ବନ୍ୟପ୍ରାଣୀ ଜଗତରେ ଏକ ବିରଳ ଘଟଣା, ହାତୀ ଜନ୍ମ କଲା ଜାଆଁଳା ଛୁଆ, ପଶୁ ପ୍ରେମୀଙ୍କ ମଧ୍ୟରେ କୈତୁହଳ

Published: Jul 9, 2020, 8:58 am IST

ନୂଆଦିଲ୍ଲୀ, ବନ୍ୟପ୍ରାଣୀ ଜଗତରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଏକ ହାତୀ ଏକାଥରେ ଜାଆଁଳା ଛୁଆ ଜନ୍ମ କରିଛି। ଏହି ଘଟଣାଟି ଶ୍ରୀଲଙ୍କାର ମିନିରିୟା ଜାତୀୟ ଉଦ୍ୟାନରେ ଘଟିଛି। ବର୍ତ୍ତମାନ ମା ଓ ଦୁଇ ଛୁଆ ବେଶ ଭଲ ଅଛନ୍ତି ବୋଲି ବନ୍ୟପ୍ରାଣୀ ବିଭାଗ ତରଫରୁ କୁହାଯାଇଛି। ଏହା ଶ୍ରୀଲଙ୍କାର ପ୍ରଥମ ଘଟଣା ବୋଲି ପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି।

ପ୍ରକୃତରେ ବନ୍ୟପ୍ରାଣୀ ଇତିହାସ ଦେଖାଯାଏ ତେବେ ହାତୀ ଜାଆଁଳା ଛୁଆ ଜନ୍ମ କରିବା ଏକ ବିରଳ ଘଟଣା। ବିଶ୍ବରେ ଏହି ଜନ୍ମହାର ଏକ ପ୍ରତିଶତରୁ କମ ବୋଲି ଜଣାପଡିଛି। ଏପରିକି ଦୁଇଟି ଛୁଆ ଜନ୍ମ ହେଲେ ସେମାନେ ବଞ୍ଚିବା ମଧ୍ୟ ବହୁତ କମ ବୋଲି କୁହାଯାଉଛି। ହେଲେ ଶ୍ରୀଲଙ୍କାର ଏହି ଦୁଇଛୁଆ ଭଲ ଥିବାର ଜଣାପଡିଛି।

Related posts