Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନା ଯୋଗୁଁ ଭାରତରେ ଅଟକିଥିବା ବିଦେଶୀଙ୍କ ପାଇଁ ଦୂତାବାସ ସ୍ତରୀୟ ସେବା ଏପ୍ରିଲ 30 ଯାଏଁ ବଢିଲା
ଅନ୍ତରାଷ୍ଟ୍ରୀୟ

କରୋନା ଯୋଗୁଁ ଭାରତରେ ଅଟକିଥିବା ବିଦେଶୀଙ୍କ ପାଇଁ ଦୂତାବାସ ସ୍ତରୀୟ ସେବା ଏପ୍ରିଲ 30 ଯାଏଁ ବଢିଲା

April 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯାତ୍ରା ଓ ବିଭିନ୍ନ ପ୍ରକାର ଗମନାଗମନ ଉପରେ ଭାରତ ସରକାର ନିଷେଧାଦେଶ ଜାରି କରିବାରୁ ବିଭିନ୍ନ କାର୍ଯ୍ୟରେ ଭାରତକୁ ଆସିଥିବା ବିଦେଶୀ ନାଗରିକମାନେ ଅଟକି ରହିଛନ୍ତି । ଏହି ନାଗରିକମାନଙ୍କୁ ଭାରତରେ ଥିବା ନିଜନିଜ ଦେଶର ଦୂତାବାସ ଓ ବାଣିଜ୍ୟ ଦୂତାବାସ ସହ ସମ୍ପର୍କ ରକ୍ଷା କରିବାର ସୁଯୋଗ ଯୋଗାଇ ଦିଆଯାଉଛି । ନିଜନିଜର ସୁବିଧା ପାଇଁ କୂଟନୈତିକ ନିୟମ ଅନୁସାରେ ଏସବୁ ବିଦେଶୀମାନଙ୍କୁ ଏହି ସୁବିଧା ମିଳିଛି ।

ତେବେ ଏହି ବିଦେଶୀ ନାଗରିକମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଭିସା ଅବଧି ମିଆଦ 1 ଫେବୃଆରୀ 2020 ମଧ୍ୟରାତ୍ରି ସୁଦ୍ଧା ପୁରିଯାଉଛି ଏବଂ ଆଉ ଯେଉଁମାନଙ୍କ ଏହି ଅବଧି ପୁରିବାକୁ ଯାଉଛି ସେମାନଙ୍କ ସୁବିଧା ପାଇଁ ସରକାର ଏହି ସମୟସୀମାକୁ ଏପ୍ରିଲ 30 ତାରିଖ ମଧ୍ୟରାତ୍ରି ଯାଏଁ ବଢାଇ ଦେଇଛନ୍ତି। ଏଥିପାଇଁ ସମ୍ପୃକ୍ତ ବିଦେଶୀ ନାଗରିକମାନେ ନିଜନିଜର ଦୂତାବାସ ସହ ସମ୍ପର୍କ ରକ୍ଷା ପୂର୍ବକ ନିୟମିତ ଭିସା, କିମ୍ବା ଭିସା ମିଆଦ ବୃଦ୍ଧି ପାଇଁ ଅନଲାଇନରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରିପାରିବେ। ଏହି ସେବା ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏବେ ସାରା ଭାରତରେ ଲକଡାଉନ ଯୋଗୁଁ ବିମାନ, ଜାହାଜ, ରେଳ ଓ ଅନ୍ୟାନ୍ୟ ପରିବହନ ସେବା ବନ୍ଦ ରହିଛି। ତେଣୁ ଲକଡାଉନ ପୂର୍ବରୁ ଭାରତକୁ ଆସିଥିବା ବିଦେଶୀ ନାଗରିକମାନେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ସେମାନଙ୍କୁ ଭାରତ ସରକାର ଦୂତାବାସ ସ୍ତରୀୟ ସମ୍ପର୍କ ରକ୍ଷା କରିବାର ସୁଯୋଗ ଦେଇଛନ୍ତି। ତେବେ ଏହି ନାଗରିକମାନଙ୍କୁ କେତେକଙ୍କ ଭିସା ମିଆଦ ପୂରଣ ହୋଇଥିବା ବେଳେ ଆଉ କେତେକଙ୍କ ଶେଷ ହେବା ଉପରେ। ତେଣୁ ଏ ନେଇ କାଳେ କିଛି ଗୋଳମାଳିଆ ସ୍ଥିତି ସୃଷ୍ଟି ହେବ ତାହାକୁ ଦୃଷ୍ଟିରେ ରଖି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଏହି ସମସ୍ତ ବିଦେଶୀ ନାଗରିକଙ୍କ ପାଇଁ ଦୂତାବାସ ସ୍ତରୀୟ ସେବା ଯୋଗାଣ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ଚଳିତ ମାସ 30 ତାରିଖ ମଧ୍ୟରାତ୍ରି ଯାଏ ବଢାଇ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

Train Capacity Doubling: ନଅ ଟି ସହରର ଟ୍ରେନ କ୍ଷମତା ବୃଦ୍ଧି ପାଇଁ ନିଷ୍ପତି କଲା ରେଳବାଇ

December 27, 2025

ଗୃହପାଳିତ ପ୍ରାଣୀଙ୍କ ଯତ୍ନ ନିମନ୍ତେ ସୋଆ ଆଇଭିଏସ୍‌ଏଏଚ୍‌ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଂଟର

December 27, 2025

ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ- ଚାଲାଣ

December 27, 2025

ଚୌମୁଁ ପଥର ଫିଙ୍ଗା ଘଟଣା: ଏପର୍ଯ୍ୟନ୍ତ ୧୦୦ ଗିରଫ, ଆସନ୍ତାକାଲି ପର୍ଯ୍ୟନ୍ତ ଇଣ୍ଟରନେଟ୍ ବ୍ୟାନ୍

December 27, 2025
Latest News

Train Capacity Doubling: ନଅ ଟି ସହରର ଟ୍ରେନ କ୍ଷମତା ବୃଦ୍ଧି ପାଇଁ ନିଷ୍ପତି କଲା ରେଳବାଇ

December 27, 2025

ଗୃହପାଳିତ ପ୍ରାଣୀଙ୍କ ଯତ୍ନ ନିମନ୍ତେ ସୋଆ ଆଇଭିଏସ୍‌ଏଏଚ୍‌ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଂଟର

December 27, 2025

ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ- ଚାଲାଣ

December 27, 2025

କେନ୍ଦୁଝରରେ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

December 27, 2025

ଚୌମୁଁ ପଥର ଫିଙ୍ଗା ଘଟଣା: ଏପର୍ଯ୍ୟନ୍ତ ୧୦୦ ଗିରଫ, ଆସନ୍ତାକାଲି ପର୍ଯ୍ୟନ୍ତ ଇଣ୍ଟରନେଟ୍ ବ୍ୟାନ୍

December 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.