କରୋନା ମୃତ୍ୟୁ ସଂଖ୍ୟା 95 ହଜାର ଟପିଲା, ଚବିଶ ଘଣ୍ଟାରେ 84ହଜାରରୁ ଅଧିକ ସଂକ୍ରମିତ

Published: Apr 10, 2020, 9:34 am IST

ନୂଆଦିଲ୍ଲୀ : ଚୀନ୍‌ ସହରରୁ ଆରମ୍ଭ ହୋଇଥିବା କରୋନା ଏବେ ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚିଚାଲିଛି । ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଆଜି କରୋନା ଯୋଗୁଁ ଅଣନିଃଶ୍ବାସୀ ହୋଇପଡିଛି । ଏଠାରେ ସର୍ବାଧିକ ସାଢେ ଚାରିଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ ଷୋହଳ ହଜାରରୁ ଉର୍ଦ୍ଧ୍ବ ଜୀବନ ହାରିଛନ୍ତି । ଆମେରିକାର ନ୍ୟୁର୍ୟର୍କ ସହର ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି । ସାରା ବିଶ୍ବରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 16 ଲକ୍ଷ ପାର୍‌ କରିଥିବାବେଳେ 95ହଜାରରୁ ଉର୍ଦ୍ଧ୍ବଙ୍କର ମୃତ୍ୟୁ ହୋଇଛି । ସ୍ପେନ୍‌, ଇଟାଲୀ, ଜର୍ମାନୀ, ଫ୍ରାନ୍ସ ପରି ଦେଶରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ଆମେରିକାରେ ଗତ 24 ଘଣ୍ଟା ମଧ୍ୟରେ 1858ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ପେନ୍‌ରେ ଗତ 24 ଘଣ୍ଟାରେ 655 ଜଣ, ସେହିପରି ଇଟାଲୀରେ 610ଜଣ, ଫ୍ରାନ୍ସରେ 1,341ଜଣଙ୍କର ମୃତ୍ୟୁ ହୋଇଛି । ଚୀନ୍‌ରେ 81,907ଜଣ ଆକ୍ରାନ୍ତ ହୋଇଥିବାବେଳେ 3,336ଜଣଙ୍କର ମୃତ୍ୟୁ ହୋଇଛି ।

ସମୀକ୍ଷା ତରଫରୁ କରୋନା ଅପଡେଟ୍‌ :

Related posts