Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଦୁଇଶହ ଭଡାଟିଆଙ୍କ ଘର ଭଡା ଛାଡ କଲେ ଘର ମାଲିକ
ଅନ୍ତରାଷ୍ଟ୍ରୀୟ

ଦୁଇଶହ ଭଡାଟିଆଙ୍କ ଘର ଭଡା ଛାଡ କଲେ ଘର ମାଲିକ

April 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନ୍ୟୁୟର୍କ : ଜଣେ ଘର ମାଲିକ 18 ମହଲା ବିଶିଷ୍ଟ 80ଟି ଆପାର୍ଟମେଣ୍ଟରେ ରହୁଥିବା 200ରୁ ଅଧିକ ଭଡାଟିଆଙ୍କ ଅପ୍ରେଲ ମାସର ଘର ଭଡାକୁ ଛାଡ କରିଛନ୍ତି । ଘର ଭଡା ଛାଡ କରିଥିବା ଘର ମାଲିକ ନ୍ୟୁୟର୍କର । ନ୍ୟୁୟର୍କର ବ୍ରୁକଲିନ୍‌ରେ ରହୁଥିବା ଏହି ଘର ମାଲିକ ଜଣକ କହିଛନ୍ତି ଯେ, କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ସେ ତାଙ୍କ ଭଡାଟିଆମାନଙ୍କୁ କୌଣସି ପ୍ରକାରର ଚିନ୍ତା ଦେବାକୁ ଚାହାଁନ୍ତି ନାହିଁ । କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା ଏହି ଘର ମାଲିକଙ୍କ ନାମ ହେଉଛି ମାରିୟୋ ସଲେରନୋ । ସେ ତାଙ୍କ ଆପାର୍ଟମେଣ୍ଟ ବାହାରେ ଏକ ପୋଷ୍ଟର ଦ୍ବାରା ଅପ୍ରେଲ୍‌ ମାସର ଘର ଭଡା ଛାଡ କରିଛନ୍ତି ବୋଲି ଘୋଷଣା କରିଛନ୍ତି ।

କରୋନା ମହମାରୀ ଯୋଗୁଁ ଆମେରିକାର ନ୍ୟୁୟର୍କ ସହର ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଅଧିକସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି ।  ଏଠାରେ କାମ ବନ୍ଦରହିଥିବା ବହୁ ଲୋକଙ୍କ ଚାକିରି ମଧ୍ୟ ଚାଲିଯାଇଛି ।ଆମେରିକାର ଅନ୍ୟ ବଡ ସହରଠାରୁ ନ୍ୟୁୟର୍କ ସହରରେ ଅଧିକ ଲୋକ ଭଡାରେ ରହିଥା’ନ୍ତି । ଏଠାରେ ଲୋକଙ୍କ ଦରମାର ଅଧା ଅଂଶ ଘରର ଭଡାରେ ଚାଲିଯାଇଥାଏ ।

ମାରିୟୋ ତାଙ୍କ ଭଡାଟିଆମାନଙ୍କ ଘର ଭଡା ଛାଡ କରିବା ସହ ତାଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି ମାରିୟୋ । ମାରିୟୋଙ୍କ ଆପାର୍ଟମେଣ୍ଟ ଯେଉଁ ଅଞ୍ଚଳରେ ରହିଛି, ସେଠାରେ ଟୁବିଏଚ୍‌କେ ଆପାର୍ଟମେଣ୍ଟର ହାରାହାରି ମାସିକ ଭଡା ମୂଲ୍ୟ 2 ଲକ୍ଷ 13 ହଜାର ଅଟେ ।

କରୋନା ଯୋଗୁଁ ଆମେରିକାରେ ଅର୍ଥନୀତିକୁ ଅଚାନକ ଝଟ୍‌କା ଲାଗିଛି । ଏହି କାରଣରୁ ନ୍ୟୁୟର୍କରେ ରହୁଥିବା ଅଧିକାଂଶ ଲୋକେ ଏବେ ଘର ଭଡା ଦେବା ପାଇଁ ଚିନ୍ତାରେ ପଡିଯାଇଛନ୍ତି ।

ମାରିୟୋଙ୍କ 80ଟି ଆପାର୍ଟମେଣ୍ଟରେ 200ରୁ 300 ଲୋକ ରହୁଛନ୍ତି । ମାରିୟୋ କହିଛନ୍ତି ଯେ, ସେ ତାଙ୍କ ଭଡାଟିଆଙ୍କୁ କୌଣସି ପ୍ରକାରର ଚିନ୍ତା ଦେବାକୁ ଚାହୁଁନାହାନ୍ତି । ମାରିୟୋ କହିଛନ୍ତି ଯେ, ଗତ ମାସ କିଛି ଭଡାଟିଆ ଘର ଭଡା ଦେଇପାରିବେ ନାହିଁ ବୋଲି ମେସେଜ୍‌ କରିଥିଲେ । ଆୟାର୍ଲାଣ୍ଡର ତିନିଜଣ ଭଡାଟିଆ ଏପରି ସମସ୍ୟାକୁ ଦେଖି ସ୍ଥାନ ଛାଡି ଚାଲିଯାଇଛନ୍ତି । ଏଥିପାଇଁ ମାରିୟୋ ଏପରି ସଂକଟ ସମୟରେ ତାଙ୍କ ଭଡାଟିଆ ମାନେ ସୁସ୍ଥ ଓ ଚିନ୍ତାଶୂନ୍ୟ ରହିବା ପାଇଁ ସେ ତାଙ୍କର ଭଡାଟିଆଙ୍କ ଅପ୍ରେଲ ମାସର ଘର ଭଡା ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଆମ ରାଜ୍ୟରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଲୋକଙ୍କଠାରୁ ତିନିମାସର ଘର ଭଡା ଛାଡ ବା ପରେ ଏହାକୁ ନେବା ପାଇଁ ଅନୁରୋଧ କରିଛନ୍ତି ।

corona
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026

ଆମ ଆଦମୀ ପାର୍ଟିର ଆଶାକୁ ଝଟକା!: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ସ୍ଥଳରେ ପହଞ୍ଚିଲେ ଅଖିଳେଶ ଯାଦବ

July 21, 2026

“ଲଢ଼େଇ ଏକପାଖିଆ ହେବ ନାହିଁ”: ଭାରତକୁ ଚେତାବନୀ ଦେଲେ  ଜିମ୍ବାୱେ ଅଧିନାୟକ

July 21, 2026

ଅଗଷ୍ଟ ୧୫ରୁ ଶ୍ରୀଲଙ୍କା ସିରିଜ: ଜାଣନ୍ତୁ କେବେ ଘୋଷଣା ହେବେ ଟିମ୍ ଇଣ୍ଡିଆ?

July 21, 2026
Latest News

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026

ଆମ ଆଦମୀ ପାର୍ଟିର ଆଶାକୁ ଝଟକା!: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ସ୍ଥଳରେ ପହଞ୍ଚିଲେ ଅଖିଳେଶ ଯାଦବ

July 21, 2026

“ଲଢ଼େଇ ଏକପାଖିଆ ହେବ ନାହିଁ”: ଭାରତକୁ ଚେତାବନୀ ଦେଲେ  ଜିମ୍ବାୱେ ଅଧିନାୟକ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.