କରୋନାରେ ଜାପାନର 28 ବର୍ଷୀୟ ସୁମୋ ପହିଲମାନଙ୍କ ମୃତ୍ୟୁ

Published: May 13, 2020, 10:59 pm IST

ଜାପାନ : ଜାପାନର 28 ବର୍ଷୀୟ ସୁମୋ ପହିଲମାନଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବାର ସୂଚନା ରହିଛି। କରୋନାରେ ସଂକ୍ରମିତ ହେବା ପରେ ସୁମୋ ଯୋଦ୍ଧାଙ୍କର ଶରୀରର କିଛି ଅଙ୍ଗ କାମ କଲା ନାହିଁ। ଏହା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଟୋକିଓର ଟାକଡାଗାୱା ଦଳର ସମ୍ପୃକ୍ତ ସୁମୋ ଯୋଦ୍ଧା ସୋବୁଶିଙ୍କର ଏକ ମାସ ଧରି ଏହି ରୋଗ ସହ ଲଢେଇ କରିବା ପରେ ବୁଧବାର ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି।

କୋଭିଡ -19 କାରଣରୁ ଜଣେ ସୁମୋ ଯୋଦ୍ଧାଙ୍କ ମୃତ୍ୟୁ ହେଉଛି ଏହା ପ୍ରଥମ ଘଟଣା। ଜାପାନର ଏହି ସୁମୋ ଯୋଦ୍ଧାଙ୍କ ମୃତ୍ୟୁ ପରେ ଜାପାନ ସୁମୋ ଆସୋସିଏସନ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।  ଅପ୍ରେଲ୍‌ ମାସର 4/5 ତାରିଖରୁ ତାଙ୍କ ଜ୍ବର ହୋଇଥିଲା। କିନ୍ତୁ ଫୋନ୍ ଲାଇନ ବ୍ୟସ୍ତ ଥିବାରୁ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରିନଥିଲା।  କିଛି ଡାକ୍ତରଖାନା ତାଙ୍କର ଚିକିତ୍ସା କରିବାକୁ ମନା କରିଦେଇଥିଲେ।

ଅପ୍ରେଲ୍‌ 8 ତାରିଖରେ ସେ  ବହୁ ଅସୁସ୍ଥ ହୋଇପଡିବା ସହ କାଶିବା ସମୟରେ ତାଙ୍କ କାଶରୁ ରକ୍ତ ପଡିଲା । ସେତେବେଳେ ତାଙ୍କୁ ଟୋକିଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ପାଇଁ ନମୁନା ପରୀକ୍ଷଣ ହୋଇଥିଲା। ସେଠାରେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା। କିନ୍ତୁ ତାଙ୍କୁ ଯେତେବେଳେ ଅନ୍ୟ ଏକ ହସ୍ପିଟାଲକୁ ନିଆଗଲା ସେଠାରେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହି ହସ୍ପିଟାଲରେ ସେ ଅପ୍ରେଲ 19 ପର୍ଯ୍ୟନ୍ତ ଆଇସିୟୁରେ ରହିଥିଲେ। ସୂଚନାଯୋଗ୍ୟ, ଜାପାନରେ ପ୍ରାଥମିକ ସ୍ତରରେ କିଛି ମଲ୍ଲଯୋଦ୍ଧା ଓ ପ୍ରଶିକ୍ଷକଙ୍କଠାରେ କରୋନା ସଂକ୍ରମଣ ହେବାର ଖବର ଆସିଛ। (ଏଜେନ୍ସି)

Related posts