କରୋନା ଅପଡେଟ୍‌ : ଇଟାଲୀ ପରେ ଏବେ ସ୍ପେନ୍‌ରେ କାୟା ମେଲାଉଛି କରୋନା

Published: Mar 25, 2020, 11:09 am IST

ନୂଆଦିଲ୍ଲୀ : ଚୀନରୁ ବୁହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ ଏବେ ବିଶ୍ବ ମହାମାରୀ । ଚୀନ୍‌ ପରେ ଇଟାଲୀ ଏବେ ସ୍ପେନ୍‌ରେ ତାଣ୍ଡବ ରଚି ଚାଲିଛି । ସ୍ବେନ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ଚାଳିଶ ହଜାର ଟପି ସାରିଛି । ସେହିପରି ମୃତ୍ୟୁ ସଂଖ୍ୟା 2991ରେ ପହଞ୍ଚିଛି । କରୋନା ଭାଇରସ୍‌ରେ ମୃତକଙ୍କ ସଂଖ୍ୟା ମଧ୍ୟରେ ଇଟାଲୀ ଓ ଚୀନ୍‌ ପରେ ସ୍ବେନରେ ଅଧିକ ରହିଛି ।

ବିଗତ ଦୁଇ ସପ୍ତାହ ମଧ୍ୟରେ କରୋନା ସ୍ପେନରେ ପ୍ରବଳ ମାତ୍ରାରେ ବ୍ୟାପିଛି ।  ସ୍ପେନ୍‌ରେ ଲୋକମାନେ ଲକ୍‌ ଡାଉନ୍‌ ତଥା ସାମାଜିକ ଦ୍ବରତ୍ବ ନ ମାନିବା ଯୋଗୁଁ ଏତେ ମାତ୍ରାରେ ସଂକ୍ରମଣ ହୋଇଥିବାର ସୂଚନା ରହିଛି । ବିଗତ 24 ଘଣ୍ଟା ମଧ୍ୟରେ ସ୍ପେନ୍‌ରେ 462ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଇଟାଲୀରେ ସର୍ବାଧିକ 6,820ଜଣଙ୍କର ମୃତୁ ହୋଇଛି । ଇଟାଲୀରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 69,176ଜଣ ରହିଛନ୍ତି । ସେହିପରି ଆମେରିକାରେ 782 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଫ୍ରାନ୍ସରେ 1900ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ୍‌ ଏବେ 197ଟି ଦେଶରେ ବ୍ୟାପି ସାରିଛି । କରୋନାକୁ ନେଇ ଏବେ ବିଶ୍ବର ଅର୍ଦ୍ଧାଧିକ ଦେଶ ଏବେ ଲକ୍‌ ଡାଉନ୍‌ରେ । କରୋନା ଭୟାବହକୁ ଦେଖି ଭାରତ ସରକାର ଗତ କାଲି ଆସନ୍ତା 21ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି।

ସାମାଜିକ ଦୂରତ୍ବ ରଖିବା ଆଜିର ସମୟରେ ବଡ ଆବଶ୍ୟକତା ରହିଥିବାବେଳେ କରୋନା ସଂକ୍ରମଣ ନେଇ ସଚେତନ ରହିବା ସହ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ସରକାରଙ୍କ ତରଫରୁ ଜାରି କରାଯାଇଥିବା ଲକ୍‌ ଡାଉନ୍‌କୁ ସଫଳ କରନ୍ତୁ । ଘରେ ରୁହନ୍ତୁ, ସତର୍କ ରୁହନ୍ତୁ ଓ ସୁସ୍ଥ ରହୁନ୍ତି ।

ସମୀକ୍ଷା ତରଫରୁ ପ୍ରସ୍ତୁତ କରେନା ଅପଡେଟ୍‌ :

Related posts