ରୁଷ୍‌ ଆଣିଲା ବିଶ୍ବର ପ୍ରଥମ କରୋନା ଟୀକା

Published: Aug 11, 2020, 3:02 pm IST

ମସ୍କୋ : କରୋନାକୁ ସାରା ବିଶ୍ବ ଭୀତତ୍ରସ୍ତ ଥିବାବେଳେ କରୋନା ଟୀକାକୁ ନେଇ ଆଶା ସଞ୍ଚାର ହୋଇଛି । କରୋନା ମହାମାରୀକୁ ନେଇ ନାନା ପ୍ରକାରର କଳ୍ପନା ଜଳ୍ପନା  ଲାଗି ରହିଥିବାବେଳେ ଆଜି ରୁଷ୍‌ କରୋନା ଟୀକା ଆଣିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ କରୋନା ଟୀକା ସମ୍ପର୍କରେ ଘୋଷଣା କରିଛନ୍ତି । ଋଷ ପକ୍ଷରୁ ବିକଶିତ କରାଯାଉଥିବା କରୋନା ଟୀକାକୁ ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିଥିବା ନେଇ ପୁତିନ୍ ଘୋଷଣା କରିଛନ୍ତି । ଏହା ସହିତ ପୁତିନଙ୍କ ଝିଅକୁ ପ୍ରଥମ ଟୀକା ମଧ୍ୟ ଲଗାଯାଇଛି । ଦୁଇ ଝିଅଙ୍କ ମଧ୍ୟରୁଜଣକୁ ଏହି ଟୀକା ଦିଆଯାଇଛି । ଟୀକା ନେବା ପରେ  ତାଙ୍କ ଝିଅ ସୁସ୍ଥ ରହିଛନ୍ତି ବୋଲି ସୂଚନା ରହିଛି।   ଏହି ଟୀକା ବର୍ତ୍ତମାନ ପ୍ରସ୍ତୁତ ଏବଂ ଆଗାମୀ ଦିନରେ ବିଭିନ୍ନ ରାଷ୍ଟ୍ରକୁ ଯୋଗାଣ କରାଯିବା ନେଇ ପୁତିନ ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ଋଷ ପକ୍ଷରୁ ଏହି ଟୀକାକୁ ପଞ୍ଜୀକୃତ କରାଯାଇଥିବା ବେଳେ ଆଜି ଏହି ଟୀକାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଋଷର ଗାମାଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ଟୀକାଟିକୁ ବିକଶିତ କରାଯାଇଛି । ପ୍ରଥମେ କରୋନା ଟୀକା କରୋନା ଯୋଦ୍ଧାମାନଙ୍କୁ ଦିଆଯିବ ବୋଲି ସୂଚନା ରହିଛି। ଡାକ୍ତର,ସ୍ବାସ୍ଥ୍ୟକର୍ମୀ ଓ ଶିକ୍ଷକଙ୍କ ପ୍ରଥମେ ଏହି ଟୀକା ଦିଆଯିବା ବୋଲି ସୂଚନା ରହିଛି ।  ଖୁବଶୀଘ୍ର ଟୀକା ସର୍ବସାଧାଣରଣେ ଯୋଗାଣ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି ।

Related posts