Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନା ଟୀକାର ମାନବ ପରୀକ୍ଷଣ ପାଇଁ ପ୍ରସ୍ତୁତ ଅକ୍ସଫୋର୍ଡ : ଆଗକୁ ଆସିଲେ 10 ହଜାର ସ୍ବେଚ୍ଛାସେବୀ
ଅନ୍ତରାଷ୍ଟ୍ରୀୟ

କରୋନା ଟୀକାର ମାନବ ପରୀକ୍ଷଣ ପାଇଁ ପ୍ରସ୍ତୁତ ଅକ୍ସଫୋର୍ଡ : ଆଗକୁ ଆସିଲେ 10 ହଜାର ସ୍ବେଚ୍ଛାସେବୀ

May 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲଣ୍ଡନ : କରୋନା ମୁକାବିଲା ପାଇଁ ଏକ ନୂତନ ଆଶା ସଞ୍ଚାର ହୋଇଛି । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ କରୋନା ଟୀକା ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ତିମ ପର୍ଯ୍ୟାୟରେ ଏହି ଟୀକାର ମାନବ ପରୀକ୍ଷଣ କରାଯିବା ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରୀକ୍ଷଣ ପାଇଁ 10260 ସ୍ବେଚ୍ଛାସେବୀ ସମ୍ମୁଖକୁ ଆସିଛନ୍ତି । ଏପ୍ରିଲ୍‌ ମାସରେ ବିଶ୍ବ ବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ମାନବ ପରୀକ୍ଷଣ କରାଯାଇଥିବା ବେଳେ ଏହାର ପରବର୍ତ୍ତୀ ପରୀକ୍ଷଣ ପାଇଁ ଏହି ସ୍ବେଚ୍ଛାସେବୀ ମାନେ ସାମିଲ ହୋଇଛନ୍ତି । ଏପ୍ରିଲ୍‌ରେ କରାଯାଇଥିବା ପରୀକ୍ଷଣରେ 1000 ସ୍ବେଚ୍ଛାସେବୀ ସାମିଲ ହୋଇଥିବା ବେଳେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ 10260 ଜଣ ନିଜକୁ ପଞ୍ଜୀକୃତ କରାଇଛନ୍ତି । ବିଭିନ୍ନ ବୟସ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଏହି ପରୀକ୍ଷଣରେ ସାମିଲ କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ 5-12, 56-69 ଏବଂ 70ରୁ ଉର୍ଦ୍ଧ୍ବ ବୟସ ବର୍ଗର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି । ସେହିପରି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କେବଳ 18 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଉପରେ କରାଯିବ ବୋଲି କୁହାଯାଇଛି । ଥଣ୍ଡା ସୃଷ୍ଟିକାରୀ ଭାଇରସ୍‌ ଚାଦ୍‌ଓଏକ୍ସ1ରୁ ଏହି ଟୀକା ପ୍ରସ୍ତୁତ କରାଯାଉଥିବା ନେଇ ସୂଚନା ପ୍ରଦାନ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

PSL 2026 ରୁ ବିଦେଶୀ ଖେଳାଳି ଓହରିବା ସତ୍ତ୍ୱେ BCB ନେଲା ବଡ ନିଷ୍ପତ୍ତି

March 24, 2026

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026
Latest News

PSL 2026 ରୁ ବିଦେଶୀ ଖେଳାଳି ଓହରିବା ସତ୍ତ୍ୱେ BCB ନେଲା ବଡ ନିଷ୍ପତ୍ତି

March 24, 2026

ଧର୍ମ ପରିବର୍ତ୍ତନ କଲେ ହରାଇବେ SC/ST ମାନ୍ୟତା: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

March 24, 2026

ଏମିତି କାହାଣି କେବେ ଶୁଣିନି

March 24, 2026

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.