କରୋନା ଅପଡେଟ୍‌ : ବ୍ରାଜିଲରେ ଦିନକରେ 29 ହଜାର ଆକ୍ରାନ୍ତ ଚିହ୍ନଟ

Published: Jun 3, 2020, 9:08 am IST

ବ୍ରାଜିଲ୍‌ : ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌କୁ ନେଇ ସାରା ବିଶ୍ବ ଏବେ ସଂକଟରେ। ଆମେରିକା ପରେ ପରେ ଏବେ ବ୍ରାଜିଲ୍‌ରେ କରୋନା ମାମଲା ବେଶ୍‌ ବିକଟମୟ ସ୍ଥିତିରେ ପହଞ୍ଚିଛି । ବ୍ରାଜିଲରେ ବିଗତ 24 ଘଣ୍ଟା ମଧ୍ୟରେ 29 ହଜାର କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେହିଭଳି 1262 ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ବ୍ରାଜିଲରେ କରୋନା ଭାଇରସ ମାମଲା 5 ଲକ୍ଷ ଅତିକ୍ରମ କରିଛି । ଆମେରିକାରେ ଏଯାଏଁ କରୋନା ଭାଇରସରେ 18ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ସେହିଭଳି 1 ଲକ୍ଷ 6 ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।

ବିଶ୍ୱରେ ମୃତକଙ୍କ ସଂଖ୍ୟା 3 ଲକ୍ଷ 82 ହଜାର 188ରେ ପହଞ୍ଚିଥିବାବେଳେ ବିଗତ 24 ଘଣ୍ଟା ମଧ୍ୟରେ କରୋନା ଭାଇରସ୍‌ ଯୋଗୁଁ ସାରା ବିଶ୍ବରେ 64 ଲକ୍ଷ 77 ହଜାର 966 ଜଣ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 30 ଲକ୍ଷ 9 ହଜାର 648 ଜଣ।

Related posts