Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବିଶ୍ବରେ କରୋନା ମୃତ୍ୟୁ 3ଲକ୍ଷ 73 ହଜାରକୁ ବୃଦ୍ଧି : ଆକ୍ରାନ୍ତ ତାଲିକାର ସପ୍ତମ ସ୍ଥାନରେ ଭାରତ
ଅନ୍ତରାଷ୍ଟ୍ରୀୟ

ବିଶ୍ବରେ କରୋନା ମୃତ୍ୟୁ 3ଲକ୍ଷ 73 ହଜାରକୁ ବୃଦ୍ଧି : ଆକ୍ରାନ୍ତ ତାଲିକାର ସପ୍ତମ ସ୍ଥାନରେ ଭାରତ

June 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଚୀନରୁ ଆରମ୍ଭ ହୋଇଥିବା କରୋନା ଏବେ ବେକାବୁ ସ୍ଥିତିରେ ରହିଛି । 213ଟି ଦେଶକୁ ଏହି ମହାମାରୀ ବ୍ୟାପିଥିବାବେଳେ ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା 3 ଲକ୍ଷ 73 ହଜାର 855କୁ ବୃଦ୍ଧି ହୋଇଛି । ସେହିପରି ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 62ଲକ୍ଷ 62 ହଜାର 805ରେ ପହଞ୍ଚିଛି । କରୋନାରୁ ଆରୋଗ୍ୟ ହୋଇଛନ୍ତି 28 ଲକ୍ଷ 46 ହଜାର 523ଜଣ । ବିଶ୍ବର 213ଟି ଦେଶକୁ ଏହି ମହାମାରୀ ବ୍ୟାପିଥିବାବେଳେ ବିଶ୍ବ ଆକ୍ରାନ୍ତ ତାଲିକାରେ ସପ୍ତମ ସ୍ଥାନରେ ଭାରତ ରହିଛି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 5,394କୁ ବୃଦ୍ଧି ହୋଇଥିବାବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ନବେ ହଜାର 609 ରହିଛି ।

12ଟି ଦେଶରେ ଏକ ଲକ୍ଷରୁ ଅଧିକ କରୋନା ମାମଲା ରହିଛି । ରୁଷ୍‌, ବ୍ରାଜିଲ୍‌ ସ୍ପେନ୍‌, ୟୁକେ, ଇଟାଲୀରେ କରୋନା ମାମଲା ସଂଖ୍ୟା ଦୁଇ ଲକ୍ଷ ପାର୍‌ କରିଥିବାବେଳେ ଛଅଟି ଦେଶରେ ଏକ ଲକ୍ଷରୁ ଅଧିକ କରେନା ମାମଲା ରହିଛି । ଆମେରିକା ସମେତ ଉପରୋକ୍ତ ସମସ୍ତ 12ଟି ଦେଶରେ ମୋଟ୍‌ 46 ଲକ୍ଷ କରୋନା କେସ୍‌ ରହିଛି । ଆମେରିକା ବ୍ୟତୀତ ରୁଷ୍‌ ଓ ବ୍ରାଜିଲ୍‌ରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା 1 ଲକ୍ଷ ପାର କରିଥିବାବେଳେ ଚୀନ୍‌ ଟପ୍‌-16 ସଂକ୍ରମିତ ଦେଶର ସୂଚୀରୁ ବାହାରି ସାରିଛି ।

ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାରେ ସ୍ଥିତି ସାଂଘାତିକ ରହିଛି । ଏଠାରେ ମୋଟ୍‌ 1ଲକ୍ଷ 6 ହଜାର 194ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 18 ଲକ୍ଷ 37 ହଜାର 170 ଜଣରହିଛନ୍ତି । ସେହିପରି ବ୍ରାଜିଲ୍‌ରେ ମୃତ୍ୟୁ ସଂଖ୍ୟା 29 ହଜାର 314 ରହିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 14 ହଜାର 849ରେ ପହଞ୍ଚିଛି । ରୁଷ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 5 ହଜାର 843 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 4, 693କୁ ବୃଦ୍ଧି ହୋଇଛି । ସ୍ପେନ୍‌ରେ ମୃତ୍ୟୁ ସଂଖ୍ୟା 27 ହଜାର 127 ରହିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 2, 86 ହଜାର 509ରେ ପହଞ୍ଚିଛି । ୟୁକେରେ ମୃତ୍ୟୁ ସଂଖ୍ୟା 38 ହଜାର 161କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 74 ହଜାର 762 ରହିଛି । ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 2, 32, 997 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 33 ହଜାର 415ରେ ପହଞ୍ଚିଛି । ସେହିପରି ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା 28 ହଜାର 802ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 88 ହଜାର 882 ରହିଛି । ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ 83 ହଜାର 494ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 8 ହଜାର 605ରେ ପହଞ୍ଚିଛି । ସେହିପରି ପେରୁରେ ମୃତ୍ୟୁ ସଂଖ୍ୟା 4,506 ରହିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1ଲକ୍ଷ 64 ହଜାର 476ରେ ପହଞ୍ଚିଛି । (ଏଜେନ୍ସି)

ଆମେରିକା କରୋନା ଚୀନ୍‌ ବ୍ରାଜିଲ୍‌ ଭାରତ ରୁଷ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ମୁଦି ଯୋଜନାକୁ ନେଇ ବଡ଼ ଅପଡେଟ୍, ଘୁଞ୍ଚିଲା ଲଞ୍ଚ ଡେଟ୍

September 9, 2026

ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ

September 9, 2026

ଅବୁଧାବିରେ ଆଇଏଚ୍‌ସି, ଆଇବିପିଜି ସହ ମୁଖ୍ୟମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ: ଓଡ଼ିଶା ହେବ ‘ବିଶ୍ୱ ଶିଳ୍ପ କେନ୍ଦ୍ର’

September 9, 2026

ମଦ ନିଶାରେ ବାପାକୁ ଠେଙ୍ଗାରେ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

September 9, 2026
Latest News

ସୁନା ମୁଦି ଯୋଜନାକୁ ନେଇ ବଡ଼ ଅପଡେଟ୍, ଘୁଞ୍ଚିଲା ଲଞ୍ଚ ଡେଟ୍

September 9, 2026

ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଟପିଲା: ବଢ଼ିବ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର !

September 9, 2026

ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ

September 9, 2026

ସେୟାର ବଜାରରେ କମ୍ପନ: ୮୧୩ ପଏଣ୍ଟ ଖସିଲା ସେନ୍‌ସେକ୍ସ

September 9, 2026

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.