ୍ତାନ ମସିହା ମିଲ୍ଲତ ପାର୍ଟି ପଞ୍ଜାବ ସରକାରଙ୍କୁ ମନ୍ଦିର ଭାଙ୍ଗିବାରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ମନ୍ଦିର ପୁନଃନିର୍ମାଣ କରିବାକୁ ଦାବି କରିଛି।

mea Randhir Jaiswal
Share. Facebook Twitter LinkedIn Email WhatsApp Copy Link

Related Posts

BREAKING: ବର୍ଷା ପାଇଁ ଟସ୍ ବିଳମ୍ବ, ବେଙ୍ଗାଲୁରୁରେ ଅନିଶ୍ଚିତ ନିର୍ଣ୍ଣାୟକ ମ୍ୟାଚ୍

October 17, 2026

ଅଭିଜିତ ଦୀପକେ ମୁକ୍ତ: ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ SEM କୋର୍ଟ

October 17, 2026

ବେଆଇନ ନିର୍ମାଣ ଅଭିଯୋଗରେ ଅଜୟ ଦେବଗନ୍‌ଙ୍କ ବଙ୍ଗଳାକୁ ଭାଙ୍ଗିଲା ବିଏମସି

October 17, 2026

ବିସ୍କୁଟରେ ପଶୁ ଚାରା, କ୍ଷୀରରେ ଡିଟର୍ଜେଣ୍ଟ!: ୩ କମ୍ପାନୀ ବିରୋଧରେ FSSAIର ବଡ଼ କାର୍ଯ୍ୟାନୁଷ୍ଠାନ

October 17, 2026
Latest News

ଭୁବନେଶ୍ୱରରେ ନିଜର ସର୍ବବୃହତ ଜୁଏଲାରୀ ଶୋ’ରୁମ ଉଦ୍‌ଘାଟନ କଲା କିସ୍‌ନା

October 17, 2026

BREAKING: ବର୍ଷା ପାଇଁ ଟସ୍ ବିଳମ୍ବ, ବେଙ୍ଗାଲୁରୁରେ ଅନିଶ୍ଚିତ ନିର୍ଣ୍ଣାୟକ ମ୍ୟାଚ୍

October 17, 2026

ଅଭିଜିତ ଦୀପକେ ମୁକ୍ତ: ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ SEM କୋର୍ଟ

October 17, 2026

ବେଆଇନ ନିର୍ମାଣ ଅଭିଯୋଗରେ ଅଜୟ ଦେବଗନ୍‌ଙ୍କ ବଙ୍ଗଳାକୁ ଭାଙ୍ଗିଲା ବିଏମସି

October 17, 2026

ବିସ୍କୁଟରେ ପଶୁ ଚାରା, କ୍ଷୀରରେ ଡିଟର୍ଜେଣ୍ଟ!: ୩ କମ୍ପାନୀ ବିରୋଧରେ FSSAIର ବଡ଼ କାର୍ଯ୍ୟାନୁଷ୍ଠାନ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.