ବେଜିଂ, ସାରା ବିଶ୍ବକୁ ଏକ ସାଂଘାତିକ ସ୍ଥିତିରେ ପକାଇ ଦେଇଥିବା ଚୀନର ଉହାନ ସହର ବର୍ତ୍ତମାନ ବିପଦମୁକ୍ତ। ଦୀର୍ଘ ଦୁଇମାସ ଧରି ସେଠାରେ ଲକଡାଉନ ଜାରୀ ହେବା ଏବଂ ସ୍ବାସ୍ଥ୍ୟକର୍ମିଙ୍କ ଉଦ୍ୟମ ପରେ ଉହାନରୁ କରୋନା ଉଭେଇ ଯାଇଛି। ସ୍ଥିତିରେ ସୁଧାର ଆସିବା ପରେ ପ୍ରଥମେ ସେହି ସ୍ଥାନରୁ ଲକଡାଉନକୁ ପ୍ରତ୍ୟାହାର କରି ନିଆଗଲା। ହେଲେ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ ରଖା ଯାଇଥିଲା। ହେଲେ ଆଉ ନୂଆ ରୋଗୀ ନ ଆସିବା ପରେ ଶେଷରେ ସ୍ବାସ୍ଥ୍ୟ କର୍ମିଙ୍କୁ ମଧ୍ୟ ସରକାର ପ୍ରତ୍ୟାହାର କରିନେଲେ।
ଚୀନର ଏହି ଉହାନ ସହରରେ ଯେତେବେଳେ କରୋନା ଭାଇରସକୁ ଠାବ କରାଗଲା ସେତେବେଳେ ସାରା ବିଶ୍ବ ଚକିତ ହୋଇଗଲା। କାରଣ ଚୀନର ଏହି ସହରରେ ସାରା ବିଶ୍ବର ଲୋକ ଯାତାୟତ କରିଥାନ୍ତି। ଚାହୁଁ ଚାହୁଁ ସାରା ବିଶ୍ବକୁ ଏହି ଭାଇରସ ବ୍ୟାପିବାରେ ଲାଗିଲା। ଧିରେଧିରେ ଆକ୍ରନ୍ତ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢିବାରେ ମଧ୍ୟ ଲାଗିଲା। ଚୀନର ଏହି ଉହାନ ସହରରେ ସବୁଠାରୁ ବିପଦଜନକ ପରିସ୍ଥିତି ସୃଷ୍ଟି ହେଲା।

ପୃଥିବୀର ସବୁଠାରୁ ଅଧିକ ରୋଗୀ ଏହି ସହରରେ ଚିହ୍ନଟ ହେଲେ। ଫଳରେ ଚୀନ ସରକାର ତାଙ୍କ ଦେଶର ବିଭିନ୍ନ ସ୍ଥାନରୁ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମିଙ୍କୁ ଆଣି ଏହି ସହରରେ ନିୟୋଜିତ କଲେ। ମାସ ମାସ ଧରି ଏହି ସ୍ବାସ୍ଥ୍ୟକର୍ମିଙ୍କ ଚେଷ୍ଠା ଫଳରେ କରୋନା ସେଠାରୁ ବିତାଡିତ ହୋଇପାରିଛି। ବର୍ତ୍ତମାନ ଏହି କର୍ମିମାନେ ନିଜ ନିଜ ଘରକୁ ଫେରିବା ପରେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ସ୍ବାଗତ କରାଯାଉଛି।


