Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନା ଯୋଗୁଁ ମାତ୍ର ଜଣକର ଜୀବନ ଯାଇଛି ଏଠି, ସୁଲତାନଙ୍କ କଡା ନିୟମ ଆଗରେ ଏହି ଇସଲାମିକ୍‌ ରାଷ୍ଟ୍ରରେ ହାର୍‌ ମାନିଛି କରୋନା
ଅନ୍ତରାଷ୍ଟ୍ରୀୟ

କରୋନା ଯୋଗୁଁ ମାତ୍ର ଜଣକର ଜୀବନ ଯାଇଛି ଏଠି, ସୁଲତାନଙ୍କ କଡା ନିୟମ ଆଗରେ ଏହି ଇସଲାମିକ୍‌ ରାଷ୍ଟ୍ରରେ ହାର୍‌ ମାନିଛି କରୋନା

April 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବିଶ୍ବର 210ଟି ଦେଶରେ କରୋନା ତା’ର କରାଳ ରୂପ ଜାରି ରଖିଛି । ବିଶ୍ବରେ କରୋନା ଯୋଗୁଁ 1,09,664ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 17,91,024 ଜଣ ସଂକ୍ରମିତ ହୋଇଛନ୍ତି । ବିଶ୍ବର ବହୁ ପ୍ରଭାବଶାଳୀ ରାଷ୍ଟ୍ର ଏବେ କରୋନା ମାଡରେ ଧରାଶାୟୀ । ସମସ୍ତେ କରୋନା କବଳରୁ ବର୍ତ୍ତିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି । ସେହିପରି କିଛି ଦେଶ କରୋନା ଉପରେ ନିୟନ୍ତ୍ରଣ ଆଣି ପାରିଛନ୍ତି । ଶକ୍ତ ନିୟମ ପାଳନ କରି ଏମାନେ କରୋନା ଉପରେ ନିୟନ୍ତ୍ରଣ ଆଣିଛନ୍ତି । ବିଶ୍ବର ଏକ ଛୋଟ ଇସଲାମିକ୍‌ ଦେଶ ଭାବେ ଏହି ରାଷ୍ଟ୍ରରେ କରୋନା ଯୋଗୁଁ ମାତ୍ର ଜଣକଙ୍କର ମୃତ୍ୟୁ ହୋଇଛି । ଦେଶଟି ହେଉଛି ବ୍ରୁନେଇ । ତେବେ ଆସନ୍ତୁ ଜାଣିବ ଏହି ରାଷ୍ଟ୍ର କରୋନା ଉପରେ କେମିତି ନିୟନ୍ତ୍ରଣ ଆଣି ପାରିଲା ।

ଦକ୍ଷିଣ ପୂର୍ବ ଏସିଆର ଏକ ଛୋଟ ଇସ୍‌ଲାମସିକ ଦେଶ ଭାବେ ବ୍ରୁନେଇ ଜଣାଶୁଣା । ଏଠାରେ କରୋନା ଯୋଗୁଁ 136 ଜଣ ସଂକ୍ରମିତ ହୋଇଛନ୍ତି । ସେଥିରୁ 104 ଜଣ ସୁସ୍ଥ ହୋଇଯାଇଥିବାବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ବ୍ରୁନେଇର ଏବେ ରାଜଶାସନ ଚାଲିଛି । ନର୍ଥ କୋରିଆ ପରି ଏହି ଛୋଟ ରାଷ୍ଟ୍ରଟି କଡା ନିୟମ ପାଳନ ପୂର୍ବକ କରୋନାକୁ ନିଜ ନିୟନ୍ତ୍ରଣରେ ରଖିପାରିଛି । ବ୍ରୁନେଇର ସୁଲତାନ ହେଉଛନ୍ତି ହସନଲାଲ୍‌ ବୋଲ୍‌କିଆ । ଏଠାରେ ସୁଲତାନୀ ଶାସନ ଚାଲିଥାଏ ।

ବ୍ରୁନେଇରେ ପ୍ରଥେମ ମାଲେସିଆରୁ ଫେରିଥିବା ଜଣେ ତୀର୍ଥଯାତ୍ରୀଙ୍କ ନିକଟରେ ପ୍ରଥମ କରୋନା ଭାଇରସ୍‌ର ଚିହ୍ନଟ କରାଯାଇଥିଲା । ଏହାପରେ ସୁଲତାନ କଡା ନିୟମ ଲାଗୁକରିଥିଲେ । 24 ମାର୍ଚ୍ଚରେ ବ୍ରୁନେଇ ଦେଶରୁ ବାହାର ଓ ଦେଶ ବାହାରୁ ଦେଶ ଭିତରକୁ ଯିବା ଆସିବାରେ ପ୍ରତିବନ୍ଧକ ଲଗାଇଥିଲେ । ଯେଉଁମାନେ ଦେଶ ବାହାରୁ ଫେରିଥିଲେ ସେମାନଙ୍କୁ 14 ଦିନିଆ କ୍ବାରେଣ୍ଟାଇନ୍‌ରେ ରଖିଥିଲେ । ବିବାଘର, ସାମୂହିକ ଖେଳ, ଏପରିକି ବୈଠକ ଆଦିକୁ ପୂରାପୂରି ନିଷିଦ୍ଧ କରାଯାଇଥିଲା । ସେହିପରି ମସି୍‌ଜିଦ୍‌କୁ ମଧ୍ୟ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତା’ପରେ ଦେଶରେ କରୋନା ଭାଇରସ୍‌କୁ 10 ଗୁଣା ପରୀକ୍ଷା କରାଇଥିଲେ ।  କରୋନା ଟେଷ୍ଟିଂ ବୃଦ୍ଧି କରିବା ପାଇଁ ଭିଗ୍ରୋଲୋଜି ଲାବୋରେଟାରୀର ପ୍ରସ୍ତୁତି କରିଥିଲେ ।  ସେହିପରି ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏପରି ଭାବରେ ଏହି ରାଷ୍ଟ୍ରଟି କରୋନାକୁ ନିୟନ୍ତ୍ରଣ କରିପାରିଛି ।

ବ୍ରୁନେଇର ସୁଲତାନ୍‌ ଦୁନିଆର ସର୍ବାଧିକ ସମୟ ପର୍ଯ୍ୟନ୍ତ ଶାସନ କରୁଥିବା ସୁଲତାନଙ୍କ ମଧ୍ୟରେ ଅନ୍ୟତମ ।  ଏଠାରେ ସଜ୍ଜା ବହୁତ ଶକ୍ତ ବା କଠୋର ହୋଇଥାଏ । ଏଠାରେ ଗେ-ସେକ୍ସ୍‌ କରିବା ଲୋକଙ୍କ ଉପରେ ପଥର ପକାଇ ମାରିବାର ସଜ୍ଜା ରହିଥିଲା । କିନ୍ତୁ ଅନ୍ତର୍ରାଷ୍ଟ୍ରୀୟ ଚାପ ଯୋଗୁଁ ଏହି ନିୟମରେ ପରିବର୍ତ୍ତନ କରିବାକୁ ପଡ଼ିଥିଲା । (ଏଜେନ୍ସି)

Brunei
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026
Latest News

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.