ମୋଦିଙ୍କୁ ଚିଠି ଲେଖିଲେ ବ୍ରାଜିଲ୍‌ ରାଷ୍ଟ୍ରପତି: ହନୁମାନଙ୍କ ସଞ୍ଜିବିନୀ ଆଣିବା ସହ ଭାରତର ସାହାଯ୍ୟକୁ ତୁଳନା କଲେ

Published: Apr 8, 2020, 11:01 am IST

ବ୍ରାଜିଲ୍‌: କରୋନା ଭାଇରସକୁ ନେଇ ସାରା ବିଶ୍ବ ଏବେ ସଂକଟରେ। ଏହା ମଧ୍ୟରେ ଭାରତ ତରଫରୁ  ଅଧିକ ପ୍ରଭାବିତ ଦେଶକୁ ଯଥା ସମ୍ଭବ ସାହାଯ୍ୟ କରାଯାଉଛି। ଆମେରିକା ପରେ ଏବେ ବ୍ରାଜିଲ୍‌ ଭାରତକୁ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ବ୍ରାଜିଲ୍‌ ରାଷ୍ଟ୍ରପତି ଜେର୍‌ ବୋଲସୋନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି। ଏହି ଚିଠିରେ ବ୍ରାଜିଲ୍‌ ରାଷ୍ଟ୍ରପତି ଭାରତର ସାହାଯ୍ୟକୁ ହନୁମାନଙ୍କ ଦ୍ବାରା ଅଣାଯାଇଥିବା ସଞ୍ଜୀବନୀ ସହିତ ତୁଳନା କରିଛନ୍ତି।

ବ୍ରାଜିଲ୍‌ ରାଷ୍ଟ୍ରପତି ଏପ୍ରିଲ୍‌ ସାତ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରୋନା ଭାଇରସ୍‌ ସମ୍ପର୍କରେ ଚିଠି ଲେଖିଥିଲେ। ଏଥିରେ ଭାରତ-ବ୍ରାଜିଲ୍‌ର ବନ୍ଧୁତ୍ବ କଥାର ଉଲ୍ଲେଖ କରିଥିଲେ।

ବ୍ରାଜିଲ୍‌ ରାଷ୍ଟ୍ରପତି କହିଛନ୍ତି ଯେ, ସଂକଟ ସମୟରେ ଭାରତ ଯେପରି ଭାବରେ ବ୍ରାଜିଲ୍‌ର ସାହାଯ୍ୟ କରିଛି। ଏପରି ତ ରାମୟାଣରେ ହନୁମାନଜୀ ରାମଙ୍କ ଭାଇ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ସମୟରେ ସଞ୍ଜିବନୀ ଆଣି କରିଥିଲେ। ଆଜି ଦେଶରେ ହନୁମାନ ଜୟନ୍ତୀ ପାଳନ କରାଯାଉଛି।

ବ୍ରାଜିଲ୍‌ ରାଷ୍ଟ୍ରପତି ନିଜ ଚିଠିରେ ତାଙ୍କ ଦେଶରେ ଦୁଇଟି ଲ୍ୟାବ୍‌ରେ କରୋନା ଭ୍ୟାକସିନ୍‌ ପ୍ରସ୍ତୁତ ହେଉଛି, କିନ୍ତୁ ଏହାର ବିତରଣ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଭାରତ ଉପରେ ନିର୍ଭର କରୁଛି। ଏହି କ୍ଷେତ୍ରରେ ଭାରତର ସାହାଯ୍ୟ ଆଶା କରିଛି ବ୍ରାଜିଲ୍‌। (ଏଜେନ୍ସି)

Related posts