2663ରେ ପହଞ୍ଚିଲା କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା

Published: Feb 25, 2020, 2:47 pm IST

ବେଜିଂ : ଚୀନ୍‌ରେ କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା ରୋକିବାର ନାମ ନେଉନାହିଁ । ସୋମବାର ଏହି ଭାଇରସ୍‌ ପ୍ରଭାବରେ 71 ଜଣଙ୍କ ପ୍ରାଣହାନି ଘଟିଛି । ନୂତନ ଭାବରେ 71 ଜଣଙ୍କ ମୃତ୍ୟୁ ପରେ କୋରୋନା ମୃତ୍ୟୁ ସଂଖ୍ୟା 2600 ଅତିକ୍ରମ କରିଛି । ଏହାପରେ ମୃତ୍ୟୁ ସଂଖ୍ୟା 2663 ଛୁଇଁଛି । କୋରୋନା ଭାଇରସ୍‌ ପ୍ରଭାବରେ କେବଳ ଚୀନ୍‌ରେ ନୁହେଁ ଦକ୍ଷିଣ କୋରିଆରେ ମଧ୍ୟ ମୃତ୍ୟୁ ସଂଖ୍ୟ ବଢିବାରେ ଲାଗିଛି । ଦକ୍ଷିଣ କୋରିଆରେ ସୋମବାର ଦିନ ନୂତନ ଭାବରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ନୂତନ ଭାବରେ 508 ଜଣ କୋରୋନା ଆକ୍ରାନ୍ତ ହସ୍ପିଟାଲରେ ଆଡମିଟ୍‌ ହୋଇଛନ୍ତି । କୋରୋନା ଭାଇରସ୍‌ ପ୍ରଭାବରେ ଚୀନ୍‌ ବିଧାନସଭା ଅଧିବେଶନ ବାତିଲ କରାଯାଇଥିବା ବେଳେ ଏହାଦ୍ବାରା ଚୀନ୍‌ର ଅର୍ଥନୀତି ଗଭୀର ଭାବରେ ପ୍ରଭାବିତ ହୋଇଛି । (ଏଜେନ୍ସି)

Related posts