ୟୁଏଇ : ଧୋକ୍କା ଦେବା ଅଭିଯୋଗରେ ଜଣେ ମହିଳାଙ୍କୁ 10 ହଜାର ଟଙ୍କାର ଜରିମାନା ଦେବାକୁ ପଡିଛି । ଜଣେ ମହିଳାଙ୍କୁ ପ୍ରତାରଣା କରିବା ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥିପାଇଁ ସେ ତାଙ୍କ ସ୍ବାମୀଙ୍କୁ 10 ଲକ୍ଷ 28 ହଜାର ଟଙ୍କା ଦେବେ ବୋଲି ସୂଚନା ରହିଛି । ୟୁଏଇର ଫୁଜେରାର ଅଦାଲତ ଏନେଇ ଶୁଣାଣି କରି ମହିଳାଙ୍କୁ ଦୋଷୀ ଦର୍ଶାଇ ତାଙ୍କ ସ୍ବାମୀଙ୍କୁ ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ସ୍ବାମୀ ଜଣକ ଗତ କିଛି ଦିନହେବ ମହିଳାଙ୍କ ବ୍ୟବହାରରେ ପରିବର୍ତ୍ତନ ନେଇ ଚିନ୍ତିତ ଥିଲେ । ପରେ ସ୍ବାମୀ ଜଣକ ଏହା ପଛର କାରଣ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ । ଏହା ପରେ ସ୍ବାମୀ ଜଣକ ତାଙ୍କ ସ୍ତ୍ରୀଙ୍କର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଥିଲେ । ପରେ ମହିଳା ଜଣକର ଅନ୍ୟ ଜଣକ ସହିତ ସମ୍ବନ୍ଧ ଥିବାର ତାଙ୍କ ସ୍ବାମୀ ଜାଣିପାରିଥିଲେ ।
ସମ୍ପର୍କକୁ ଲୁଚାଇ ମହିଳା ଜଣକ ତାଙ୍କ ପ୍ରେମିକଙ୍କ ସହିତ ଫ୍ୟାମିଲି ରେଷ୍ଟୁରାଣ୍ଟ ଓ ପରିବାର ସହିତ ଯାଇ ହେଉଥିବା ଜାଗାକୁ ଯାଉଥିଲେ । ସ୍ବାମୀ ପିଠି ପଛରେ ମହିଳା ଜଣକ ଏପରି କାର୍ଯ୍ୟ କରୁଥିବା ଜାଣି ସ୍ବାମୀ ଜଣକ ତାଙ୍କ ସ୍ତ୍ରୀଙ୍କୁ ବିରୋଧରେ ପ୍ରମାଣ ଏକାଠି କରିବା ଆରମ୍ଭ କରିଥିଲେ ।
ସ୍ବାମୀ ଜଣକ ସ୍ତ୍ରୀଙ୍କର ଅନ୍ୟ ଜଣକ ସହିତ ଅନୈତିକ ସମ୍ବନ୍ଧ ଥିବାର ଅଭିଯୋଗ ଆଣିବା ସହ ଏହା ବିରୁଦ୍ଧରେ ଅପରାଧିକ ମାମଲା ଦାଏର କରିଛନ୍ତି । ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ମହିଳା ଓ ତାଙ୍କ ପ୍ରେମିକକୁ ପୋଲିସ୍ ଗିରଫ କରିଥିଲା । ଅଦାଲତ ମଧ୍ୟ ଅବୈଧ ସମ୍ପର୍କ ରଖିବା କାରଣରୁ ମହିଳାଙ୍କୁ ଦୋଷୀ ଦର୍ଶାଇଥିଲେ ।
ଏହା ପରେ ସ୍ବାମୀ ଜଣକ ସ୍ତ୍ରୀଙ୍କଠୁ ଛାଡପତ୍ର ଚାହିଁଥିଲେ । ଏହା ପରେ ଏହି ମାମଲାକୁ ପରିବାର ପରାମର୍ଶ କେନ୍ଦ୍ରକୁ ପଠାଯାଇଥିଲା । କିନ୍ତୁ ସ୍ବାମୀ ଜଣକ କୌଣସି ବି ପରିସ୍ଥିତିରେ ପତ୍ନୀଙ୍କଠାରୁ ଛାଡପତ୍ର ନେବାକୁ ଚାହୁଁଥିଲେ । ଅଦାଲତ ସ୍ବାମୀଙ୍କ ପକ୍ଷରେ ଶୁଣାଣି କରିବା ସହ ଛାଡପତ୍ର ଦେବା ପାଇଁ ଆଦେଶ ଦେଇଥିଲେ। ଏହା ସହିତ ତାଙ୍କର ତିନୋଟି ଛୁଆଙ୍କ ଦାୟିତ୍ବକୁ ମଧ୍ୟ ମହିଳା ନ ଦିଆଯାଇ ସ୍ବାମୀଙ୍କୁ ଦିଆଯାଇଥିଲା । ସମ୍ପର୍କରେ ଧେକ୍କା ଦେବା ଅଭିଯୋଗରେ ସ୍ବାମୀ ଜଣକ ସ୍ତ୍ରୀଙ୍କ ବିରୋଧରେ ଅନ୍ୟ ଏକ ମାମଲା ଦାଏର କରିଥିଲେ ।
ସ୍ବାମୀ ଜଣକ ଅଭିଯୋଗ କରିଥିଲେ ଯେ, ସ୍ତ୍ରୀଙ୍କଠୁ ମିଳିଥିବା ଧୋକ୍କା ତାଙ୍କୁ ମାନସିକ ସ୍ତରରେ ବହୁତ ଆଘାତ ଦେଇଛି । ଏଥିପାଇଁ ସେ ତାଙ୍କ ସ୍ତ୍ରୀଙ୍କଠାରୁ କ୍ଷତିପୂରଣ ଚାହୁଁଛନ୍ତି । ଏହି ମାମଲାର ଶୁଣାଣି କରି ଅଦାଲତ ସ୍ବାମୀଙ୍କୁ 10 ଲକ୍ଷ 28 ହଜାର ଟଙ୍କା ଦେବା ପାଇଁ ମହିଳାଙ୍କୁ ଆଦେଶ ଦେଇଛନ୍ତି । (ଏଜେନ୍ସି)