‘କେମଛୋ ଟ୍ରମ୍ପ୍‌’ ନୁହେଁ ବରଂ ‘ନମସ୍ତେ ପ୍ରେସିଡେଣ୍ଟ୍‌ ଟ୍ରମ୍ପ୍‌’ ନାମରେ ନାମିତ ହେଲା ଟ୍ରମ୍ପ୍‌ଙ୍କ ଭବ୍ୟ ସ୍ବାଗତ କାର୍ଯ୍ୟକ୍ରମ

Published: Feb 16, 2020, 3:45 pm IST

ଗୁଜୁରାଟ : ଆସନ୍ତା ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଫାଷ୍ଟ୍‍ ଲେଡି ମେଲାନିଆ ଟ୍ରମ୍ପ୍‌। ଏହି ଅବସରରେ ଟ୍ରମ୍ପ୍‌ ଗୁଜୁରାଟର ଅହମ୍ମଦାବାଦଠାରେ ଏକ ଭବ୍ୟ ସମାରୋହରେ ସାମିଲ୍‌ ହେବେ। ଏହି ଭବ୍ୟ ସମାରୋହର ନାମ ‘ ‘କେମେଛୋ ଟ୍ରମ୍ପ୍‌’ ନୁହେଁ, ବରଂ ‘ନମସ୍ତେ ପ୍ରେସିଡେଣ୍ଟ ଟ୍ରମ୍ପ୍‌’ ହେବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ଏହି  ସମାରୋହର ନାମକୁ ବଦଳାଇ ଏଥିରେ ରାଷ୍ଟ୍ରୀୟ ରଙ୍ଗ ଦେବାର ଯୋଜନା ପ୍ରସ୍ତୁତ କରିଛନ୍ତି ।  ‘କେମେଛୋ ଟ୍ରମ୍ପ୍‌’ ବଦଳରେ ଏହାର ନାମ ‘ନମେସ୍ତ ପ୍ରେସିଡେଣ୍ଟ ଟ୍ରମ୍ପ୍‌’ ରଖାଯିବାର ନିଷ୍ପତ୍ତି ନିଆଯାଇଛି କାରଣ  ‘କେମେଛୋ ଟ୍ରମ୍ପ୍‌’ରେ ଏକ ବିଶେଷ କ୍ଷେତ୍ର ବା ନିର୍ଦ୍ଦିଷ୍ଟ ଅଞ୍ଚଳର ରଙ୍ଗ ରହୁଥିବାବେଳେ ‘ନମେସ୍ତ ପ୍ରେସିଡେଣ୍ଟ ଟ୍ରମ୍ପ୍‌’ରେ ଭାରତର ରଙ୍ଗ ନଜର ଆସିବ। ନମେସ୍ତ ଭାରତର ଏକ ବିଶେଷ ସ୍ବାଗତ ପରମ୍ପରାର ପ୍ରତୀକ । ଟ୍ରମ୍ପ୍‌ଙ୍କ ଭବ୍ୟ ସ୍ବାଗତ ପାଇଁ ବିଶେଷ ପ୍ରକାରର ପ୍ରସ୍ତୁତି ଚାଲିଛି । ଅହମ୍ମଦାବାଦ ନିକଟସ୍ଥ ମୋଟରାରେ ବିଶ୍ବର ସବୁଠାରୁ ବଡ କ୍ରିକେଟ୍‌ ଷ୍ଟାଡିୟମକୁ ମଧ୍ୟ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ 10 ହଜାରରୁ ଅଧିକ ଲୋକ ସାମିଲ୍‌ ରହିବେ। ଏହି ଅବସରରେ ଭାରତୀୟ ସଂସ୍କୃତି ଏକ ଗ୍ରାଣ୍ଡ୍‌ ଶୋ’ର ମଧ୍ୟ ପ୍ରସ୍ତୁତି କରାଯିବ ବୋଲି ସୂଚନା ରହିଛି। ଡିସେମ୍ବର 2019ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଷ୍ଟନର ଟେକ୍ସାସରେ ହାଉଡି ମୋଦି’ କାର୍ଯ୍ୟକ୍ରମ କରିଥିଲେ ।

Related posts