ଲାଇସେନ୍ସ ମିଳିବାର 10 ମିନିଟ୍‌ ମଧ୍ୟରେ ନଦୀକୁ କାର୍‌ ଖସାଇଲେ ଯୁବକ

Published: Mar 6, 2020, 4:07 pm IST

ବେଜିଂ : ଲାଇସେନ୍ସ ମିଳିବାର 10 ମିନିଟ୍‌ ମଧ୍ୟରେ ନଦୀ ମଧ୍ୟକୁ କାର୍‌ ଖସାଇଛନ୍ତି ଯୁବକ । ଚୀନ୍‌ର ଜଣେ ଯୁବକଙ୍କୁ ଲାଇସେନ୍ସ ମିଳିବା ପରେ କାର୍‌ ଚଲାଉଥିବା ସମୟରେ ମୋବାଇଲରେ କଥା ହୋଇ ଯୁବକ ଜଣକ କାର୍‌ଟିକୁ ବ୍ରିଜ୍‌ରୁ ତଳକୁ ଖସାଇ ଦେଇଥିଲେ । ଝାଙ୍ଗ ନାମକ ଏହି ବ୍ୟକ୍ତି ଜଣକ ଲାଇସେନ୍ସ ପାଇଥିବାରୁ ମିଳିଥିବା ଶୁଭେଚ୍ଛା ମେସେଜ୍‌ର ଉତ୍ତର ଦେଉଥିବା ସମୟରେ କାର୍‌ଟି ତଳକୁ ଖସି ପଡିଥିଲା । ଚୀନ୍‌ର ଜୁନ୍ୟି ପ୍ରଦେଶରେ ଘଟିଥିବା ଏହି ଦୁର୍ଘଟଣାର କିଛି ଫଟୋ ଚୀନ୍‌ ଟ୍ରଫିକ୍‌ ପୋଲିସ୍‌ ପକ୍ଷରୁ ସେୟାର କରାଯାଇଛି । କାର୍‌ର ଡୋର୍‌ ଖୋଲି ଝାଙ୍ଗ ବାହାରିଥିବା ବେଳେ କ୍ରେନ୍‌ ଜରିଆରେ କାର୍‌ଟିକୁ ବାହାର କରାଯାଇଥିଲା । (ଏଜେନ୍ସି)

Related posts