Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»‘ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ’: ଜାତିସଂଘରେ ଭାରତର କଡ଼ା ବାର୍ତ୍ତା
ଅନ୍ତରାଷ୍ଟ୍ରୀୟ

‘ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ’: ଜାତିସଂଘରେ ଭାରତର କଡ଼ା ବାର୍ତ୍ତା

October 30, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
'ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ': ଜାତିସଂଘରେ ଭାରତର କଡ଼ା ବାର୍ତ୍ତା
'ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ': ଜାତିସଂଘରେ ଭାରତର କଡ଼ା ବାର୍ତ୍ତା

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ସାମୁଦ୍ରିକ ସୁରକ୍ଷା, ଜାହାଜ ଚଳାଚଳର ସ୍ୱାଧୀନତା ଓ ବିଶ୍ୱ ବାଣିଜ୍ୟ ସୁରକ୍ଷା ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ରଖିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ହରୀଶ ପର୍ବତାନେନୀ ବାଣିଜ୍ୟିକ ଜାହାଜ ଉପରେ ହେଉଥିବା ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି।

ସେ କହିଛନ୍ତି ଯେ, ବିଶ୍ୱ ବାଣିଜ୍ୟ ବହୁ ପରିମାଣରେ ସାମୁଦ୍ରିକ ପଥ ଉପରେ ନିର୍ଭରଶୀଳ। ତେଣୁ ସମୁଦ୍ରରେ ଜାହାଜର ନିର୍ଭୟ ଓ ନିର୍ବାଧ ଚଳାଚଳ ଜରୁରୀ। ମୁଖ୍ୟ ସାମୁଦ୍ରିକ ମାର୍ଗରେ ଆକ୍ରମଣ ବା ବାଧା ସୃଷ୍ଟି ହେଲେ କେବଳ ଗୋଟିଏ ଦେଶ ନୁହେଁ, ସମଗ୍ର ବିଶ୍ୱ ଅର୍ଥନୀତି, ଯୋଗାଣ ଶୃଙ୍ଖଳା ଓ ବିକାଶଶୀଳ ଦେଶ ପ୍ରଭାବିତ ହେବେ।

ନାବିକ ସୁରକ୍ଷା ସର୍ବୋପରି: ଭାରତ କହିଛି ଯେ, ସମୁଦ୍ରରେ କାମ କରୁଥିବା ନାବିକଙ୍କ ଜୀବନ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସମସ୍ତ ଦେଶ UNCLOS ଭଳି ଆନ୍ତର୍ଜାତିକ ନିୟମ ପାଳନ କରିବା ଜରୁରୀ।

ନୂଆ ଟେକ୍ନୋଲୋଜିର ଲାଭ-କ୍ଷତି: AI, ସାଟେଲାଇଟ୍ ଓ ନୂଆ ପ୍ରଯୁକ୍ତି ସାମୁଦ୍ରିକ ସୁରକ୍ଷା ଓ ଜାହାଜ ନିରୀକ୍ଷଣକୁ ମଜଭୁତ କରିପାରିବ। ସାମୁଦ୍ରିକ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ସହଜ ହେବ। ହେଲେ ଏହାର ଅପବ୍ୟବହାର ବା ଜାହାଜ-ବନ୍ଦରର ଡିଜିଟାଲ ସିଷ୍ଟମ ଉପରେ ସାଇବର ଆକ୍ରମଣ ବଡ଼ ବିପଦ ସୃଷ୍ଟି କରିପାରେ।

ଭାରତର ଭିଜନ: ଭାରତର ନୀତି SAGAR – Security and Growth for All in the Region ଅର୍ଥାତ୍ ଅଞ୍ଚଳରେ ସମସ୍ତଙ୍କ ସୁରକ୍ଷା ଓ ବିକାଶ ଉପରେ ଆଧାରିତ। ପ୍ରଯୁକ୍ତି ମାନବିକତାର ସୁରକ୍ଷା ଓ ସୁଯୋଗ ବୃଦ୍ଧି ପାଇଁ ବ୍ୟବହାର ହେଉ, ଦେଶ ମଧ୍ୟରେ ବିବାଦ ନୁହେଁ।

GlobalTrade HarishParvataneni IndiaAtUN MaritimeSecurity SAGAR un UNCLOS UNSC
Share. Facebook Twitter LinkedIn Email WhatsApp Copy Link

Related Posts

ବାତ୍ୟା ଆଶ୍ରୟସ୍ଥଳରେ ସମୀକ୍ଷା କରି ଲୋକଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ପୁରୀ ଜିଲ୍ଲାପାଳ ଓ ଏସପି

November 19, 2026

ଫିକ୍କିର ବାର୍ଷିକ ସାଧାରଣ ସଭା ଏବଂ ବାର୍ଷିକ ସମ୍ମିଳନୀକୁ ଉଦ୍‌ଘାଟନ କଏଲଇ ପ୍ରଧାନମନ୍ତ୍ରୀ

November 19, 2026

‘ୱି ଆର୍ ଅଲ୍ ଷ୍ଟ୍ରେଞ୍ଜର୍ସ’ ଚଳଚ୍ଚିତ୍ର ସହ ଉଦଯାପିତ ହେବ ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

November 19, 2026

ସମ୍ଭାବ୍ୟ ବାତ୍ୟା ମୁକାବିଲା: ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

November 19, 2026
Latest News

ବାତ୍ୟା ଆଶ୍ରୟସ୍ଥଳରେ ସମୀକ୍ଷା କରି ଲୋକଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ପୁରୀ ଜିଲ୍ଲାପାଳ ଓ ଏସପି

November 19, 2026

ବାତ୍ୟା ‘ଅକୱାନ’ ପାଇଁ ଗଞ୍ଜାମରେ ବଡ଼ କଟକଣା: ବସ୍-ଟ୍ରକ୍ ଚଳାଚଳ ବନ୍ଦ, ଯାତ୍ରୀଙ୍କ ପାଇଁ ବଡ଼ ଖବର

November 19, 2026

ଆଦିବାସୀଙ୍କ ଜମି ଉପରେ କାହାର ଅଧିକାର? ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

November 19, 2026

ବାତ୍ୟା ‘‘ଅକୱାନ’ ମୁକାବିଲା: ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୨୦ ହଜାର ଲୋକ ସ୍ଥାନାନ୍ତରିତ

November 19, 2026

ବାତ୍ୟା ଆଶଙ୍କାରେ ଓଡ଼ିଶାର ୧୩ ଜିଲ୍ଲାରେ ସ୍କୁଲ ଛୁଟି, ୨୧ ତାରିଖ ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

November 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.