ଆମେରିକାରେ କରୋନା ସ୍ଥିତି ଅସମ୍ଭାଳ: ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ ଟପିଲା

Published: Apr 8, 2020, 8:40 am IST

ନୂଆଦିଲ୍ଲୀ: ଆମେରିକାରେ କରୋନା ସ୍ଥିତି ଅସମ୍ଭାଳ। ଗତ 24 ଘଣ୍ଟାରେ ଦୁଇ ହଜାର ଟପିଲା ମୃତ୍ୟୁ ସଂଖ୍ୟା। ଆମେରିକାରେ କରୋନା ରୋଗୀଙ୍କ ସଂଖ୍ୟା 4ଲକ୍ଷକୁ ଟପିଲାଣି। ସେହିପରି ମୃତ୍ୟୁ ସଂଖ୍ୟା 12ହଜାରକୁ ଟପିଛି। ସେହିପରି ଆମେରିକାରେ 21,674ଜଣ ସୁସ୍ଥ ହୋଇଛନ୍ତି। ଆମେରିକାରେ ଜଣେ ମୂଳ ଭାରତୀୟ ସାମ୍ବାଦିକଙ୍କ କରୋନା ଜନିତ ମୃତ୍ୟୁ ଘଟିଛି। ଆମେରିକା ପରି ଇଟାଲୀ, ଫ୍ରାନ୍ସ, ସ୍ପେନ୍‌, ଜର୍ମାନୀ, ବ୍ରିଟେନ୍‌ ଆଦି ଦେଶରେ ମଧ୍ୟ କରୋନା ସ୍ଥିତି ବେଶ୍‌ ଜଟିଳ ରହିଛି। ଚୀନ୍‌ର ବୁହାନସହରରୁ ଆରମ୍ଭ ହୋଇଥିବା ଏହି କରୋନା ସାରା ବିଶ୍ବରେ ମହାମାରୀ ରୂପ ଧରିଛି। ଇଟାଲୀରେ 17 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଫ୍ରାନ୍ସରେ 10 ହଜାର ଟପିଛି କରୋନା ମୃତ୍ୟୁ ସଂଖ୍ୟା। ସେହିପରି ସ୍ପେନ୍‌ରେ 14 ହଜାର ଟପିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା।

ବର୍ତ୍ତମାନ ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 82,080 ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1,431,706ରେ ପହଞ୍ଚିଛି। ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 3,02,150 ଜଣ। ବିଶ୍ବର 209ଟି ରାଷ୍ଟ୍ରରେ ଏହି କରୋନା ଏବେ ତା’ର କାୟା ମେଲାଇ ସାରିଛି। ସେହିପରି ଭାରତରେ ମଧ୍ୟ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 4000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 100 ପାର୍ କରି ସାରିଛି।

ସମୀକ୍ଷା ତରଫରୁ କରୋନା ଅପଡେଟ୍‌:

Related posts