ଅଣାୟତ୍ତ କରୋନା ଭାଇରସ୍‌ : ମୃତ୍ୟୁ ସଂଖ୍ୟା 900 ଟପିଲା, 40 ହଜାରରୁ ଅଧିକ ଲୋକେ ଆକ୍ରାନ୍ତ

Published: Feb 10, 2020, 8:56 am IST

ବେଜିଂ/ନୂଆଦିଲ୍ଲୀ : ଚୀନରେ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ କାୟା ବିସ୍ତାର କରି ଚାଲିଛି । ଏଯାଏଁ 902 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଗଣମାଧ୍ୟମକୁ ମିଳିଥିବା ତଥ୍ୟ ଅନୁସାରେ 2002 ଓ 2003ରେ ସାର୍ସ ସଂକ୍ରମଣ ଯୋଗୁଁ 774 ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ 8096ଲୋକ ସଂକ୍ରମଣର ଶିକାର ହୋଇଥିଲେ । ସେହିଭଳି ସମଗ୍ର ଚୀନରେ କରୋନା ଭାଇରସ୍‌ରେ  40 ହଜାରରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । କରୋନା ଭାଇରସ ଏବେ 24 ଟି ଦେଶକୁ ବ୍ୟାପିଛି । ଏପରିକି କରୋନା ଭାଇରସ୍‌ ସଂପର୍କରେ ଯେଉଁ ଡାକ୍ତର ପ୍ରଥମେ ଲୋକମାନଙ୍କୁ ସତର୍କ କରାଇଥିଲେ, ଶେଷରେ ଏହି ମାରାତ୍ମକ କରୋନା ହିଁ ତାଙ୍କର ଜୀବନ ନେଇଛି। କରୋନା ସଂକ୍ରମଣରେ ଆସିବା ଫଳରେ ଡାକ୍ତର ଲି ୱେନ୍‌ଲିଆଙ୍ଗ୍‌ଙ୍କ ମୃତ୍ୟୁ ଘଟିଛି।

Related posts