Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ ହେବ କି ଶାନ୍ତିର ସେତୁ? ମୋଦୀ ସରକାରଙ୍କ ବଡ଼ ଗୋଟିଚାଳନା
ଅନ୍ତରାଷ୍ଟ୍ରୀୟ

ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ ହେବ କି ଶାନ୍ତିର ସେତୁ? ମୋଦୀ ସରକାରଙ୍କ ବଡ଼ ଗୋଟିଚାଳନା

November 11, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବନ୍ଧୁତା ରୁଷ ସହ, ସମ୍ପର୍କ ୟୁକ୍ରେନ ସହ, ଆଉ ଲକ୍ଷ୍ୟ ବିଶ୍ୱଶାନ୍ତି! ଦୀର୍ଘ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବାକୁ ଏବେ କୂଟନୈତିକ ମୈଦାନରେ ସକ୍ରିୟ ହୋଇଛି ଭାରତ। ଗୋଟିଏ ପଟେ ମସ୍କୋ ସହ ଦଶନ୍ଧିର ବନ୍ଧୁତା, ଅନ୍ୟପଟେ କିଭ୍‌ ସହ ସମ୍ପର୍କକୁ ସନ୍ତୁଳିତ ରଖି ଶାନ୍ତିର ରାସ୍ତା ଖୋଜୁଛି ନୂଆଦିଲ୍ଲୀ। ଏହାରି ଭିତରେ ଭାରତ ସରକାରଙ୍କ ପକ୍ଷରୁ ଆସିଛି ଏକ ବଡ଼ ସଙ୍କେତ। ଉଭୟ ଦେଶ ଏବଂ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କ ସହ ସର୍ବୋଚ୍ଚ ସ୍ତରରେ ଆଲୋଚନା ଜାରି ରହିଥିବା ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି, ଯେତେବେଳେ ଆମେରିକାର ମଧ୍ୟସ୍ଥତାରେ ଆବୁଧାବିରେ ରୁଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ ହୋଇଛି। ଯୁଦ୍ଧକୁ ବନ୍ଦ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ଜୋରଦାର ହୋଇଥିବାବେଳେ ଭାରତର କୂଟନୈତିକ ଭୂମିକାକୁ ନେଇ ଚର୍ଚ୍ଚା ବଢ଼ିଛି।

ମଙ୍ଗଳବାର ନୂଆଦିଲ୍ଲୀରେ ଏକ ପ୍ରେସ୍‌ ବ୍ରିଫିଂରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଭାରତ ଉଭୟ ଦେଶ ସହିତ ନିରନ୍ତର ଆଲୋଚନା କରୁଛି। ଏହି ଆଲୋଚନା କେବଳ କୂଟନୈତିକ ସ୍ତରରେ ସୀମିତ ନାହିଁ, ବରଂ ସର୍ବୋଚ୍ଚ ସ୍ତରରେ ମଧ୍ୟ ଜାରି ରହିଛି।

ଏହାର ଠିକ୍‌ ପୂର୍ବଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ସହ ଆଲୋଚନା କରିଥିଲେ। ସେହିପରି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭଙ୍କ ସହ କଥା ହୋଇଥିଲେ।

ଏଠାରେ ଭାରତର ବିଦେଶ ନୀତିର ଗୁରୁତ୍ୱ ସ୍ପଷ୍ଟ ହେଉଛି। ପାଶ୍ଚାତ୍ୟ ଦେଶଗୁଡ଼ିକର ଚାପ ମଧ୍ୟରେ ରୁଷ ସହ ସମ୍ପର୍କ ବଜାୟ ରଖିବା ଏବଂ ୟୁକ୍ରେନର ସାର୍ବଭୌମତ୍ୱ ପ୍ରସଙ୍ଗରେ ନିଜର ଆଭିମୁଖ୍ୟକୁ ସନ୍ତୁଳିତ କରିବା ଭାରତ ପାଇଁ ଏକ ବଡ଼ କୂଟନୈତିକ ପରୀକ୍ଷା।

