ଲକଡାଉନ ହେଲା ଉତ୍ତର କୋରିଆ

Published: Jul 26, 2020, 8:55 am IST

ସିଓଲ: ଉତ୍ତରକୋରିଆରେ ଲକ୍‌ଡାଉନ୍‌ ଜାରି ହେଲା । ଉତ୍ତର କୋରିଆ ନେତା କିମ ଜଙ୍ଗ-ଉନ ରବିବାର କହିଛନ୍ତି, ଦେଶରେ ଅତ୍ୟଧିକ ଜରୁରୀକାଳୀନ ବ୍ୟବସ୍ଥା ଲାଗୁ କରାଯାଇଛି । ଦକ୍ଷିଣରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଜଣେ ବ୍ୟକ୍ତି ସୀମାନ୍ତ ଅଂଚଳରେ 3 ବର୍ଷ ପରେ ଫେରିବା ପରେ କରୋନା ସନ୍ଦିଗ୍ଧ ଜଣାପଡ଼ିଛନ୍ତି । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସେ ସଂପୃକ୍ତ ଅଂଚଳରେ ଜରୁରୀକାଳୀନ ଘୋଷଣା କରିଛନ୍ତି । ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କୈସଙ୍ଗ ସହରର ସମସ୍ତ ବ୍ୟକ୍ତି ଓ ସହରରେ ରହୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଲୋକଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ହେବ ବୋଲି ସୂଚନା ରହିଛି । ପୂର୍ବରୁ ଗତ ଜାନୁଆରୀରେ ଉତ୍ତର କୋରିଆ କୋଭିଡ-19କୁ ଦୃଷ୍ଟିରେ ରଖି ଜରୁରୀକାଳୀନ ଘୋଷଣା କରିଥିଲା । (ଏଜେନ୍ସି)

Related posts