ଦୁବାଇ : ଯୁବକ ଜଣକ ସେକ୍ସ କରିବାକୁ ମନା କରିବାରୁ ତାଙ୍କୁ ଚାରି ଜଣ ମାଡ ମାରି ଘାଇଲା କରିଛନ୍ତି । ଏପରିକି ତାଙ୍କର ହାଡ଼ ଭାଙ୍ଗିଯାଇଛି । ଏହି ଘଟଣାରେ ପୋଲିସ୍ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଦୁବାଇର ଏକ ମସାଜ୍ ପାର୍ଲରରେ ମସାଜ୍ ନାମରେ ଦେହ ବ୍ୟବସାୟ ଚାଲୁଥିବାବେଳେ ଜଣେ ବ୍ୟକ୍ତି ସେକ୍ସ କରିବାକୁ ମନା କରିବା ତାଙ୍କୁ ବେଶ୍ ମହଙ୍ଗା ପଡିଛି ।
ସୂଚନାଯୋଗ୍ୟ, ଦୁଇବାର ଏକ ଫ୍ଲାଟ୍ରେ ମସାଜ୍ ପାଲର୍ର ଚଳାଇବା ନାମରେ ଅଭିଯୁକ୍ତମାନେ ସେଠାରେ ଦେହ ବ୍ୟବସାୟ ଚାଲୁ ରଖିଥିଲେ । ଜଣେ ବ୍ୟକ୍ତି ସେହି ପାର୍ଲରକୁ ମସାଜ କରିବା ପାଇ ଯାଇଥିଲେ । ମସାଜ ପାଇଁ ମଧ୍ୟ ଟଙ୍କା ଜମା କରିଦେଇଥିଲେ । ବ୍ୟକ୍ତି ଜଣକ ଯେତେବେଳେ ମସାଜ୍ କରିବାକୁ ଭିତରକୁ ଗଲେ, ତାଙ୍କୁ କପଡା ବଦଳାଇବା ପାଇଁ ଟାଓ୍ବେଲ୍ ମଧ୍ୟ ଦିଆଗଲା ନାହିଁ । ଏହା ପରେ ଜଣେ ମହିଳା ଆସି ମସାଜ୍ କରିବା ବଦଳରେ ସେକ୍ସ କରିବା ନେଇ କଥାବାର୍ତ୍ତା ଆରମ୍ଭ କରିଥିଲେ। ବ୍ୟକ୍ତି ଜଣକ ମହିଳା ଜଣଙ୍କୁ ସଫା ସଫା ସେକ୍ସ କରିବା ନେଇ ମନା କରିବା ସହ ମସାଜ୍ କରିବାକୁ କହିଥିଲେ । ଏହା ପରେ ଏହି ଘଟଣାକୁ ନେଇ ବିବାଦ ସୃଷ୍ଟି ହେଲା । ବିବାହ ହେବାରୁ ବ୍ୟକ୍ତି ଜଣକ ଜମା କରିଥିବା ତାଙ୍କ ରାଶିକୁ ଫେରସ୍ତ ମାଗିଥିଲେ । ଏହା ପରେ ଘଟଣାଟି ବେଶ୍ ଭୟଙ୍କର ରୂପ ନେଲା । ଅଭିଯୁକ୍ତମାନେ ମିଶି କରି ତାଙ୍କୁ ମାଡ ମାରିବା ସହିତ ତାଙ୍କ ହାଡ ଭାଙ୍ଗି ଦେଇଛନ୍ତି । ବ୍ୟକ୍ତିଜଣକ ଏହି ସମ୍ପର୍କରେ ପୋଲିସ୍କୁ ଜଣାଇବା ସହ କହିଛନ୍ତି ଯେ, ଷ୍ଟିଲ୍ ଟ୍ୟୁବ୍ ଦ୍ବାରା ତାଙ୍କୁ ମାଡ ମରାଯାଇଛି । ମସାଜ୍ ପାର୍ଲର୍ ନାମରେ ଦେହ ବ୍ୟବସାୟ କରୁଥିବା ଚାରିଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିନେଇଛି । ମିଳିଥିବା ସୂଚନା ଅନୁସାରେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ 18 ବର୍ଷୀୟ ଯୁବକ ଥିବାବେଳେ ଆଉ ଜଣେ 39 ବର୍ଷୀୟ । ଦୁଇ ମହିଳାଙ୍କ ବୟସ ଯଥାକ୍ରମେ 33 ଓ 35 ବର୍ଷ ।