Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ତିବ୍ବତରେ ୫.୦ ତୀବ୍ରତାର ଭୂକମ୍ପ, ବଢ଼ିଲା ବନ୍ୟା ଆଶଙ୍କା
ଅନ୍ତରାଷ୍ଟ୍ରୀୟ

ତିବ୍ବତରେ ୫.୦ ତୀବ୍ରତାର ଭୂକମ୍ପ, ବଢ଼ିଲା ବନ୍ୟା ଆଶଙ୍କା

September 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

କାଠମାଣ୍ଡୁ: ହିମାଳୟ ଅଞ୍ଚଳରେ ପ୍ରକୃତିର ତାଣ୍ଡବ ଲୀଳା ଥମିବାର ନାଁ ନେଉନାହିଁ। ନେପାଳ ଓ ତିବ୍ବତ ସୀମାନ୍ତରେ ପ୍ରଳୟଙ୍କରୀ ଆକସ୍ମିକ ଜଳପ୍ଲାବନ ଏବଂ ଗ୍ଲେସିଅର୍‌ ଧସିବା ଘଟଣାରେ ୧,୨୫୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଏବେ ପୁଣି ଏକ ଭୂକମ୍ପ ଝଟ୍‌କା ଅଞ୍ଚଳବାସୀଙ୍କ ଭୟ ବଢ଼ାଇ ଦେଇଛି। ଗୁରୁବାର ଅପରାହ୍ଣ ପ୍ରାୟ ୧ଟା ୪୬ ମିନିଟ୍‌ ସମୟରେ ତିବ୍ବତରେ ୫.୦ ତୀବ୍ରତାର ଏକ ମୃଦୁରୁ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତିବ୍ବତ ଅଞ୍ଚଳର ଅକ୍ଷାଂଶ ୩୧.୪୭୯ ନର୍ଥ ଏବଂ ଦ୍ରାଘିମା ୮୦.୩୭୦ ଇଷ୍ଟରେ ଏବଂ ଭୂପୃଷ୍ଠରୁ ମାତ୍ର ୧୪ କିଲୋମିଟର ଗଭୀରତାରେ ରହିଥିଲା। ଭୂକମ୍ପଟି କମ୍‌ ଗଭୀରତାରେ ହୋଇଥିବାରୁ ଏହାର କମ୍ପନ ଭୂପୃଷ୍ଠରେ ତୀବ୍ର ଭାବେ ଅନୁଭୂତ ହୋଇଥିଲା। ଉତ୍ତରାଖଣ୍ଡର ଯୋଶୀମଠଠାରୁ ପ୍ରାୟ ୧୨୮ କିଲୋମିଟର ଉତ୍ତର-ପୂର୍ବରେ ଏହି କେନ୍ଦ୍ରସ୍ଥଳ ରହିଥିବା ବେଳେ ହିମାଳୟ ପାର୍ଶ୍ୱବର୍ତ୍ତୀ ବିଶାଳ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିଛି। ତେବେ ଏହି କମ୍ପନ ଯୋଗୁଁ ତୁରନ୍ତ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଧନଜୀବନ ହାନିର ଖବର ମିଳିନାହିଁ।

ଏହି ଜରୁରୀ ପରିସ୍ଥିତି ଏପରି ଏକ ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ସମଗ୍ର ସୀମାନ୍ତ ଅଞ୍ଚଳ ଗତ ଅଗଷ୍ଟ ୨୬ ତାରିଖରେ ଘଟିଥିବା ମହାବିପତ୍ତିରୁ ମୁକୁଳିବାକୁ ସଂଘର୍ଷ କରୁଛି। ଉଚ୍ଚ ହିମାଳୟ ପର୍ବତମାଳାରେ ହିମସ୍ଖଳନ ଓ ଗ୍ଲେସିଅର୍‌ ଭାଙ୍ଗିବା ଯୋଗୁଁ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ଅବବାହିକାରେ ଭୟଙ୍କର ବନ୍ୟାସ୍ରୋତ ସୃଷ୍ଟି ହୋଇଥିଲା। କାଦୁଅ, ପଥର ଓ ବରଫର ଏହି ବିଶାଳ ସ୍ରୋତ ଗାଁ କୁ ଗାଁ, ପୋଲ, ରାସ୍ତାଘାଟ ଏବଂ ଜଳବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ ଛାରଖାର କରିଦେଇଥିଲା। ବର୍ତ୍ତମାନ ସୁଦ୍ଧା ୧,୨୦୪ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇସାରିଥିବା ବେଳେ ପ୍ରାୟ ୪,୨୦୦ରୁ ଉଦ୍ଧର୍ୱ ଲୋକ ଏବେ ବି ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଶହ ଶହ ବିଦେଶୀ ପର୍ଯ୍ୟଟକ, ତୀର୍ଥଯାତ୍ରୀ ଏବଂ ସୀମାନ୍ତରେ କାର୍ଯ୍ୟରତ ଶ୍ରମିକ ରହିଛନ୍ତି। କାଦୁଅ ଓ ପ୍ରବଳ ପଥର ଆବର୍ଜନା ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଖୋଜିବା ପାଇଁ ନେପାଳ ସେନା, ପୁଲିସ, ଚୀନ୍‌ ବାହିନୀ ସମେତ ଭାରତର ସ୍ୱତନ୍ତ୍ର ଫୋରେନ୍‌ସିକ୍‌ ଟିମ୍‌ ଓ ଉଦ୍ଧାରକାରୀ ଦଳ ନିରନ୍ତର ସେନା ହେଲିକପ୍ଟର, ସ୍ନିଫର କୁକୁର ଓ ସ୍ୱତନ୍ତ୍ର ଯନ୍ତ୍ରପାତି ସାହାଯ୍ୟରେ ଅଭିଯାନ ଜାରି ରଖିଛନ୍ତି।