ଭାରତର କୂଟନୈତିକ ପ୍ରୟାସରେ ଯୁଦ୍ଧ ବନ୍ଦ କରିବା ସହିତ ଆର୍ଥିକ ଓ ସାମୁଦ୍ରିକ ସୁରକ୍ଷା ପ୍ରସଙ୍ଗ ମଧ୍ୟ ଗୁରୁତ୍ୱ ପାଉଛି। ପ୍ରସ୍ତାବିତ ଶାନ୍ତି ବ୍ୟବସ୍ଥାରେ କଳା ସାଗରରେ ଜାହାଜ ଚଳାଚଳକୁ ସୁରକ୍ଷିତ କରିବା, ଶସ୍ୟ ଓ ଶକ୍ତି ରପ୍ତାନି ଜାରି ରଖିବା ଏବଂ ଉଭୟ ଦେଶ ମଧ୍ୟରେ ଅଣ-ଆକ୍ରମଣ ଚୁକ୍ତି ଭଳି ପ୍ରସଙ୍ଗ ସାମିଲ ହେବା ନେଇ ଆଲୋଚନା ରହିଛି। ଏହାର ଗୁରୁତ୍ୱ କେବଳ ରୁଷ ଓ ୟୁକ୍ରେନ ମଧ୍ୟରେ ସୀମିତ ନୁହେଁ। ଯୁଦ୍ଧ ଯୋଗୁଁ ବିଶ୍ୱର ଖାଦ୍ୟ ଓ ଶକ୍ତି ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି। ତେଣୁ ଏକ ସ୍ଥାୟୀ ଶାନ୍ତି ଚୁକ୍ତି ବିଶ୍ୱ ଅର୍ଥନୀତି ପାଇଁ ମଧ୍ୟ ଆଶ୍ୱସ୍ତି ଆଣିପାରେ।

୨୪ ଫେବୃଆରୀ ୨୦୨୨ରେ ରୁଷର ପୂର୍ଣ୍ଣ ସାମରିକ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଅନେକ ଜୀବନ ନେବା ସହ ବିପୁଳ ଧ୍ୱଂସଲୀଳା ସୃଷ୍ଟି କରିଛି। ଜାତିସଂଘର ତଥ୍ୟ ଅନୁସାରେ, ଯୁଦ୍ଧ ଆରମ୍ଭରୁ ଅତି କମ୍‌ରେ ୧୭,୯୬୮ ନାଗରିକଙ୍କ ଜୀବନ ଯାଇଛି।

ସେହିପରି UNHCR ଓ ଅନ୍ତର୍ଜାତୀୟ ଅଭିବାସନ ସଂଗଠନ (IOM)ର ତଥ୍ୟ ଅନୁସାରେ, ପ୍ରାୟ ୯୫ ଲକ୍ଷ ୟୁକ୍ରେନୀୟ ନାଗରିକ ବିସ୍ଥାପିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୫୯ ଲକ୍ଷ ବିଦେଶରେ ଶରଣାର୍ଥୀ ଭାବେ ରହୁଥିବାବେଳେ ୩୬ ଲକ୍ଷ ନିଜ ଦେଶ ଭିତରେ ବିସ୍ଥାପିତ ଜୀବନ ବିତାଉଛନ୍ତି।

ରୁଷ ଓ ୟୁକ୍ରେନ ଯୁଦ୍ଧ କେବଳ ଦୁଇଟି ଦେଶର ସାମରିକ ସଂଘର୍ଷ ନୁହେଁ। ଏହା ବିଶ୍ୱ ଶକ୍ତି ସନ୍ତୁଳନ, ଆମେରିକା-ରୁଷ ସମ୍ପର୍କ, ୟୁରୋପୀୟ ସୁରକ୍ଷା ଏବଂ ଅନ୍ତର୍ଜାତୀୟ ଅର୍ଥନୀତି ସହ ଜଡ଼ିତ। ଏପରି ସମୟରେ ଭାରତ ଉଭୟ ପକ୍ଷ ସହ ଆଲୋଚନା ଜାରି ରଖିବା ଏହାର ସ୍ୱାଧୀନ ବୈଦେଶିକ ନୀତିର ଏକ ବଡ଼ ଉଦାହରଣ।

