27 ଶହ ଅତିକ୍ରମ କଲା କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା

Published: Feb 27, 2020, 2:33 pm IST

ବେଜିଂ : ଚୀନ୍‌ରେ ତାଣ୍ଡବ ମଚାଇଛି କୋରୋନା ଭାଇରସ୍‌ । ଗୁରୁବାର ମିଳିଥିବା ସୂଚନା ଅନୁଯାୟୀ ଏହି ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 27 ଶହ ଅତିକ୍ରମ କରିଛି । ଧୀରେ ଧୀରେ ଏହି ଭାଇରସ୍‌ର ପ୍ରଭାବ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଏପ୍ରିଲ୍‌ ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ ଦମନ କରିହେବ ନାହିଁ । ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟ 78,497ରେ ପହଞ୍ଚିଛି । ବୁଧବାର ଏହି ଭାଇରସ୍‌ ପ୍ରଭାବରେ 57 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନୂତନ ଭାବରେ 433 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ 32495 ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । (ଏଜେନ୍ସି)

Related posts