ଇସଲାମାବାଦ୍: ଭାରତୀୟ ସେନାର କୌଣସି ବି ପ୍ରକାରର ଡ୍ରୋନ୍ ଆକ୍ରମଣର ମୁକାବିଲା କରିବା ପାଇଁ ପାକିସ୍ତାନ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଭାରତ ସହ ସଂଲଗ୍ନ ଏଲ୍ଓସି ପ୍ରାନ୍ତରେ ପାକିସ୍ତାନ ପକ୍ଷରୁ ୫୦ରୁ ଅଧିକ ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ୟୁନିଟ୍ ମୁତୟନ କରାଯାଇଥିବା ବେଳେ କେବଳ ନଭେମ୍ବର ମାସରେ ହିଁ ୨୦ଟି ନୂଆ ୟୁନିଟ୍ ସାମିଲ ହୋଇଥିବା ଜଣାପଡ଼ିଛି। “ଅପରେସନ୍ ସିନ୍ଦୂର’ରେ ଭାରତ ଠାରୁ ମିଳିଥିବା ଶୋଚନୀୟ ପରାଜୟକୁ ଆଜି ପର୍ଯ୍ୟନ୍ତ ହଜମ୍ କରିପାରୁନାହିଁ ପାକିସ୍ତାନ। ସୁତରାଂ ପାକିସ୍ତାନ ଏବେ ଆକାଶମାର୍ଗକୁ ଅଧିକ ସଶକ୍ତ କରିବା ସହ ନିଜ ବାୟୁସେନାକୁ ଶତ୍ରୁ ପକ୍ଷ ବିରୋଧରେ ଅଧିକ ଶକ୍ତିଶାଳୀ କରିବା ଉପରେ କାମ କରୁଛି। ରିପୋର୍ଟ ଅନୁସାରେ ପାକିସ୍ତାନ ଏବେ ଭାରତ ସହ ସଂଲଗ୍ନି ଏଲ୍ଓସି ପ୍ରାନ୍ତରେ ୫୦ରୁ ଅଧିକ ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ୟୁନିଟ୍ ମୁତୟନ କରିଛି। ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିରଙ୍କ ଯୋଜନାରେ ଡ୍ରୋନ୍ ଯୁଦ୍ଧ (ୱାରଫେୟାର)କୁ ‘ପ୍ରଥମ ପ୍ରତିରକ୍ଷା ଧାଡ଼ି ଏବଂ ପ୍ରଥମ ଆକ୍ରମଣ ଧାଡ଼ି’ (ଫାଷ୍ଟ ଲାଇନ୍ ଅଫ୍ ଡିଫେନ୍ସ ଆଣ୍ଡ ଫାଷ୍ଟ ଲାଇନ୍ ଅଫ୍ ଆଟାକ୍) ଭାବରେ ସ୍ଥାନ ଦିଆଯାଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେବଳ ନଭେମ୍ବର ମାସରେ ହିଁ ୨୦ଟି ନୂଆ ୟୁନିଟ୍ ମୁତୟନ ହୋଇଛି। ଏଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତୀୟ ଡ୍ରୋନ୍ ଏବଂ ଲଏଟରିଂ ମ୍ୟୁନିସନ (ଆତ୍ମଘାତୀ ଡ୍ରୋନ୍) ଚିହ୍ନଟ କରିବା, ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସେଗୁଡ଼ିକୁ ନିଷ୍କ୍ରିୟ କରିବା। ବାସ୍ତବକଥା ହେଲା ପାକିସ୍ତାନ ଏବେ ଭାରତ ପଟୁ କୌଣସି ସମୟରେ ମଧ୍ୟ ଆକ୍ରମଣ ଆଶଙ୍କା କରୁଛି। ସୁତରାଂ ପାକିସ୍ତାନ ଏହି ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ଗୁଡ଼ିକୁ ମୁଖ୍ୟତଃ ପିଓକେ (ପାକ୍ ଅଧିକୃତ କାଶ୍ମୀର)ର ରାୱଲକୋଟ, କୋଟଲି, ଭିମ୍ବର ସେକ୍ଟରରେ ମୁତୟନ କରିଛି। ତେବେ ଏଗୁଡ଼ିକର ମୁତୟନରେ ପାକିସ୍ତାନର ୧୨ଶ ଏବଂ ୨୩ତମ ପଦାତିକ ବାହିନୀ (ଇନଫାଣ୍ଟ୍ରି ଡିଭିଜନ)ର ପ୍ରମୁଖ ଭୂମିକା ରହିଛି। ଏଥିସହ ରାୱଲକୋଟରେ ଦ୍ୱିତୀୟ, କୋଟଲିରେ ତୃତୀୟ ଏବଂ ଭିମ୍ବରରେ ସପ୍ତମ ଆଜାଦ କାଶ୍ମୀର ବ୍ରିଗେଡ୍କୁ ଏହାର ଦାୟିତ୍ୱ ଦିଆଯାଇଛି। ଏହି ସମସ୍ତ ଅଞ୍ଚଳ ଭାରତୀୟ ସେନାର ପୁଞ୍ଚ, ରାଜୌରୀ, ନୌସେରା ଏବଂ ସୁନ୍ଦରବନୀ ସେକ୍ଟରର ଠିକ୍ ସାମ୍ନାରେ ପଡ଼ିଥାଏ।
ଏଲ୍ଓସିରେ ୫୦ଟି ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ୟୁନିଟ୍ ମୁତୟନ କଲା ପାକିସ୍ତାନ
No Comments2 Mins Read


