Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆମେରିକା ରାଷ୍ଟ୍ରପତିଙ୍କ ଅଫିସ୍‌ରେ ପହଞ୍ଚିଲା କରୋନା, ହ୍ବାଇଟ୍‌ ହାଉସ୍‌ରେ ଜଣେ ଅଧିକାରୀ ଏବେ କରୋନା କବଳରେ
ଅନ୍ତରାଷ୍ଟ୍ରୀୟ

ଆମେରିକା ରାଷ୍ଟ୍ରପତିଙ୍କ ଅଫିସ୍‌ରେ ପହଞ୍ଚିଲା କରୋନା, ହ୍ବାଇଟ୍‌ ହାଉସ୍‌ରେ ଜଣେ ଅଧିକାରୀ ଏବେ କରୋନା କବଳରେ

March 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆମେରିକା : ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ମାରତ୍ମକ କରୋନା ଏବେ ସାରା ବିଶ୍ବରେ ବେଶ୍‌ ଭୟଙ୍କର ରୂପେ ବ୍ୟାପି ଚାଲିଛି । ଏବେ ଆମେରିକା ରାଷ୍ଟ୍ରପତିଙ୍କ ଅଫିସ୍‌ ହ୍ବାଇଟ୍‌ ହାଉସ୍‌ରେ ମଧ୍ୟ ପହଞ୍ଚିଲାଣି । ମିଳିଥିବା ସୂଚନାଅନୁସାରେ ଏଠାରେ ଜଣେ ଅଧିକାରୀଙ୍କ ନିକଟରୁ କରୋନା ପଜିଟିଭ ମିଳିଛି । ଆମେରିକାର ଉପ ରାଷ୍ଟ୍ରପତି ମାଇକ ପେନ୍ସଙ୍କ ସହିତ ନିଯୁକ୍ତ ଜଣ ଅଧିକାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏହି ଘଟଣା ଜଣାପଡିବା ପରେ ଏବେ ହ୍ବାଇଟ୍‌ ହାଉସ୍‌ରେ ହଲଚଲ୍‌ ମଚି ଯାଇଛି । ଏବେ ସେହି ଆକ୍ରାନ୍ତ ବ୍ୟକ୍ତି କାହା କାହା ସହିତ ମିଶିଥିଲେ ତାହା ନେଇ ପରୀକ୍ଷା କରାଯାଉଛି । ତେବେ ସମ୍ପୃକ୍ତ ବ୍ୟକ୍ତି ଜଣକ କିଛି ଦିନ ହେବ ଉପରାଷ୍ଟ୍ରପତି ମାଇକ୍‌ ପେନସ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ସମ୍ପର୍କରେ ନଥିଲେ ।

ସୂଚନାଯୋଗ୍ୟ, ଆମେରିକାରେ ଏ ପର୍ଯ୍ୟନ୍ତ ଏହି ରୋଗରେ 230 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଅଠର ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ହ୍ବାଇଟ୍‌ ହାଉସ୍‌ ଭିତରକୁ ପ୍ରବେଶ ପାଇଁ ଖୁବ୍‌ କଡା କଟକଣା ଜାରି କରାଯାଇଛି । ରାଷ୍ଟ୍ରପତିଙ୍କ ଡାକ୍ତର ଟିମ୍‌  ଓ ଗୁଇନ୍ଦା ସେବାର ଏଜେଣ୍ଟ ମାନେ ହ୍ବାଇଟ୍‌ ହାଉସ୍‌ ଭିତରେ ଥିବା ସମସ୍ତଙ୍କ ବ୍ୟକ୍ତିଙ୍କ ତାପମାନ ଯାଞ୍ଚ କରିବା ପରେ ପ୍ରବେଶ ଅନୁମତି ଦେଉଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026

ଖୋଲା ସ୍ଥାନରେ ନମାଜ କରିବାକୁ ମନା!: ବଡ଼ ନିଷ୍ପତ୍ତି ନେଲୀ UAE

March 18, 2026

ମିଶନ ପୋଷଣ ୨.୦: ସ୍ମାର୍ଟଫୋନ୍ ପ୍ରଦାନ ଦ୍ୱାରା ସଶକ୍ତ ହେଉଛନ୍ତି କର୍ମଚାରୀ

March 18, 2026
Latest News

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026

ଖୋଲା ସ୍ଥାନରେ ନମାଜ କରିବାକୁ ମନା!: ବଡ଼ ନିଷ୍ପତ୍ତି ନେଲୀ UAE

March 18, 2026

ମିଶନ ପୋଷଣ ୨.୦: ସ୍ମାର୍ଟଫୋନ୍ ପ୍ରଦାନ ଦ୍ୱାରା ସଶକ୍ତ ହେଉଛନ୍ତି କର୍ମଚାରୀ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.