Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଡିସେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ ଦେଶ ଗସ୍ତ ସମ୍ଭାବନା: ଟ୍ରମ୍ପଙ୍କ ସହ ହୋଇପାରେ ଦ୍ୱିପାକ୍ଷିକ ବୈଠକ
ଅନ୍ତରାଷ୍ଟ୍ରୀୟ

ଡିସେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ ଦେଶ ଗସ୍ତ ସମ୍ଭାବନା: ଟ୍ରମ୍ପଙ୍କ ସହ ହୋଇପାରେ ଦ୍ୱିପାକ୍ଷିକ ବୈଠକ

September 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବାଣିଜ୍ୟିକ ଓ ସାମରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ଟି ପ୍ରମୁଖ ଦେଶ ଗସ୍ତ କରିବାର ସମ୍ଭାବନା ରହିଛି। ସେ ଜର୍ମାନୀ, ଆମେରିକା, କାନାଡ଼ା ଏବଂ ବେଲଜିୟମ୍ ଗସ୍ତ କରିବାକୁ ଥିବାବେଳେ, ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ବୈଠକ ଏହି ଗସ୍ତର ମୁଖ୍ୟ ଆକର୍ଷଣ ହେବ। ଏହି ବହୁଚର୍ଚ୍ଚିତ ବିଦେଶ ଗସ୍ତ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆନୁଷ୍ଠାନିକ ଘୋଷଣା ହୋଇ ନଥିଲେ ହେଁ, ସମ୍ପୃକ୍ତ ଦେଶଗୁଡ଼ିକର ରାଜଧାନୀରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି।

ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଜର୍ମାନୀର ବର୍ଲିନ୍‌ରୁ ଆରମ୍ଭ ହେବ। ସେଠାରେ ସେ ଭାରତ-ଜର୍ମାନୀ ଅନ୍ତଃ-ସରକାରୀ ଆଲୋଚନା ବୈଠକରେ ଅଂଶଗ୍ରହଣ କରିପାରନ୍ତି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ସବୁଜ ଓ ସ୍ଥାୟୀ ବିକାଶ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, କୁଶଳୀ ଶ୍ରମିକମାନଙ୍କ ଗମନାଗମନ ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଚର୍ଚ୍ଚା ହେବ।

ଜର୍ମାନୀ ପରେ ମୋଦୀ ଆମେରିକା ଗସ୍ତ କରି ଫ୍ଲୋରିଡାର ମିଆମିସ୍ଥିତ “ଟ୍ରମ୍ପ୍ ନାସନାଲ ଡୋରାଲ”ରେ ଡିସେମ୍ବର ୧୪ ଓ ୧୫ ରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇପାରନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା ରହିଛି। ପୂର୍ବରୁ ଗତ ଜୁନ୍ ୧୭ରେ ଫ୍ରାନ୍ସର ଏଭିଆନ୍‌ଠାରେ ଜି-୭ ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ସାକ୍ଷାତ ହୋଇଥିଲା। ଏହାବ୍ୟତୀତ ଜି-୨୦ ବୈଠକ ଅବସରରେ କ୍ୱାଡ୍ ନେତାମାନଙ୍କ ସମ୍ମିଳନୀ ଆୟୋଜନ ପାଇଁ ମଧ୍ୟ ଉଦ୍ୟମ ଚାଲିଛି।

ଆମେରିକା ପରେ ପ୍ରଧାନମନ୍ତ୍ରୀ କାନାଡ଼ା ଗସ୍ତ କରିପାରନ୍ତି, ଯେଉଁଠାରେ ପ୍ରସ୍ତାବିତ ବ୍ୟାପକ ଆର୍ଥିକ ଭାଗିଦାରୀ ଚୁକ୍ତି (ସିଇପିଏ) ଉପରେ ଆଲୋଚନା ହୋଇପାରେ। ଶେଷ ପର୍ଯ୍ୟାୟରେ ସେ ବେଲଜିୟମ୍ ଗସ୍ତ କରି ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ମୋଟାମୋଟି ଭାବେ ଏହି ଗସ୍ତ ପ୍ରସ୍ତାବିତ ଭାରତ-ଇୟୁ ବାଣିଜ୍ୟ ଚୁକ୍ତିକୁ ଆଗକୁ ନେବାରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି।

ଗସ୍ତ ଡିସେମ୍ବର ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଡିସେମ୍ବର ୨୬-୨୭ରେ ଓଡ଼ିଶା ପୋଲିସ୍ ଏସ୍‌ଆଇ ପରୀକ୍ଷା

November 26, 2026

ଜଳ ଜୀବନ ମିଶନ ୨.୦ ଅଧୀନରେ ଯୁବକଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ପାଇଁ ଚୁକ୍ତିନାମା ସ୍ୱାକ୍ଷର

November 26, 2026

କାମରାଜାର୍ ବନ୍ଦରରେ ଦ୍ୱିତୀୟ କଣ୍ଟେନର ଟର୍ମିନାଲ୍ ବିକାଶକୁ କ୍ୟାବିନେଟ୍ ମଞ୍ଜୁରି

November 26, 2026

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫୫ତମ ପ୍ରଗତି ବୈଠକ ଅନୁଷ୍ଠିତ

November 26, 2026
Latest News

ଏଫ୍‌ଆଇଏଚ୍ ରାଙ୍କିଙ୍ଗ୍‌: ପ୍ରଥମ ଥର ଚତୁର୍ଥ ସ୍ଥାନରେ ଭାରତୀୟ ମହିଳା ହକି ଦଳ

November 26, 2026

ଚମେଲି ଓଝାଙ୍କୁ ହାଇକୋର୍ଟଙ୍କ ନୋଟିସ୍ : ଡିସେମ୍ବର ୧୫ରେ ପରବର୍ତ୍ତୀ ଶୁଣାଣି

November 26, 2026

ଡିସେମ୍ବର ୨୬-୨୭ରେ ଓଡ଼ିଶା ପୋଲିସ୍ ଏସ୍‌ଆଇ ପରୀକ୍ଷା

November 26, 2026

ଜଳ ଜୀବନ ମିଶନ ୨.୦ ଅଧୀନରେ ଯୁବକଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ପାଇଁ ଚୁକ୍ତିନାମା ସ୍ୱାକ୍ଷର

November 26, 2026

କାମରାଜାର୍ ବନ୍ଦରରେ ଦ୍ୱିତୀୟ କଣ୍ଟେନର ଟର୍ମିନାଲ୍ ବିକାଶକୁ କ୍ୟାବିନେଟ୍ ମଞ୍ଜୁରି

November 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.