ଆଜିଠୁ ଖୋଲିବ ସର୍ବୋଚ୍ଚ ଟାଓ୍ବାର ଏଫିଲ୍‌ ଟାଓ୍ବାର , ଜୁଲାଇରୁ ଖୋଲିବ ପବ୍‌ ଓ ବାର୍‌

Published: Jun 25, 2020, 11:43 am IST

ପ୍ୟାରିସ୍‌ : ଫ୍ରାନ୍ସରେ ଥିବା ଏଫିଲ୍‌ ଟାଓ୍ବାର ସାରା ବିଶ୍ୱରେ ବେଶ୍‌ ପରିଚିତ। ଏହା ସର୍ବୋଚ୍ଚ ଟାଓ୍ବାରର ମାନ୍ୟତା ପାଇଛି। ତେବେ ଦେଶରେ କରୋନା ମହାମାରୀ ଯୋଗୁଁ ଏହି ଟାଓ୍ବାର ବନ୍ଦ ରହିଥିଲା । କିନ୍ତୁ ଏହା ଆଜିଠାରୁ ଖୋଲାଯିବ ।

ଆଜିଠୁ ଖୋଲିବ ପ୍ୟାରିସ୍‌ର ଏଫିଲ୍‌ ଟାଓ୍ବାର୍‌ । କରୋନା ପାଇଁ ଏଫିଲ୍‌ ଟାଓ୍ବାରକୁ ବନ୍ଦ କରିଦିଆଯାଇଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ  କରୋନା ପାଇଁ ପ୍ରଥମ ଥର ପାଇଁ ଦୀର୍ଘ ସମୟ ଧରି ଏଫିଲ୍‌ ଟାଓ୍ବାରକୁ ବନ୍ଦ କରାଯାଇଥିଲା ।

କରୋନା ସଂକ୍ରମଣ ଦ୍ରୁତ ପ୍ରଭାବକୁ ଦେଖି ଟାଓ୍ବାରକୁ ବନ୍ଦ କରାଯାଇଥିଲା । ଏବେ ଏହି ଟାଓ୍ବାରକୁ ଦର୍ଶକ ଦେଖିପାରିବେ । 324 ମିଟର ଉଚ୍ଚ ଏହି ଟାଓ୍ବାରକୁ ପାରିସ୍‌ ଲକ୍‌ ଡାଉନ୍‌ ଘୋଷଣା ପରେ ବନ୍ଦ କରାଯାଇଥିଲା । ତେବେ ସୀମିତ ଦର୍ଶକ ଏବେ ଏହି ଟାଓ୍ବାରକୁ ଦେଖିପାରିବେ । ସେହିପରି ଟପ୍‌ ଫ୍ଲୋରକୁ ଯାଉଥିବା ଏଲିବେଟର୍ସକୁ ବନ୍ଦ କରାଯାଇଙଛି । ଦୂରରୁ ଏହି ଭବ୍ୟ ଟାଓ୍ବାରକୁ ଦର୍ଶକ ଦେଖିପାରିବେ । ସେହିପରି ଏଠାକୁ ଆସୁଥିବା ଦର୍ଶକମାନେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ସେହିପରି ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ କହିଛନ୍ତି ଯେ, ଜୁଲାଇ 4 ତାରିଖଠାରୁ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌କୁ ନିରସ୍ତ୍ର କରିଦିଆଯିବ । ଏହା ସହିତ ଦେଶରେ ସିନେମା, ମ୍ୟୁଜିସିଆନ୍‌, ବାର୍‌, ପବ୍‌ ଓ ରେଷ୍ଟୁରାଣ୍ଟ ଆଦି ଖୋଲାଯିବ । କରୋନା ମହାମାରୀର ଭୟାବହତାକୁ ଦେଖି ସାର୍ବଜନିକ ସ୍ଥାନକୁ ବନ୍ଦ କରି ଦିଆଯାଇଥିଲା ।  ମାର୍ଚ୍ଚ 23 ତାରିଖରୁ ସିନେମା ହଲ୍‌, ପବ୍‌ ଆଦି ସ୍ଥାନ ବନ୍ଦ ରହିଛି ।

ସେହିପରି ସ୍ପେନ୍‌ ଗତ ରବିବାର ଦିନ ୟୁରୋପିଆନ୍‌ ଟୁରିଷ୍ଟଙ୍କ ପାଇଁ ନିଜ ସୀମା ଖୋଲିଛନ୍ତି । ସେହିପରି ଦେଶରେ 14 ଦିନିଆ କ୍ବାରେଣ୍ଟାଇନ୍‌ ନିୟମକୁ ମଧ୍ୟ ଶେଷ କରିଛନ୍ତି । (ଏଜେନ୍ସି)

Related posts