Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ରଖନ୍ତୁ ଧ୍ୟାନ : 8 ଫୁଟ୍‌ ମଧ୍ୟରେ ଅସୁସ୍ଥ ବ୍ୟକ୍ତି ରହିଲେ ବି ହୋଇପାରନ୍ତି ସଂକ୍ରମିତ
ଅନ୍ତରାଷ୍ଟ୍ରୀୟ

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ରଖନ୍ତୁ ଧ୍ୟାନ : 8 ଫୁଟ୍‌ ମଧ୍ୟରେ ଅସୁସ୍ଥ ବ୍ୟକ୍ତି ରହିଲେ ବି ହୋଇପାରନ୍ତି ସଂକ୍ରମିତ

August 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦୁଇ ଘଣ୍ଟାର ଟ୍ରେନ୍‌ରେ ଯାତ୍ରାରେ ଯଦି କୌଣସି ଯାତ୍ରୀଙ୍କ 8 ଫୁଟ୍‌ ପରିସର ମଧ୍ୟରେ କେହି ସଂକ୍ରମିତ ବ୍ୟକ୍ତି ଥା’ନ୍ତି, ତେବେ ସେ ଯାତ୍ରୀ ଜଣକ ମଧ୍ୟ କରୋନାରେ ସଂକ୍ରମିତ ହୋଇପାରନ୍ତି ବୋଲି ଏକ ଅନୁଶୀଳନରୁ ଜଣାପଡିଛି । ଏହି ଅନୁଶୀଳନରେ  ଏକ ଘଣ୍ଟାର ରେଳଯାତ୍ରାରେ ସାମାଜିକ ଦୂରତ୍ବ ଅତି କମ୍‌ରେ 3.2 ଫିଟ୍‌ ରଖିବା ଆବଶ୍ୟକ ବୋଲି ଚେତାବନୀ ଦିଆଯାଇଛି ।

ଚୀନର ହାଇସ୍ପିଡ୍ ଟ୍ରେନକୁ ଧ୍ୟାନରେ ରଖି ବ୍ରିଟେନର ସାଉଥେମ୍ପଟନ୍ ୟୁନିଭର୍ସିଟିର ଓ୍ବାର୍ଲ୍ଡପପ୍ ପ୍ରୋଜେକ୍ଟ ଅନୁସାରେ ଏହି ଅନୁଶୀଳନ କରାଯାଇଛି। ଏହି ଅନୁଶୀଳନରେ 2019 ଡିସେମ୍ବର 19 ତାରିଖଠାରୁ 2020 ମାର୍ଚ୍ଚ 6 ପର୍ଯ୍ୟନ୍ତ ତଥ୍ୟକୁ ବିଶ୍ଲେଷଣ କରାଯାଇଥିଲା ।

କୌଣସି ଅସୁସ୍ଥ ବ୍ୟକ୍ତିଠାରୁ ପାଞ୍ଚୋଟି ସିଟ୍‌ ଆଗରେ କିମ୍ବା ପଛରେ ବା ଡାହାଣ ଓ ବାହାଣରେ ତିନି ସିଟି ଭିତରେ ବସିଥିବା ଲୋକ ମଧ୍ୟ ସଂକ୍ରମିତ ହୋଇଯାଇପାରନ୍ତି। ସେହିପରି ଆକ୍ରାନ୍ତଙ୍କ ପାଖରେ ବସିଥିବା ଲୋକଙ୍କ ସଂକ୍ରମିତ ହେବାର 3.5 ପ୍ରତିଶତ ଅଧିକ ବୋଲି ଜଣାପଡିଛି ।

କ୍ଲିନିକାଲ୍‌ ଇନ୍ଫେକ୍ସନ୍‌ ଡିଜିଜ୍‌ ପତ୍ରିକାରେ ପ୍ରକାଶିତ ହୋଇଥିବା ଏହି ସର୍ଭେରେ କୁହାଯାଇଛି  ଅସୁସ୍ଥ ବ୍ୟକ୍ତିର ପାଖରେ ବସିଥିବା ଲୋକଙ୍କ ଭିତରେ ସଂକ୍ରମଣ ସ୍ତର 1.5 ପ୍ରତିଶତ ରହିପାରେ। ଟ୍ରେନରେ ଯାତ୍ରା କରିବା ସମୟରେ ଓ ଅସୁସ୍ଥ ବ୍ୟକ୍ତିଙ୍କଠାରୁ ପ୍ରତ୍ୟକ୍ଷ ସଂକ୍ରମଣରେ ଆସିବାର ସମ୍ଭାବନା ଅଧିକ ରହିଛି ବୋଲି ଏହି ଅନୁଶୀଳନରୁ ଜଣାପଡିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୭ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2026

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026
Latest News

ଆଜି ଅଗଷ୍ଟ ୭ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2026

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.