Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା
ଅନ୍ତରାଷ୍ଟ୍ରୀୟ

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା

September 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜୋହାନ୍ସବର୍ଗ: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ଦିନିକିଆ (ODI) ସିରିଜ୍ ପାଇଁ  ସାଉଥ୍ ଆଫ୍ରିକା ଦଳ ଘୋଷଣା କରାଯାଇଛି। ନିୟମିତ ଅଧିନାୟକ ଟେମ୍ବା ବାଭୁମା ଦଳର ନେତୃତ୍ୱ ନେବେ। ସେହିପରି ଅଭିଜ୍ଞ ବ୍ୟାଟର ଡେଭିଡ୍ ମିଲର୍‌ ଏବଂ ୱିକେଟକିପର-ବ୍ୟାଟର କ୍ୱିଣ୍ଟନ୍ ଡି’କକ୍‌ଙ୍କୁ ଦଳରେ ସାମିଲ କରାଯାଇଛି। ଦୁଇ ଦଳ ମଧ୍ୟରେ ଏହି ଦିନିକିଆ ସିରିଜ୍ ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବାକୁ ଯାଉଛି।

ହାମ୍‌ଷ୍ଟ୍ରିଙ୍ଗ୍ ସମସ୍ୟା ଯୋଗୁଁ ଆହତ ହୋଇଥିବା ତାରକା ଦ୍ରୁତ ବୋଲର କାଗିସୋ ରବାଡା ଏହି ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଜେରାଲ୍ଡ କୋଏଟ୍‌ଜୀ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦୨୩ ବିଶ୍ୱକପ୍ ପରଠାରୁ କୋଏଟ୍‌ଜୀ କୌଣସି ଦିନିକିଆ ମ୍ୟାଚ୍ ଖେଳି ନଥିଲେ ଏବଂ ଗତ ତିନି ବର୍ଷ ଧରି ଆହତ ସମସ୍ୟା ଦେଇ ଗତି କରୁଥିଲେ। ସେ ନିକଟରେ ସାଉଥ୍ ଆଫ୍ରିକା-ଏ’ ପକ୍ଷରୁ ଇଂଲଣ୍ଡ ଲାୟନ୍ସ ଓ ବାଂଲାଦେଶ-ଏ’ ବିପକ୍ଷରେ ମ୍ୟାଚ୍ ଖେଳି ନିଜର ଫିଟ୍‌ନେସ୍ ସାବ୍ୟସ୍ତ କରିଥିଲେ।

କୋଏଟ୍‌ଜୀଙ୍କ ସମେତ ମାର୍କୋ ଯାନ୍‌ସେନ୍‌, ଲୁଙ୍ଗି ଏନ୍‌ଗିଡି, କାର୍ବିନ୍ ବଶ୍‌, କ୍ୱେନା ମଫାକା ଏବଂ ଓଟନିଲ୍ ବାର୍ଟମ୍ୟାନ୍‌ଙ୍କୁ ନେଇ ଦଳରେ ୬ ଜଣିଆ ଦ୍ରୁତ ବୋଲିଂ ବାହିନୀ ରହିଛନ୍ତି। ସ୍ପିନ୍ ବିଭାଗରେ କେଶବ ମହାରାଜ ଏବଂ ବ୍ୟୋର୍ନ ଫୋର୍ଟୁଇନ୍‌ଙ୍କୁ ଚୟନ କରାଯାଇଛି। ଫୋର୍ଟୁଇନ୍ ବର୍ତ୍ତମାନ ନାମ୍ବିଆ ଟ୍ରାଇ-ସିରିଜ୍‌ରେ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ୱ ନେଉଛନ୍ତି। ତେବେ ନାମ୍ବିଆ ଗସ୍ତରେ ଥିବା ମୂଳ ଦଳରୁ କେବଳ ଟପ୍ ଅର୍ଡର୍ ବ୍ୟାଟର୍ ଟୋନି ଡି’ ଜୋର୍‌ଜିଙ୍କୁ ଅଷ୍ଟ୍ରେଲିଆ ସିରିଜ୍ ପାଇଁ ମନୋନୀତ କରାଯାଇଛି।

