Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନା ଟୀକାର ମାନବ ପରୀକ୍ଷଣ ପାଇଁ ପ୍ରସ୍ତୁତ ଅକ୍ସଫୋର୍ଡ : ଆଗକୁ ଆସିଲେ 10 ହଜାର ସ୍ବେଚ୍ଛାସେବୀ
ଅନ୍ତରାଷ୍ଟ୍ରୀୟ

କରୋନା ଟୀକାର ମାନବ ପରୀକ୍ଷଣ ପାଇଁ ପ୍ରସ୍ତୁତ ଅକ୍ସଫୋର୍ଡ : ଆଗକୁ ଆସିଲେ 10 ହଜାର ସ୍ବେଚ୍ଛାସେବୀ

May 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲଣ୍ଡନ : କରୋନା ମୁକାବିଲା ପାଇଁ ଏକ ନୂତନ ଆଶା ସଞ୍ଚାର ହୋଇଛି । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ କରୋନା ଟୀକା ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ତିମ ପର୍ଯ୍ୟାୟରେ ଏହି ଟୀକାର ମାନବ ପରୀକ୍ଷଣ କରାଯିବା ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରୀକ୍ଷଣ ପାଇଁ 10260 ସ୍ବେଚ୍ଛାସେବୀ ସମ୍ମୁଖକୁ ଆସିଛନ୍ତି । ଏପ୍ରିଲ୍‌ ମାସରେ ବିଶ୍ବ ବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ମାନବ ପରୀକ୍ଷଣ କରାଯାଇଥିବା ବେଳେ ଏହାର ପରବର୍ତ୍ତୀ ପରୀକ୍ଷଣ ପାଇଁ ଏହି ସ୍ବେଚ୍ଛାସେବୀ ମାନେ ସାମିଲ ହୋଇଛନ୍ତି । ଏପ୍ରିଲ୍‌ରେ କରାଯାଇଥିବା ପରୀକ୍ଷଣରେ 1000 ସ୍ବେଚ୍ଛାସେବୀ ସାମିଲ ହୋଇଥିବା ବେଳେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ 10260 ଜଣ ନିଜକୁ ପଞ୍ଜୀକୃତ କରାଇଛନ୍ତି । ବିଭିନ୍ନ ବୟସ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଏହି ପରୀକ୍ଷଣରେ ସାମିଲ କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ 5-12, 56-69 ଏବଂ 70ରୁ ଉର୍ଦ୍ଧ୍ବ ବୟସ ବର୍ଗର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି । ସେହିପରି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କେବଳ 18 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଉପରେ କରାଯିବ ବୋଲି କୁହାଯାଇଛି । ଥଣ୍ଡା ସୃଷ୍ଟିକାରୀ ଭାଇରସ୍‌ ଚାଦ୍‌ଓଏକ୍ସ1ରୁ ଏହି ଟୀକା ପ୍ରସ୍ତୁତ କରାଯାଉଥିବା ନେଇ ସୂଚନା ପ୍ରଦାନ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ -୨୦୨୫, ରୌପ୍ୟ ଜୟନ୍ତୀ ସମାରୋହ ଉଦ୍ଘାଟିତ

December 17, 2025

୨.୨୦ କୋଟି ରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଲା ପାଞ୍ଚ ଖେଳାଳି: ଦେଖନ୍ତୁ ସଂପୂର୍ଣ୍ଣ ତାଲିକା

December 17, 2025

ଆଜି ୧୭ ତାରିଖ ବୁଧବାରରେ ନଅ ଟି ରାଶି ପାଇଁ ରହିଛି ଭଲ ଦିନ, ଖୁସିରେ ରହିବେ

December 17, 2025

ଗୁଗୁଲର ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ କେନ୍ଦ୍ରମନ୍ତ୍ରୀ

December 16, 2025
Latest News

ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ -୨୦୨୫, ରୌପ୍ୟ ଜୟନ୍ତୀ ସମାରୋହ ଉଦ୍ଘାଟିତ

December 17, 2025

୨.୨୦ କୋଟି ରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଲା ପାଞ୍ଚ ଖେଳାଳି: ଦେଖନ୍ତୁ ସଂପୂର୍ଣ୍ଣ ତାଲିକା

December 17, 2025

ଆଜି ୧୭ ତାରିଖ ବୁଧବାରରେ ନଅ ଟି ରାଶି ପାଇଁ ରହିଛି ଭଲ ଦିନ, ଖୁସିରେ ରହିବେ

December 17, 2025

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025

ଗୁଗୁଲର ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ କେନ୍ଦ୍ରମନ୍ତ୍ରୀ

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.