କରୋନା ସଂକ୍ରମଣରେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଗୀତା ରାମ୍‌ଜୀଙ୍କ ପରଲୋକ

Published: Apr 1, 2020, 7:01 pm IST

ଦକ୍ଷିଣ ଆଫ୍ରିକା : ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଗୀତା ରାମଜୀଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଯାଇଛି।  ସେ ଏକ ସପ୍ତାହ ପୂର୍ବରୁ ଲଣ୍ଡନରୁ ଫେରିଥିଲେ। କିନ୍ତୁ ତାଙ୍କଠାରେ କୋଭିଡ-19ର କୌଣସି ଲକ୍ଷଣ ଦେଖାଯାଇନଥିଲା। ଗୀତା ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ ଯିଏ ଦକ୍ଷିଣ ଆଫ୍ରିକାରେ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି। ଦକ୍ଷିଣ ଆଫ୍ରିକାରେ କରୋନା ଯୋଗୁଁ 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 1350ଜଣ ସଂକ୍ରମିତ ହୋଇଛନ୍ତି। 64 ବର୍ଷୀୟା ଗୀତା ରାମଜୀ କ୍ଲିନିକାଲ୍ ଟ୍ରାୟଲ୍ସ ୟୁନିଟର ପ୍ରଧାନ ଗବେଷକ ଏବଂ ଏଚଆଇଭି ପ୍ରିଭେନସନ୍ ରିସର୍ଚ୍ଚ ୟୁନିଟ୍ ଅଫ୍ ସାଉଥ ଆଫ୍ରିକାର ମେଡିକାଲ୍ ରିସର୍ଚ୍ଚ କାଉନସିଲ୍ ଅଫିସର ୟୁନିଟ୍ ଡାଇରେକ୍ଟର ଥିଲେ। 31 ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି। (ଏଜେନ୍ସି)

Related posts