ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ରଖନ୍ତୁ ଧ୍ୟାନ : 8 ଫୁଟ୍‌ ମଧ୍ୟରେ ଅସୁସ୍ଥ ବ୍ୟକ୍ତି ରହିଲେ ବି ହୋଇପାରନ୍ତି ସଂକ୍ରମିତ

Published: Aug 2, 2020, 3:02 pm IST

ନୂଆଦିଲ୍ଲୀ: ଦୁଇ ଘଣ୍ଟାର ଟ୍ରେନ୍‌ରେ ଯାତ୍ରାରେ ଯଦି କୌଣସି ଯାତ୍ରୀଙ୍କ 8 ଫୁଟ୍‌ ପରିସର ମଧ୍ୟରେ କେହି ସଂକ୍ରମିତ ବ୍ୟକ୍ତି ଥା’ନ୍ତି, ତେବେ ସେ ଯାତ୍ରୀ ଜଣକ ମଧ୍ୟ କରୋନାରେ ସଂକ୍ରମିତ ହୋଇପାରନ୍ତି ବୋଲି ଏକ ଅନୁଶୀଳନରୁ ଜଣାପଡିଛି । ଏହି ଅନୁଶୀଳନରେ  ଏକ ଘଣ୍ଟାର ରେଳଯାତ୍ରାରେ ସାମାଜିକ ଦୂରତ୍ବ ଅତି କମ୍‌ରେ 3.2 ଫିଟ୍‌ ରଖିବା ଆବଶ୍ୟକ ବୋଲି ଚେତାବନୀ ଦିଆଯାଇଛି ।

ଚୀନର ହାଇସ୍ପିଡ୍ ଟ୍ରେନକୁ ଧ୍ୟାନରେ ରଖି ବ୍ରିଟେନର ସାଉଥେମ୍ପଟନ୍ ୟୁନିଭର୍ସିଟିର ଓ୍ବାର୍ଲ୍ଡପପ୍ ପ୍ରୋଜେକ୍ଟ ଅନୁସାରେ ଏହି ଅନୁଶୀଳନ କରାଯାଇଛି। ଏହି ଅନୁଶୀଳନରେ 2019 ଡିସେମ୍ବର 19 ତାରିଖଠାରୁ 2020 ମାର୍ଚ୍ଚ 6 ପର୍ଯ୍ୟନ୍ତ ତଥ୍ୟକୁ ବିଶ୍ଲେଷଣ କରାଯାଇଥିଲା ।

କୌଣସି ଅସୁସ୍ଥ ବ୍ୟକ୍ତିଠାରୁ ପାଞ୍ଚୋଟି ସିଟ୍‌ ଆଗରେ କିମ୍ବା ପଛରେ ବା ଡାହାଣ ଓ ବାହାଣରେ ତିନି ସିଟି ଭିତରେ ବସିଥିବା ଲୋକ ମଧ୍ୟ ସଂକ୍ରମିତ ହୋଇଯାଇପାରନ୍ତି। ସେହିପରି ଆକ୍ରାନ୍ତଙ୍କ ପାଖରେ ବସିଥିବା ଲୋକଙ୍କ ସଂକ୍ରମିତ ହେବାର 3.5 ପ୍ରତିଶତ ଅଧିକ ବୋଲି ଜଣାପଡିଛି ।

କ୍ଲିନିକାଲ୍‌ ଇନ୍ଫେକ୍ସନ୍‌ ଡିଜିଜ୍‌ ପତ୍ରିକାରେ ପ୍ରକାଶିତ ହୋଇଥିବା ଏହି ସର୍ଭେରେ କୁହାଯାଇଛି  ଅସୁସ୍ଥ ବ୍ୟକ୍ତିର ପାଖରେ ବସିଥିବା ଲୋକଙ୍କ ଭିତରେ ସଂକ୍ରମଣ ସ୍ତର 1.5 ପ୍ରତିଶତ ରହିପାରେ। ଟ୍ରେନରେ ଯାତ୍ରା କରିବା ସମୟରେ ଓ ଅସୁସ୍ଥ ବ୍ୟକ୍ତିଙ୍କଠାରୁ ପ୍ରତ୍ୟକ୍ଷ ସଂକ୍ରମଣରେ ଆସିବାର ସମ୍ଭାବନା ଅଧିକ ରହିଛି ବୋଲି ଏହି ଅନୁଶୀଳନରୁ ଜଣାପଡିଛି । (ଏଜେନ୍ସି)

Related posts