କରୋନା ଟୀକାର ମାନବ ପରୀକ୍ଷଣ ପାଇଁ ପ୍ରସ୍ତୁତ ଅକ୍ସଫୋର୍ଡ : ଆଗକୁ ଆସିଲେ 10 ହଜାର ସ୍ବେଚ୍ଛାସେବୀ

Published: May 22, 2020, 8:50 pm IST

ଲଣ୍ଡନ : କରୋନା ମୁକାବିଲା ପାଇଁ ଏକ ନୂତନ ଆଶା ସଞ୍ଚାର ହୋଇଛି । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ କରୋନା ଟୀକା ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ତିମ ପର୍ଯ୍ୟାୟରେ ଏହି ଟୀକାର ମାନବ ପରୀକ୍ଷଣ କରାଯିବା ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରୀକ୍ଷଣ ପାଇଁ 10260 ସ୍ବେଚ୍ଛାସେବୀ ସମ୍ମୁଖକୁ ଆସିଛନ୍ତି । ଏପ୍ରିଲ୍‌ ମାସରେ ବିଶ୍ବ ବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ମାନବ ପରୀକ୍ଷଣ କରାଯାଇଥିବା ବେଳେ ଏହାର ପରବର୍ତ୍ତୀ ପରୀକ୍ଷଣ ପାଇଁ ଏହି ସ୍ବେଚ୍ଛାସେବୀ ମାନେ ସାମିଲ ହୋଇଛନ୍ତି । ଏପ୍ରିଲ୍‌ରେ କରାଯାଇଥିବା ପରୀକ୍ଷଣରେ 1000 ସ୍ବେଚ୍ଛାସେବୀ ସାମିଲ ହୋଇଥିବା ବେଳେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ 10260 ଜଣ ନିଜକୁ ପଞ୍ଜୀକୃତ କରାଇଛନ୍ତି । ବିଭିନ୍ନ ବୟସ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଏହି ପରୀକ୍ଷଣରେ ସାମିଲ କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ 5-12, 56-69 ଏବଂ 70ରୁ ଉର୍ଦ୍ଧ୍ବ ବୟସ ବର୍ଗର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି । ସେହିପରି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କେବଳ 18 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଉପରେ କରାଯିବ ବୋଲି କୁହାଯାଇଛି । ଥଣ୍ଡା ସୃଷ୍ଟିକାରୀ ଭାଇରସ୍‌ ଚାଦ୍‌ଓଏକ୍ସ1ରୁ ଏହି ଟୀକା ପ୍ରସ୍ତୁତ କରାଯାଉଥିବା ନେଇ ସୂଚନା ପ୍ରଦାନ କରାଯାଇଛି ।

Related posts