Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆମେରିକୀୟ ଉପ ରାଷ୍ଟ୍ରପତି ଦୌଡରେ ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍
ଅନ୍ତରାଷ୍ଟ୍ରୀୟ

ଆମେରିକୀୟ ଉପ ରାଷ୍ଟ୍ରପତି ଦୌଡରେ ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍

August 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ୱାଶିଂଟନ୍ : ଆମେରିକୀୟ ଉପ ରାଷ୍ଟ୍ରପତି ନିର୍ବାଚନ ଦୌଡରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍ । ଆମେରିକାରେ କରୋନା ସଂକଟ ସମୟରେ ରାଷ୍ଟ୍ରପତି ନିର୍ବାଚନର ପ୍ରସ୍ତୁତି ଚାଲିଛି । ନଭେମ୍ବର ତିନି ତାରିଖରେ ହେବାକୁ ଥିବା ଏହି ନିର୍ବାଚନ ପୂର୍ବରୁ ମଙ୍ଗଳବାର ଦିନ ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପାର୍ଥୀ ବିଡେନ୍‌ ଉପରାଷ୍ଟ୍ରପତିଙ୍କ ନାମ ଘୋଷଣା କରିଛନ୍ତି । ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ କମଳାଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରିଛନ୍ତି ।

ଆମେରିକା ସିନେଟ୍‌ରେ କମଲା ସବୁଠୁ କନିଷ୍ଠ ସିନେଟର୍‌ । କମଲାଙ୍କ ମନୋନୟନକୁ ରାଜନୈତିକ ସମୀକ୍ଷକ ଏବଂ ନେଟିଜେନ୍ ବେଶ୍ ପ୍ରଶଂସା କରିଛନ୍ତି। କମଲା ଭାରତୀୟ ବଂଶଜ ହୋଇଥିବାରୁ ଆମେରିକାରେ ଅବସ୍ଥାନ କରୁଥିବା ଭାରତୀୟ ବଂଶଜଙ୍କ ସମର୍ଥନ ଡେମୋକ୍ରାଟିକ୍ ପାର୍ଟିକୁ ମିଳିବ ବୋଲି ସମୀକ୍ଷକ ମାନେ ମତ ଦେଇଛନ୍ତି । ମନୋନୀତ ହେବାର କିଛି ସମୟ ମଧ୍ୟରେ ହାରିସ୍ ଟ୍ୱିଟ୍ କରି ନିଜର କୃତଜ୍ଞତା ପ୍ରକାଶ କରିବା ସହିତ ବିଡେନ୍ ଆମେରିକା ବାସୀଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ । ବିଡେନ୍ କ୍ଷମତାକୁ ଆସିଲେ ଆମେରିକୀୟ ବିଚାରଧାରାର ଆମେରିକା ବନାଇବେ ବୋଲି କମଲା ଟ୍ୱିଟ୍ କରିଛନ୍ତି ।

55 ବର୍ଷୀୟ କମଲା ହ୍ୟାରିସ୍‌ ପ୍ରଥମ ଥର ପାଇଁ ଭାରତୀୟ ବଂଶଜ ମହିଳା ଭାବେ ଏତେ ବଡ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି । ବିଗତ କିଛି ଦିନ ଧରି ଆମେରିକାରେ ଅଶ୍ବେତ, ଏସିଆନ୍‌ କମ୍ୟୁନିଟ୍‌କୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ଆନ୍ଦୋଳନ ଚାଲିଥିବାବେଳେ କମଲାଙ୍କ ପ୍ରାର୍ଥୀତ୍ବକୁ ନେଇ ଆଶା ସଞ୍ଚାର ହୋଇଛି ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା କମଲା ହ୍ୟାରିସ୍‌ଙ୍କ ପ୍ରଶଂସା କରିବା ସହିତ ସେ ଏହି କାର୍ଯ୍ୟ ପାଇଁ ସର୍ବଦା ପ୍ରସ୍ତୁତ ବୋଲଇ କହିଛନ୍ତି କହିଛନ୍ତି । ସେ ସମ୍ବିଧାନ ପାଇଁ ତାଙ୍କ କ୍ୟାରିଅର୍‌କୁ ଉତ୍ସର୍ଗ କରିଥିବାର କହିଛନ୍ତି ଓବାମା । (ଏଜେନ୍ସି)

kamala-harris
Share. Facebook Twitter LinkedIn Email WhatsApp Copy Link

Related Posts

ଖୋଲା ସ୍ଥାନରେ ନମାଜ କରିବାକୁ ମନା!: ବଡ଼ ନିଷ୍ପତ୍ତି ନେଲୀ UAE

March 18, 2026

ମିଶନ ପୋଷଣ ୨.୦: ସ୍ମାର୍ଟଫୋନ୍ ପ୍ରଦାନ ଦ୍ୱାରା ସଶକ୍ତ ହେଉଛନ୍ତି କର୍ମଚାରୀ

March 18, 2026

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ -୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 18, 2026

୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ‘କ୍ଷୁଦ୍ର ଜଳ ବିଦ୍ୟୁତ୍ ବିକାଶ ଯୋଜନା’କୁ କ୍ୟାବିନେଟ ମଞ୍ଜୁରି

March 18, 2026
Latest News

ଖୋଲା ସ୍ଥାନରେ ନମାଜ କରିବାକୁ ମନା!: ବଡ଼ ନିଷ୍ପତ୍ତି ନେଲୀ UAE

March 18, 2026

ମିଶନ ପୋଷଣ ୨.୦: ସ୍ମାର୍ଟଫୋନ୍ ପ୍ରଦାନ ଦ୍ୱାରା ସଶକ୍ତ ହେଉଛନ୍ତି କର୍ମଚାରୀ

March 18, 2026

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ -୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 18, 2026

୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ‘କ୍ଷୁଦ୍ର ଜଳ ବିଦ୍ୟୁତ୍ ବିକାଶ ଯୋଜନା’କୁ କ୍ୟାବିନେଟ ମଞ୍ଜୁରି

March 18, 2026

ଭାରତ ଔଦ୍ୟୋଗିକ ବିକାଶ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.