ବେରୁଟ ବିସ୍ଫୋରଣ : ମୃତ୍ୟୁ ସଂଖ୍ୟା 135କୁ ବୃଦ୍ଧି, ପାଞ୍ଚ ଭାରତୀୟ ଆହତ

Published: Aug 7, 2020, 10:38 am IST

ବେରୁଟ : ଲେବାନନ ରାଜଧାନୀ ବେରୁଟରେ ହୋଇଥିବା ବିସ୍ଫୋରଣରେ ଜର୍ମାନୀ ଆମ୍ବାସାଡାରଙ୍କ ମୃତ୍ୟୁ ହୋଇଛି।  ଜର୍ମାନୀ ବିଦେଶ ମନ୍ତ୍ରୀ  ହେଇକୋ ମାସ ଏ ନେଇ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବିଦେଶ ମନ୍ତ୍ରାଳୟରେ କାମ କରୁଥିବା ଜଣେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣ ସମୟରେ ସମ୍ପୃକ୍ତ ମହିଳା ଜଣକ ସେଠାରେ ସ୍ଥିତ ଏକ ଆପାର୍ଟମେଣ୍ଟରେ ଥିଲେ। ଏହି ଧମକାରେ ପାଞ୍ଚ ଭାରତୀୟ ଆହତ ହୋଇଥିବାର ଭାରତୀୟ ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି।

ଏହି ମଧ୍ୟରେ ଫ୍ରାନସର  ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ  ପହଞ୍ଚିଛନ୍ତି। ଲେବାନାନର ସାହାଯ୍ୟ ପାଇଁ ଫ୍ରାନ୍ସ  ଓ ଅନ୍ୟ ଦେଶ ଆପାତକାଳୀନ ସହାୟତା ଦେବା ସହ ଉଧାର କାର୍ଯ୍ୟ ପାଇଁ ନିଜ ନିଜ ଟିମ ପଠାଇଛନ୍ତି। ଆର୍ଥିକ ସଙ୍କଟ ସହ ଲେବାନନ ଗତି କରୁଥିବାବେଳେ ଠିଆ ହେବ ପାଇଁ ଅନ୍ତରାଷ୍ଟ୍ରୀୟ ସାହାଯ୍ୟ ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ହୋଇଥିବା ଏହି ବିସ୍ଫୋରଣ ରେ ଏବେ ସୁଧା 135ଜଣକ ମୃତ୍ୟୁ ହୋଇଥିବାବ ବେଳେ 5 ହଜାରରୁ ଅଧିକ ଲୋକେ ଆହତ ହୋଇଛନ୍ତି।  (ଏଜେନ୍ସି)

Related posts