Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 89 ଲକ୍ଷ ଟପିଲା, ଗତ 24 ଘଣ୍‌ଟାରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ନେଲାଣି କରୋନା
ଅନ୍ତରାଷ୍ଟ୍ରୀୟ

ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 89 ଲକ୍ଷ ଟପିଲା, ଗତ 24 ଘଣ୍‌ଟାରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ନେଲାଣି କରୋନା

June 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ସାରା ବିଶ୍ବ ଏବେ ସଂକଟରେ । ଦେଶର ବହୁ ଧନୀ ରାଷ୍ଟ୍ରମାନେ ମଧ୍ୟ ଏହି ସଂକଟର ସାମ୍ନା କରୁଛନ୍ତି। ଚୀନ୍‌ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ସାରା ବିଶ୍ବକୁ ନିଜ ଆୟତ୍ତରେ କରି ସାରିଛି । ଏହି ଭାଇରସ୍‌ ଯୋଗୁଁ ସାରା ବିଶ୍‌ବରେ ଏପର୍ଯ୍ୟନ୍ତ 89 ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ସେହିପରି ଏହି ସଂକ୍ରମଣରେ ମୃତକଙ୍କ ସଂଖ୍ୟା ଚାରି ଲକ୍ଷ66 ହଜାର ପାର କରି ସାରିଛି । ବିଶ୍ବରେ ସର୍ବାଧିକ କରୋନା ଜନିତ ମୃତ୍ୟୁ  ଆମେରିକାରେ ହୋଇଛି । ଏହି ମହାମାରୀ ଯୋଗୁଁ ଆମେରିକାରେ ଏକ 20 ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି ।

ଗତ 24 ଘ୍‌ଟାରେ ବିଶ୍ବରେ ପାଞ୍ଚ ହଜାରରୁ ଅଧିକ ମୃତ୍ୟୁ ହୋଇଥିବବେଳେ ଗତ ଦୁଇ ଦିନ ମଧ୍ୟରେ ଦୁଇଲକ୍ଷରୁ ଅଧିକ ଲୋକେ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ତେବେ ଏହି ରୋଗରୁ ସୁସ୍ଥ ହେଉଥିବା ସଂଖ୍ୟାର ବେଶ୍‌ ଉନ୍ନତି ଘଟିଛି। ଦୁନିଆରେ ଏବେ ସୁଦ୍ଧା 47 ଲକ୍ଷ 38 ହଜାର 542 ଜଣ ସୁସ୍ଥ ହେଲେଣି ।

ଆମେରିକା ପରେ ଦ୍ବିତୀୟ ସର୍ବାଧିକ କରୋନା ମାମଲା ବ୍ରାଜିଲ୍‌ରୁ ହିଁ ଆସିଛି । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ ପାର କରିଥିବାବେଳେ ଏଠାରେ 50 ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କଲେଣି ।

କେଉଁ ଦେଶରେ କିପରି ଅଛି କରୋନା ସ୍ଥିତି :

ଆମେରିକା ରେ ସଂକ୍ରମିତ ସଂଖ୍ୟା 23 ଲକ୍ଷ 30 ହଜାର 578 ଥିବାବେଳେ ମୃତ୍ୟୁ ସଂଖ୍ୟା 1ଲକ୍ଷ 21 ହଜାର 980 ରହିଛି ।

ବ୍ରାଜିଲ୍‌ରେ ମୃତ୍ୟୁ ସଂଖ୍ୟା 50 ହଜାର 058 ରହିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 70 ହଜାର 139କୁ ବୃଦ୍ଧି ହୋଇଛି ।

ରୁସ୍‌ରେ 5 ଲକ୍ଷ 76 ହଜାର 952 ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ 8ହଜାର2ଜଣ ମୃତ୍ୟୁବରଣ କରିଛନ୍ତି ।

ଭାରତରେ 13 ହଜାର 277 ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 4 ଲକ୍ଷ 11 ହଜାର 727କୁ ବୃଦ୍ଧି ହୋଇଛି ।

ୟୁକେରେ 3 ଲକ୍ଷ 03 ହଜାର 110 ଜଣ ସଂକ୍ରମିତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 42 ହଜାର 598ରେ ପହଞ୍ଚିଛି ।

ସ୍ପେନ୍‌ରେ ମୃତ୍ୟୁ ସଂଖ୍ୟା 28 ହଜାର 322 ରହିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ 93 ହଜାର 018 ରହିଛି ।

ପେରୁରେ କରୋନା ସଂକ୍ରମିତ ମାମଲା 2 ଲକ୍ଷ 51 ହଜାର 388 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 7ହଜାର 861 ରହିଛି ।

ସେହିପରି ଇଟାଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 34 ହଜାର 610 ରହିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ 38 ହଜାର 275ରେ ପହଞ୍ଚିଛି । (ଏଜେନ୍ସି)

america brazil china corona india
Share. Facebook Twitter LinkedIn Email WhatsApp Copy Link

Related Posts

ଏଫଆଇଜି ତାସକେଣ୍ଟ ବିଶ୍ୱ ଚ୍ୟାଲେଞ୍ଜ କପ: ପ୍ରଣତି ନାୟକଙ୍କୁ ରୌପ୍ୟ ପଦକ

May 24, 2026

CJP କୁ ନେଇ ପ୍ରଶାନ୍ତ କିଶୋର କଣ କହିଲେ

May 24, 2026

ଭିବି-ଜି ରାମ ଜି ଆଇନ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କଲେ ଗ୍ରାମୀଣ ବିକାଶ ସଚିବ

May 24, 2026

ଆଥଲେଟିକ୍ସ ଫେଡେରେସନ କପରେ ଓଡ଼ିଶାର ଆନିମେଶ କୁଜୁରଙ୍କ ସଫଳତା: ଉପ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

May 24, 2026
Latest News

ନୌତପା ସମୟରେ ନିଜର ଧ୍ୟାନ କିପରି ରଖିବେ, ଜାଣନ୍ତୁ

May 24, 2026

ଏଫଆଇଜି ତାସକେଣ୍ଟ ବିଶ୍ୱ ଚ୍ୟାଲେଞ୍ଜ କପ: ପ୍ରଣତି ନାୟକଙ୍କୁ ରୌପ୍ୟ ପଦକ

May 24, 2026

CJP କୁ ନେଇ ପ୍ରଶାନ୍ତ କିଶୋର କଣ କହିଲେ

May 24, 2026

ଭିବି-ଜି ରାମ ଜି ଆଇନ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କଲେ ଗ୍ରାମୀଣ ବିକାଶ ସଚିବ

May 24, 2026

ଆଥଲେଟିକ୍ସ ଫେଡେରେସନ କପରେ ଓଡ଼ିଶାର ଆନିମେଶ କୁଜୁରଙ୍କ ସଫଳତା: ଉପ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.