ତେବେ ଭାରତର କୂଟନୈତିକ ପ୍ରୟାସ ଯୁଦ୍ଧର ଅନ୍ତ ଘଟାଇବାରେ କେତେ ସଫଳ ହେବ, ତାହା ଏବେଠାରୁ କହିବା କଷ୍ଟକର। କାରଣ ଯୁଦ୍ଧ ବନ୍ଦ ପାଇଁ ଉଭୟ ଦେଶର ସହମତି ଓ ଦୀର୍ଘସ୍ଥାୟୀ ସୁରକ୍ଷା ଗ୍ୟାରେଣ୍ଟି ଅତ୍ୟନ୍ତ ଜରୁରୀ। ତଥାପି ମସ୍କୋ ଓ କିଭ୍‌ ସହ ନୂଆଦିଲ୍ଲୀର ନିରନ୍ତର ଯୋଗାଯୋଗ ଭାରତର ଅନ୍ତର୍ଜାତୀୟ କୂଟନୈତିକ ଗୁରୁତ୍ୱକୁ ପୁଣି ଚର୍ଚ୍ଚାକୁ ଆଣିଛି।

#IndiaForeignPolicy #InternationalRelations #PeaceTalks #RussiaUkraineWar #Zelenskyy IndiaDiplomacy narendramodi putin sjaishankar WorldPolitics
Share. Facebook Twitter LinkedIn Email WhatsApp Copy Link

Related Posts

କେଦାରନାଥଙ୍କ କପାଟ ବନ୍ଦ, ଶୀତଦିନେ ଏହି ମନ୍ଦିରରେ କରିପାରିବେ ଦର୍ଶନ

November 11, 2026

ଅଣ୍ଡର୍-୧୯ ୟୁଥ୍ ଏସିଆ କପ୍‌ ସେମିରେ ଟିମ୍ ଇଣ୍ଡିଆ: ଜାଣନ୍ତୁ କାହା ବିରୋଧରେ ଖେଳିବ ଭାରତ

November 11, 2026

ହୋରମୁଜ୍ ଦେଇ ବଢ଼ିଲା ଗ୍ୟାସ୍ ଯୋଗାଣ: ଅକ୍ଟୋବରରେ ଗଲା ସବୁଠୁ ଅଧିକ LNG ଟ୍ୟାଙ୍କର

November 11, 2026

ସାରା ରାଜ୍ୟରେ ଶୀତର ପହିଲି ପରଶ: ୧୫ ଡିଗ୍ରୀ ତଳେ ୬ ସ୍ଥାନର ରାତି ତାପମାତ୍ରା

November 11, 2026
Latest News

କେଦାରନାଥଙ୍କ କପାଟ ବନ୍ଦ, ଶୀତଦିନେ ଏହି ମନ୍ଦିରରେ କରିପାରିବେ ଦର୍ଶନ

November 11, 2026

ଅଣ୍ଡର୍-୧୯ ୟୁଥ୍ ଏସିଆ କପ୍‌ ସେମିରେ ଟିମ୍ ଇଣ୍ଡିଆ: ଜାଣନ୍ତୁ କାହା ବିରୋଧରେ ଖେଳିବ ଭାରତ

November 11, 2026

ହୋରମୁଜ୍ ଦେଇ ବଢ଼ିଲା ଗ୍ୟାସ୍ ଯୋଗାଣ: ଅକ୍ଟୋବରରେ ଗଲା ସବୁଠୁ ଅଧିକ LNG ଟ୍ୟାଙ୍କର

November 11, 2026

ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ ହେବ କି ଶାନ୍ତିର ସେତୁ? ମୋଦୀ ସରକାରଙ୍କ ବଡ଼ ଗୋଟିଚାଳନା

November 11, 2026

ସାରା ରାଜ୍ୟରେ ଶୀତର ପହିଲି ପରଶ: ୧୫ ଡିଗ୍ରୀ ତଳେ ୬ ସ୍ଥାନର ରାତି ତାପମାତ୍ରା

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.