ସାଉଥ୍ ଆଫ୍ରିକା ଦଳ:

ଟେମ୍ବା ବାଭୁମା (ଅଧିନାୟକ), ଓଟନିଲ୍ ବାର୍ଟମ୍ୟାନ୍‌, କାର୍ବିନ୍ ବଶ୍‌, ମାଥ୍ୟୁ ବ୍ରିଟ୍‌ଜକେ, ଜେରାଲ୍ଡ କୋଏଟ୍‌ଜୀ, କ୍ୱିଣ୍ଟନ୍ ଡି’କକ୍‌, ଟୋନି ଡି’ ଜୋର୍‌ଜୀ, ବ୍ୟୋର୍ନ ଫୋର୍ଟୁଇନ୍‌, ମାର୍କୋ ଯାନସେନ୍‌, କେଶବ ମହାରାଜ, କ୍ୱେନା ମଫାକା, ଏଡେନ୍ ମାର୍କରମ୍‌, ଡେଭିଡ୍ ମିଲର୍‌, ଲୁଙ୍ଗି ଏନ୍‌ଗିଡ଼ି, ର‌୍ୟାନ୍ ରିକେଲ୍ଟନ୍, ଟ୍ରିଷ୍ଟନ୍ ଷ୍ଟବ୍ସ।

South Africa vs Australia ODI Temba Bavuma Captain
Share. Facebook Twitter LinkedIn Email WhatsApp Copy Link

Related Posts

ବିମାନ ସେବା କ୍ଷେତ୍ରରେ ଏକ ରେକର୍ଡ, ଗୋଟିଏ ମାସରେ ୧.୫ କୋଟି ଘରୋଇ ଯାତ୍ରୀଙ୍କ ବିମାନ ଯାତ୍ରା

October 20, 2026

iPhone ବ୍ୟବହାରକାରୀଙ୍କ ପାଇଁ ଆସିପାରେ ନୂଆ ପେମେଣ୍ଟ ବିକଳ୍ପ, Apple Payକୁ ମିଳିବ ଚ୍ୟାଲେଞ୍ଜ!

October 20, 2026

ମକ୍କା ମସଜିଦ୍ ଘଟଣା: ୨ ବାଂଲାଦେଶୀଙ୍କୁ ମୃତ୍ୟୁଦଣ୍ଡ

October 20, 2026

Jio IPO News: ଜିଓ ଆଇପିଓ ର ରେକର୍ଡ, ଆଙ୍କର୍ ନିବେଶକଙ୍କ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଡିମାଣ୍ଡ

October 20, 2026
Latest News

ବିମାନ ସେବା କ୍ଷେତ୍ରରେ ଏକ ରେକର୍ଡ, ଗୋଟିଏ ମାସରେ ୧.୫ କୋଟି ଘରୋଇ ଯାତ୍ରୀଙ୍କ ବିମାନ ଯାତ୍ରା

October 20, 2026

iPhone ବ୍ୟବହାରକାରୀଙ୍କ ପାଇଁ ଆସିପାରେ ନୂଆ ପେମେଣ୍ଟ ବିକଳ୍ପ, Apple Payକୁ ମିଳିବ ଚ୍ୟାଲେଞ୍ଜ!

October 20, 2026

CJP ପ୍ରସଙ୍ଗରେ ନବୀନଙ୍କ ସ୍ପଷ୍ଟ ଆଭିମୁଖ୍ୟ : ନବୀନଙ୍କ ଏକ୍ସ ପୋଷ୍ଟକୁ ନେଇ ଚର୍ଚ୍ଚା

October 20, 2026

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ୧୯୯୯ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ସମ୍ପନ୍ନ

October 20, 2026

ମକ୍କା ମସଜିଦ୍ ଘଟଣା: ୨ ବାଂଲାଦେଶୀଙ୍କୁ ମୃତ୍ୟୁଦଣ୍ଡ

October 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.