Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଯାତ୍ରୀବାହୀ ବସ୍‌ ଉପରେ ଆତଙ୍କୀ ଗୁଳିମାଡ଼ : ୭ ମୃତ, ୪ ଆହତ
ଅନ୍ତରାଷ୍ଟ୍ରୀୟ

ଯାତ୍ରୀବାହୀ ବସ୍‌ ଉପରେ ଆତଙ୍କୀ ଗୁଳିମାଡ଼ : ୭ ମୃତ, ୪ ଆହତ

October 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଯାତ୍ରୀବାହୀ ବସ୍‌ ଉପରେ ଆତଙ୍କୀ ଗୁଳିମାଡ଼ : ୭ ମୃତ, ୪ ଆହତ

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ସିରିୟାରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଗୁଳିକାଣ୍ଡ ଘଟିଛି। ଗୋଟିଏ ଛୋଟ ଯାତ୍ରୀବାହୀ ବସ୍‌ ଉପରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ଼ କରିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ପଶ୍ଚିମ ସିରିଆର ହୋମ୍ସ ପ୍ରଦେଶସ୍ଥିତ ମାସିଆଫ୍ ସେତୁ ନିକଟରେ ଏହି ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି। ମୃତକମାନେ ଏକ ସ୍ଥାନୀୟ କମ୍ପାନିର କର୍ମଚାରୀ ବୋଲି ଜଣାପଡ଼ିଛି। ସେମାନେ ନିଜ ନିଜର କାମ ସାରି ବସ୍‌ରେ ଘରକୁ ଫେରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ। ଗୁଳିକାଣ୍ଡ ପରେ ସ୍ଥାନୀୟ ସୁରକ୍ଷା ବାହିନୀ ଓ ଉଦ୍ଧାରକାରୀ ଦଳ ଆହତମାନଙ୍କୁ ହୋମ୍ସ ସହରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏହି ଆକ୍ରମଣ ପଛର ମୁଖ୍ୟ କାରଣ କ’ଣ, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।

ହୋମ୍ସ ଆଭ୍ୟନ୍ତରୀଣ ସୁରକ୍ଷା ବାହିନୀ କମାଣ୍ଡର ବ୍ରିଗେଡିୟର ଜେନେରାଲ ବାସେମ ମହମ୍ମଦ ଶାବାନ ଏହି ନିର୍ମମ ଆକ୍ରମଣକୁ କାପୁରୁଷପୂର୍ଣ୍ଣ ଆଖ୍ୟା ଦେଇ ତୀବ୍ର ନିନ୍ଦା କରିଛନ୍ତି। ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ହୋଇଥିବା ପ୍ରଚେଷ୍ଟାକୁ ବ୍ୟାହତ କରିବାକୁ ଏହି ଷଡ଼ଯନ୍ତ୍ର କରାଯାଇଛି ବୋଲି ସେ କହିଛନ୍ତି।

ଦୀର୍ଘ ୧୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଗୃହଯୁଦ୍ଧ ଏବଂ ୨୦୨୪ ଶେଷ ଆଡ଼କୁ ଆସାଦ ଶାସନର ପତନ ପରେ ସିରିୟା ସରକାର ଦେଶରେ ସୁରକ୍ଷା ବ୍ୟବସ୍ଥା ସୁଧାରିବାକୁ ସଂଘର୍ଷ କରୁଛନ୍ତି। ପ୍ରଶାସନ ପକ୍ଷରୁ ଅନେକ ଆକ୍ରମଣ ଯୋଜନାକୁ ପଣ୍ଡ କରାଯାଇଥିଲେ ହେଁ ରାଜଧାନୀ ଦାମାସ୍କସ୍ ସମେତ ବିଭିନ୍ନ ସ୍ଥାନରେ ଏଭଳି ହିଂସାତ୍ମକ ଗୁଳିକାଣ୍ଡ ଓ ବିସ୍ଫୋରଣ ନିୟମିତ ବ୍ୟବଧାନରେ ଘଟୁଛି।

ଗୁଳିକାଣ୍ଡ ଯାତ୍ରୀବାହୀ ବସ୍‌ ସିରିୟା
Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ: ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଏବଂ ପାକିସ୍ତାନ ମୁକାବିଲା

October 1, 2026

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026

ପାର୍ବଣ ଋତୁରେ ମହଙ୍ଗା ହେବ ନାହିଁ ଚିନି; ବିକ୍ରୟ କୋଟା ବୃଦ୍ଧି କଲେ ସରକାର 

October 1, 2026

ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ: ଜାଣନ୍ତୁ ଦ୍ୱିତୀୟ ସ୍ଥାନରେ କିଏ?

October 1, 2026
Latest News

ଯାତ୍ରୀବାହୀ ବସ୍‌ ଉପରେ ଆତଙ୍କୀ ଗୁଳିମାଡ଼ : ୭ ମୃତ, ୪ ଆହତ

October 1, 2026

ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ: ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଏବଂ ପାକିସ୍ତାନ ମୁକାବିଲା

October 1, 2026

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026

ପାର୍ବଣ ଋତୁରେ ମହଙ୍ଗା ହେବ ନାହିଁ ଚିନି; ବିକ୍ରୟ କୋଟା ବୃଦ୍ଧି କଲେ ସରକାର 

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.