Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପାକିସ୍ତାନରେ 900 ପାର୍‌ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ପାସେଞ୍ଜର୍‌ ଟ୍ରେନ୍‌ ଉପରେ ଲାଗିଲା ପ୍ରତିବନ୍ଧକ
ଅନ୍ତରାଷ୍ଟ୍ରୀୟ

ପାକିସ୍ତାନରେ 900 ପାର୍‌ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ପାସେଞ୍ଜର୍‌ ଟ୍ରେନ୍‌ ଉପରେ ଲାଗିଲା ପ୍ରତିବନ୍ଧକ

March 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାକିସ୍ତାନ : ଦୁନିଆର 192ଟି ଦେଶ ଏବେ କରୋନା କବଳରେ। ଚୀନ୍‌ରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ରୋଗ ଏବେ ଦୁନିଆର ପ୍ରାୟ ସମସ୍ତ ଦେଶରେ ପହଞ୍ଚିସାରିଲାଣି। ଭାରତ ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ମଧ୍ୟ କରୋନା ବେଶ୍‌ ଭୟଙ୍କର ଭାବରେ ବ୍ୟାପି ଚାଲିଛି। ମଙ୍ଗଳବାର ଦିନ ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 900 ପାର୍‌ କରିଛି । ଭାରତ ପରି ପାକିସ୍ତାନ ମଧ୍ୟ ରେଳ ସେବାକୁ ବନ୍ଦ କରିଛି।

ମଙ୍ଗଳବାର ପାକିସ୍ତାନ ସରକାର ଦ୍ବାରା ଜାରି କରାଯାଇଥିବା ଆଦେଶ ଜରିଆରେ ରେଳ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସେହିପରି ମାର୍ଚ୍ଚ 31 ପର୍ଯ୍ୟନ୍ତ ସମସ୍ତ ପାସେଞ୍ଜର୍‌ ଟ୍ରେନ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛ । ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ, ପୂରା ଦେଶକୁ ସେ ଲକ୍‌ ଡାଉନ୍‌ କରିପାରିବେ ନାହିଁ । କାରଣ ପାକିସ୍ତାନରେ 25 ପ୍ରତିଶତ ଗରିବ ରେଖା ତଳେ ରହିଛନ୍ତି। ଦେଶରେ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ କରାଗଲେ, ଏହି ଲୋକମାନଙ୍କର ଖାଇବା ପିଇବା ନେଇ ବହୁ ସମସ୍ୟା ସୃଷ୍ଟି ହେବ। ତେବେ ଲୋକଙ୍କୁ ଘରୁ ବାହାର କରିବାକୁ ମନା କରାଯାଇଥିବାବେଳେ ସିନ୍ଧ ଓ ପଞ୍ଜାବ ସରକାର ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଜୟ ଢୋଲକିଆ ବିଜେପିରେ ମିଶିବା ପରେ ନବୀନ ନିବାସରେ ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ

October 11, 2025

Nuapada ByElection: ଜୟ ଢୋଲକିଆ ବିଜେପିରେ ମିଶିବା ପରେ କଣ କହିଲା ବିଜେଡି ଜାଣନ୍ତି ?

October 11, 2025

ଢେଙ୍କାନାଳ କ୍ୟାମ୍ପସ ପରିଦର୍ଶନ କଲେ IIMCର କୁଳପତି

October 11, 2025

ଛଟେଇ ମଧ୍ୟରେ କର୍ମଚାରୀମାନଙ୍କୁ ‘ଖୁସି ଖବର’, 100% ଭେରିଏବୁଲ ପେ ଘୋଷଣା କଲା TCS

October 11, 2025
Latest News

ଜୟ ଢୋଲକିଆ ବିଜେପିରେ ମିଶିବା ପରେ ନବୀନ ନିବାସରେ ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ

October 11, 2025

Nuapada ByElection: ଜୟ ଢୋଲକିଆ ବିଜେପିରେ ମିଶିବା ପରେ କଣ କହିଲା ବିଜେଡି ଜାଣନ୍ତି ?

October 11, 2025

ନରସିଂହପୁର କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ

October 11, 2025

ଢେଙ୍କାନାଳ କ୍ୟାମ୍ପସ ପରିଦର୍ଶନ କଲେ IIMCର କୁଳପତି

October 11, 2025

ନୂଆପଡା ଉପନିର୍ବାଚନର ନୂଆ ମୋଡ, ବିଜେପିରେ ମିଶିଲେ ଜୟ ଢୋଲକିଆ, ‘ଦ ସମୀକ୍ଷା’ ର ଆକଳନ ହେଲା ସତ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.