କରୋନା ପାଇଁ ବର୍ଷେ ଘୁଞ୍ଚିଲା ନିର୍ବାଚନ

Published: Jul 31, 2020, 8:29 pm IST

ହଂକକଂଗ: ହଂକକଂଗରେ  କରୋନା ଲାଗି ନିର୍ବାଚନକୁ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏକ ବର୍ଷ ପାଇଁ ବିଧାନ ପରିଷଦକୁ  ସ୍ଥଗିତ କରାଯାଇଛି। ଶୁକ୍ରବାର ଦିନ ହଂକକଂଗର ନେତା କେରୀ ଲାମ ଘୋଷଣା କରିଛନ୍ତି ଯେ, ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବହୁ ପ୍ରତୀକ୍ଷିତ ବିଧାନ ପରିଷଦ ନିର୍ବାଚନକୁ ଏକ ବର୍ଷ ପାଇଁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛନ୍ତି।

ହଂକକଂଗ ସରକାର ନିର୍ବାଚନ ସ୍ଥଗିତ କରିବା ପାଇଁ ଜରୁରୀକାଳୀନ ଅଧ୍ୟାଦେଶ ଲାଗୁ କରିଛନ୍ତି। ଲାମ୍‌ କହିଛନ୍ତି ଯେ, ଚୀନ୍‌ ସରକାରଙ୍କ ସମର୍ଥନରେ ଏହି ନିର୍ଣ୍ଣୟ ନିଆଯାଇଛି। ଲାମ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ତଥା ନିର୍ବାଚନ ନିଷ୍ପକ୍ଷତା ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି। ନିର୍ବାଚନ ସ୍ଥଗିତ ରଖିବାର ନିଷ୍ପତ୍ତି ଲୋକତନ୍ତ୍ର ସମର୍ଥକ ଓ ବିପକ୍ଷଙ୍କ ପାଇଁ ବଡ ଝଟ୍‌କା ହୋଇଛି। ବିରୋଧୀ ଦଳ ଏହି ନିର୍ବାଚନରେ ଚୀନ୍‌ ସ ମର୍ଥକଙ୍କଠାରୁ ଜନତାଙ୍କ ମୋହଭଙ୍ଗର ଲାଭ ଉଠାଇବା ପାଇଁ ପ୍ରସ୍ତୁତ ରହିଥିଲେ। କରୋନା ସଂକ୍ରମଣ ବାହାନା ଦେଖାଇ ସରକାର ନିର୍ବାଚନକୁ ବିଳମ୍ବ କରୁଛନ୍ତି ବୋଲି ପୂର୍ବରୁ 22 ଜଣ ନେତା ଏକ ବୟାନ ଜରିଆରେ ଅଭିଯୋଗ କରିଥିଲେ। (ଏଜେନ୍ସି)

Related posts