ହିମାଳୟ ସଙ୍କଟଜନକ ଭୌଗୋଳିକ ସ୍ଥିତିରେ ରହିଥିବାରୁ ଏଠାରେ ଭୂମିକମ୍ପ ଏବଂ ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାରତା ବୃଦ୍ଧି ପାଉଛି। ଭାରତୀୟ ଟେକ୍‌ଟୋନିକ୍‌ ପ୍ଲେଟ୍‌ କ୍ରମାଗତ ଭାବେ ଉତ୍ତର ଦିଗକୁ ଗତି କରି ୟୁରେସିଆନ୍‌ ପ୍ଲେଟ୍‌ ସହ ଧକ୍କା ହେଉଥିବାରୁ ଏହି ଅଞ୍ଚଳରେ ନିୟମିତ ଶକ୍ତି ଜମା ହୋଇ ଭୂକମ୍ପ ସୃଷ୍ଟି ହୋଇଥାଏ। ଏହାପୂର୍ବରୁ ଅଗଷ୍ଟ ୨୭ ତାରିଖରେ ମଧ୍ୟ ଉତ୍ତର ତିବ୍ବତରେ ୫.୦ ତୀବ୍ରତାର ଅନ୍ୟ ଏକ କମ୍ପନ ରେକର୍ଡ କରାଯାଇଥିଲା। ବିଜ୍ଞାନୀମାନଙ୍କ ଅନୁସାରେ, ଗ୍ଲେସିଅର୍‌ ଭାଙ୍ଗିବା ସମୟରେ ସୃଷ୍ଟି ହୋଇଥିବା ୫.୨ ତୀବ୍ରତାର କମ୍ପନ ତଥା ବର୍ତ୍ତମାନର ଭୂକମ୍ପ ପରିବେଶଗତ ଅସ୍ଥିରତାକୁ ଦର୍ଶାଉଛି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ସଂସଦରେ ବକ୍ତବ୍ୟ ଦେଇ ଏହି ମହାବିପତ୍ତି ପଛରେ ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପ୍ରଭାବ ରହିଥିବା ଦର୍ଶାଇଛନ୍ତି ଏବଂ ଏଥିପାଇଁ ବିଶ୍ୱସ୍ତରୀୟ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଜଳପ୍ଲାବନରେ ହଜାର ହଜାର ଲୋକ ବେଘର ହୋଇଥିବା ବେଳେ ବର୍ତ୍ତମାନର ଏହି ନୂତନ ଭୂକମ୍ପ ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଅଧିବାସୀଙ୍କ ମନରେ ଅଧିକ ଆଶଙ୍କା ସୃଷ୍ଟି କରିଛି।

ତିବ୍ବତରେ ୫.୦ ତୀବ୍ରତାର ଭୂକମ୍ପ ବଢ଼ିଲା ବନ୍ୟା ଆଶଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ଜନ୍ମାଷ୍ଟମୀ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗର୍ଭଉଦକ ବନ୍ଦାପନା ଓ ଜେଉଟ ଭୋଗ ନୀତି

September 3, 2026

କ୍ରେଡିଟ୍ କାର୍ଡ ମାମଲା: ପ୍ରକ୍ରିୟାକରଣରେ ବିଳମ୍ବ ହେଲେ ବ୍ୟାଙ୍କ ଦେବ ୩ ଲକ୍ଷ ଜରିମାନା

September 3, 2026

ଚନ୍ଦ୍ରିକା ମୃତ୍ୟୁ ମାମଲା: ପୁରୁଷ ବନ୍ଧୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

September 3, 2026

ଡ୍ରାଇଭିଂ ଲାଇସେନ୍ସ ଉପରେ ସରକାରଙ୍କ କଡ଼ା ନିୟମ: ଏବେ କଟିବ ପଏଣ୍ଟ, ବାତିଲ ହେବ ଲାଇସେନ୍ସ

September 3, 2026
Latest News

ତିବ୍ବତରେ ୫.୦ ତୀବ୍ରତାର ଭୂକମ୍ପ, ବଢ଼ିଲା ବନ୍ୟା ଆଶଙ୍କା

September 3, 2026

ଜନ୍ମାଷ୍ଟମୀ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗର୍ଭଉଦକ ବନ୍ଦାପନା ଓ ଜେଉଟ ଭୋଗ ନୀତି

September 3, 2026

କ୍ରେଡିଟ୍ କାର୍ଡ ମାମଲା: ପ୍ରକ୍ରିୟାକରଣରେ ବିଳମ୍ବ ହେଲେ ବ୍ୟାଙ୍କ ଦେବ ୩ ଲକ୍ଷ ଜରିମାନା

September 3, 2026

ଚନ୍ଦ୍ରିକା ମୃତ୍ୟୁ ମାମଲା: ପୁରୁଷ ବନ୍ଧୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

September 3, 2026

ଡ୍ରାଇଭିଂ ଲାଇସେନ୍ସ ଉପରେ ସରକାରଙ୍କ କଡ଼ା ନିୟମ: ଏବେ କଟିବ ପଏଣ୍ଟ, ବାତିଲ ହେବ ଲାଇସେନ୍ସ

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.